fbpx

ଲଞ୍ଚ ହେଲା ଥ୍ରେଡସ ଏପ, ଟ୍ୱିଟରକୁ ମେଟାର ଟକ୍କର : ଏପରି କରନ୍ତୁ ଡାଉନଲୋଡ

ନୂଆଦିଲ୍ଲୀ : ଲୋକପ୍ରିୟ ସୋଶିଆଲ ମିଡିଆ ମେଟା କମ୍ପାନୀ ଦ୍ୱାରା ଏକ ନୂଆଁ ମାଇକ୍ରୋବ୍ଲଗିଙ୍ଗ ଏପ ଲଞ୍ଚ ହୋଇଛି, ଯାହାର ନାମ ହେଲା ଥ୍ରେଡସ । ଏହି ଏପରେ ବ୍ୟବହାରକାରୀଙ୍କୁ ଟ୍ୱିଟର ଭଳି ଇଣ୍ଟରଫେସ ଏବଂ ଫିଚର୍ସ ମିଳିବ । ଏହା ବ୍ୟତୀତ ଆପଣ ଇନସ୍ଟାଗ୍ରାମ ଆକାଉଣ୍ଟ ସାହାଯ୍ୟରେ ସାଇନ-ଅପ କରି ପାରିବେ । ଥ୍ରେଡ ଏପ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଲାଇଭ ହୋଇଯାଇଛି ଏବଂ ଏଲନ ମସ୍କଙ୍କ ସୋଶିଆଲ ମିଡିଆ ସାଇଟ ଟ୍ୱିଟରକୁ ଏହା କଡା ଟକ୍କର ଦେବାକୁ ଯାଉଛି ।

କୁହାଯାଉଛି ଯେ, ଥ୍ରେଡସ ଏପ ଉପରେ ଦୀର୍ଘ ସମୟ ପୂର୍ବରୁ କାମ ଚାଲିଥିଲା । ବର୍ତ୍ତମାନ ଏହି ଏପ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଏଣ୍ଡରୋଏଡ ଏବଂ ଆଇଓସ ପ୍ଲାଟଫର୍ମସ ଉପରେ ଲାଇଭ କରି ଦିଆଗଲା । ଏହା ସହିତ ଏହି ଏପରେ ଆକାଉଣ୍ଟ ତିଆରି କରିବା ପାଇଁ ବ୍ୟବହାରକାରୀଙ୍କୁ ଲମ୍ବା ପ୍ରକ୍ରିୟାର ସାମ୍ନା କରିବାକୁ ପଡିବନାହିଁ । ସେମାନେ ଇନସ୍ଟାଗ୍ରାମ ସାହାଯ୍ୟରେ ଆକାଉଣ୍ଟ ସାଇନ-ଅପ କରି ପାରିବେ । ଏପର ଇଣ୍ଟରଫେସ ଇନସ୍ଟାଗ୍ରାମ ସହ ଅନୁପ୍ରାଣିତ ଅଟେ ଏବଂ ଫିଚର୍ସ ଟ୍ୱିଟର ଭଳି ଅଟେ । ଏହି ଏପକୁ ଗୁଗଲ ପ୍ଲେ ଷ୍ଟୋରରେ ଲିସ୍ଟ କରି ଦିଆଯାଇଛି । ଆପଣ ସିଧା ପ୍ଲେ ଷ୍ଟୋରକୁ ଯାଇ ଥ୍ରେଡସ ବାଏ ଇନସ୍ଟାଗ୍ରାମ ସର୍ଚ୍ଚ କରନ୍ତୁ, ଏହା ପରେ ଏପର ଲିସ୍ଟ ଆସି ଯିବ । ତାହା ମଧ୍ୟରୁ ଥ୍ରେଡସ ଏନ ଇନସ୍ଟାଗ୍ରାମ ଏପ ଡାଉନଲୋଡ କରିବାକୁ ହେବ । ଏହି ଏପର ଆକାଉଣ୍ଟ ଆଇକନ “@”ସାଇନ ଭଳି ଅଟେ ଏବଂ ଏହାକୁ ଇନସ୍ଟାଗ୍ରାମ ଡେବଲପ କରିଛି ।

ଏପକୁ ଡାଉନଲୋଡ କରିବା ପରେ ଖୋଲିବା ପାଇଁ ଇନସ୍ଟାଗ୍ରାମର ସାହାଯ୍ୟ ଦ୍ୱାରା ଲଗଇନ୍‌ର ବିକଳ୍ପ ଦିଆଯିବ । ଯଦି ଆପଣ ଫୋନରେ ଆଗରୁ ଇନସ୍ଟାଗ୍ରଅମର ବ୍ୟବହାର କରୁଛନ୍ତି, ତେବେ ଥରେ ଟେବ କରି ଆପୃଭଲ ପରେ ଏହା ଲଗଇନ ହୋଇଯିବ । ଏହାପରେ ନିଜର ପ୍ରୋଫାଇଲ ସେଟଅପ କରିବାକୁ ପଡିବ । ଯଦି ଆପଣ ଚାହାନ୍ତି ପ୍ରୋଫାଇଲର ବାୟୋ ଏବଂ ଲିଙ୍କକୁ ଇନସ୍ଟାଗ୍ରାମରୁ ହିଁ ଇମ୍ପୋର୍ଟ କରି ପାରିବେ । ଶେଷରେ ଜଇନ ଥ୍ରେଡସ ଉପରେ କ୍ଲିକ କରି ଆପଣ ଏହି ଏପର ବ୍ୟବହାର ଆରମ୍ଭ କରି ପାରିବେ । ଏଲନ ମସ୍କ ଟ୍ୱିଟର କମ୍ପାନି କିଣିବା ପରେ ଏଥିରେ ଅନେକ ପରିବର୍ତ୍ତନ କରିଛନ୍ତି,  ଯାହା ବ୍ୟବହାରକାରୀଙ୍କୁ ପସନ୍ଦ ଆସୁ ନାହିଁ । ଏମିତିରେ ଏକ ଲିମିଟ କରାଯାଇଛି କି ବ୍ୟବହାରକାରୀ ପ୍ରତ୍ୟେକ ଦିନ କେତୋଟି ଟ୍ୱିଟ ଦେଖି ପାରିବେ ଏବଂ ଲଗଇନ ନକରି ଟ୍ୱିଟର ଦେଖିବାର ବିକଳ୍ପ ମଧ୍ୟ ଦେଖି ପାରିବେ ନାହିଁ । ଏମିତିରେ ଥ୍ରେଡସ ଏପ ନୂଆଁ ବକଳ୍ପ ହୋଇପାରେ ଏବଂ ଏଥିରେ ଥ୍ରେଡକୁ ପୁଣି ସେୟାର କରିବାର ବିକଳ୍ପ ଦିଆଯାଇଛି । ଏଥିରେ ବ୍ୟବହାରକାରୀ ମାନେ ଲାଇକ ମଧ୍ୟ କରି ପାରିବେ ।

Get real time updates directly on you device, subscribe now.