fbpx

ରାଜ୍ୟରେ ଆଜି ଦିନକେ ୩୪ କରୋନା ଆକ୍ରାନ୍ତ ଚିହ୍ନଟ,୩୦ ଜଣ ସୁରତ ଫେରନ୍ତା

ଭୁବନେଶ୍ୱର:୬ ।୫(ଓଡିଶା ଭାସ୍କର): ଯେଉଁଥିରୁ ଏକାକୀ ଗଂଜାମ ଜିଲ୍ଲାରେ ସର୍ବାଧିକ ୨୪ ଜଣ ଚିହ୍ନଟ ହୋଇଛନ୍ତି ।ମୟୁରଭଂଜରୁ ଦିନକରେ ୪ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି ମୟୁଭଂଜରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପଂହଚିଛି । ଏହାସହ ଗଂଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ରେ ପଂହଚିଛି । ସେହିପରି ଭୁବନେଶ୍ୱରକୁ ପୁଣି ଫେରିଛି କରୋନା । ରାଜଧାନୀରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଛି । ବାଲେଶ୍ୱରରେ ବି ଆଜି ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭ରେ ପଂହଚିଛି । ଗତକାଲି ଜଗତସଂହପୁରରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଜଣେ ପଜେଟିଭ ଚିହ୍ନଟ ହୋଇଛନ୍ତି । ଜଗସିଂହପୁରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପଂହଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ  ୩୦ ଜଣ ସୁରତ ଫେରନ୍ତା ।ଜଣେ କଲିକତା ଫେରନ୍ତା । ସେହିପରି ରାଜଧାନୀରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବିବରଣୀ ମିଳିନାହିଁ ।

Get real time updates directly on you device, subscribe now.