ପ୍ରକାଶ ପାଇଲା +୨ ମେଧା ତାଲିକା: କଳା, ବିଜ୍ଞାନ ଏବଂ ବାଣିଜ୍ୟରେ ରେଭେନ୍ସା ଆଗରେ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଚଳିତ ଶିକ୍ଷାବର୍ଷରେ ପାଠ୍ୟକ୍ରମର ଯୁକ୍ତ ଦୁଇରେ ନାମଲେଖାପାଇଁ ପ୍ରଥମ ପର୍ଯ୍ୟାୟ ମେଧାତାଲିକା ଗୁରୁବାର ପ୍ରକାଶ ପାଇଛି। କଳାରେ ୮୦% କଟ୍ ଅଫ୍ ନେଇଥିବା ବେଳେ, ବିଜ୍ଞାନରେ ୯୨% ଏବଂ ବାଣିଜ୍ୟରେ ୭୯.୨୦% ସହିତ ରେଭେନ୍ସା ସବୁଠୁ ଆଗରେ ରହିଛି । ରେଭେନ୍ସା ପଛକୁ ବାଲେଶ୍ୱର ଏଫ୍‌ଏମ୍ ୯୦% ତୃତୀୟରେ ୮୯% ସହିତ ବିଜେବି କଲେଜ ରହିଛି ।

ରାଜ୍ୟରେ ଚଳିତବର୍ଷ ମୋଟ ୨ ହଜାର ୧୫୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫ ଲକ୍ଷ ୪ ହଜାର ୯୧୩ଟି ସିଟ୍ ରହିଛି। ଏଥିପାଇଁ ମୋଟ ୪ ଲକ୍ଷ ୭୨ ହଜାର ୨୭୯ ଜଣ ଆବେଦନ କରିଥିବାବେଳେ ସେମାନଙ୍କ ମଧ୍ୟରେ ୪ ଲକ୍ଷ ୬୭ ହଜାର ୩୬୫ ଜଣ ଦେୟ ପୈଠ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ମେଧା ତାଲିକାରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଆସନ୍ତାକାଲିଠାରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମେଧାତାଲିକା ୧୯ ତାରିଖରେ ପ୍ରକାଶ ପାଇବ।