Video: ମଧ୍ୟପ୍ରଦେଶ ପରିଶ୍ରା କାଣ୍ଡ: ପୀଡ଼ିତ ଆଦିବାସୀ ଯୁବକ ଦଶରଥଙ୍କୁ ଭେଟି ପାଦ ଧୋଇ ଆଲିଙ୍ଗନ କଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ
ନୁଆଦିଲ୍ଲୀ: ମଧ୍ୟପ୍ରଦେଶର ସିଦ୍ଧିରେ ଘଟିଥିବା ପରିଶ୍ରା କାଣ୍ଡ ପୁରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ପ୍ରବେଶ ଶୁକ୍ଳାଙ୍କୁ ପୋଲିସ ଗିରଫ କରିବା ସହ ତାଙ୍କର ଘରରେ ବୁଲଡୋଜର ମଡ଼ାଇ ଦେଇଛି। ଏହାରି ମଧ୍ୟରେ ଗୁରୁବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପିଡ଼ିତ ଆଦାବାସୀ ଯୁବକଙ୍କୁ ଭେଟି ତାଙ୍କର ପାଦ ଧୋଇ ଆଲିଙ୍ଘନ କରିଛନ୍ତି ।
मन दु:खी है; दशमत जी आपकी पीड़ा बाँटने का यह प्रयास है, आपसे माफी भी माँगता हूँ, मेरे लिए जनता ही भगवान है! pic.twitter.com/7Y5cleeceF
— Shivraj Singh Chouhan (@ChouhanShivraj) July 6, 2023
ଶିବରାଜ ସିଂ ଏହି ସମୟର ଫଟୋକୁ ଟ୍ୱିଟ୍ କରି ଲେଖିଛନ୍ତି ‘ମନ ଦୁଃଖ ଅଛି, ଦଶରଥ ଜୀ ଏହା ତୁମର ଯନ୍ତ୍ରଣା ବାଣ୍ଟିବାକୁ ଏକ ପ୍ରୟାସ, ମୁଁ ମଧ୍ୟ ତୁମକୁ କ୍ଷମା ମାଗୁଛି, ମୋ ପାଇଁ ସର୍ବସାଧାରଣ ହେଉଛି ଭଗବାନ!’
यह वीडियो मैं आपके साथ इसलिए साझा कर रहा हूँ कि सब समझ लें कि मध्यप्रदेश में शिवराज सिंह चौहान है, तो जनता भगवान है।
किसी के साथ भी अत्याचार बर्दाश्त नहीं किया जायेगा। राज्य के हर नागरिक का सम्मान मेरा सम्मान है। pic.twitter.com/vCuniVJyP0
— Shivraj Singh Chouhan (@ChouhanShivraj) July 6, 2023
ଉଲ୍ଲେଖଯୋଗ୍ୟ, ସିଦ୍ଧି ଜିଲ୍ଲାରେ ନିଶାଗ୍ରସ୍ତ ଥିବା ବିଜେପି ନେତା ସିଡ଼ିରେ ବସିଥିବା ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିଲେ। ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିବା ଯୁବକଜଣକ ବିଜେପି ବିଧାୟକ କେଦାର ଶୁକ୍ଲାଙ୍କ ପ୍ରତିନିଧୀ ପ୍ରବେଶ ଶୁକ୍ଲା ବୋଲି ଜଣାପଡ଼ିଥିଲା। ଏହା ସହ ପ୍ରବେଶ ଯାହା ଉପରେ ପରିସ୍ରା କରିଥିଲେ ସେ ଆଦିବାସୀ ବ୍ୟକ୍ତିଜଣକ ଥିଲେ ପାଲେ କୋଲ। ସେ ସିଦ୍ଧି ଜିଲ୍ଲାର କରୋନ୍ଦି ଗାଁର ବାସିନ୍ଦା। ତେବେ ଏହି ଘଟଣାକୁ ନେଇ ବିବାଦ ବଢ଼ିବା ପରେ ବିଜେପି ବିଧାୟକ କେଦାର ଶୁକ୍ଲା କହିଥିଲେ ଯେ ପ୍ରବେଶ ତାଙ୍କର ପ୍ରତିନିଧୀ ନୁହଁନ୍ତି।