fbpx
BSKY
BJD MC SKY
BJD YOUTH SKY

ଗ୍ରେଟା ଥନବର୍ଗଙ୍କ ଉପରେ ପୋଲିସ ଆଦେଶ ଅବମାନନା ଅଭିଯୋଗ, ୬ମାସ ଜେଲ୍ କିମ୍ବା ଦେବାକୁ ପଡିପାରେ ମୋଟା ରକମର ଜୋରିମାନା

ଷ୍ଟକହୋମ୍: ସ୍ୱିଡେନର ଖ୍ୟାତନାମା ପରିବେଶବିତ୍ ତଥା ଜଳବାୟୁ ସୁରକ୍ଷା କର୍ମୀ ଗ୍ରେଟା ଥନବର୍ଗଙ୍କ ଉପରେ ପୋଲିସ ଆଦେଶ ଅବମାନନା କରିଥିବାର ଅଭିଯୋଗ ଲାଗିଛି । ସ୍ୱିଡେନର ଏକ ସମ୍ବାଦପତ୍ରର ରିପୋର୍ଟ ଅନୁଯାୟୀ ଗତ ଜୁନ୍ ୧୯ରେ ଦକ୍ଷିଣୀ ସହର ମାଲମୋରେ ପ୍ରଦର୍ଶନ ସମୟରେ ପୋଲିସ ଗ୍ରେଟାଙ୍କୁ ସ୍ଥାନ ଖାଲି କରିବାକୁ ଆଦେଶ ଦେଇଥିଲେ । କିନ୍ତୁ ଗ୍ରେଟା ପୋଲିସର ଆଦେଶ ନ ମାନି ସେହି ସ୍ଥାନରେ ନିଜ ସମର୍ଥକମାନଙ୍କ ସହ ପ୍ରଦର୍ଶନ ଜାରି ରଖିଥିଲେ । ଯଦି ପୋଲିସ ଆଦେଶର ଅବମାନନା କରିଥିବା ଅଭିଯୋଗରେ ଗ୍ରେଟା ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ମୋଟା ରକମର ଜୋରିମାନା କିମ୍ବା ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡିପାରେ ।

ମିଳିଥିବା ରିପୋର୍ଟ ଅନୁଯାୟୀ ଗ୍ରେଟା ଜୁନ୍ ରେ ସେହି ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିଲେ ଯାହା ପରିବେଶ ସୁରକ୍ଷା ଗ୍ରୁପ୍ ତା ଟିଲବାକା ଫ୍ରେମଟିଡେନ୍(ରିକ୍ଲେମ୍ ଦି ଫ୍ୟୁଚର) ଦ୍ୱାରା ଆୟୋଜିତ କରାଯାଇଥିଲା । ପ୍ରଦର୍ଶନକାରୀମାନେ ଜୀବାଶ୍ମ ଇନ୍ଧନର ଉପଯୋଗ ବିରୁଦ୍ଧରେ ମାଲମୋ ବନ୍ଦର ଅଞ୍ଚଳର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରକୁ ଅବରୁଦ୍ଧ କରିବାକୁ ପ୍ରୟାସ କରିଥିଲେ ।

ଏହି ପୁରା ମାମଲା ଉପରେ ପରିବେଶ ସୁରକ୍ଷା ଗ୍ରୁପ୍ କହିଛି , ଭବିଷ୍ୟତକୁ ବରବାଦ କରିଦେବା ଭଳି ଗତିବିଧିକୁ ରୋକିବା ପରିବର୍ତ୍ତେ ପୋଲିସ ଆମ ଉପରେ ଅପରାଧିକ ମାମଲା ରୁଜୁ କରିଛି । ତେବେ ଏହି ମାମଲାର ଶୁଣାଣି ଜୁଲାଇ ଶେଷ ସୁଦ୍ଧା ମାଲମୋ ଜିଲ୍ଲା ଅଦାଲତରେ ହେବ ।

Get real time updates directly on you device, subscribe now.