fbpx

ଯାନ୍ତ୍ରିକ ତ୍ରୁଟି କାରଣରୁ ଖାଇକୁ ଖସିଲା ବସ୍: ୨୭ ଜଣଙ୍କର ମୃତ୍ୟୁ, ୧୭ ଆହତ

ନୂଆଦିଲ୍ଲୀ: ଯାନ୍ତ୍ରିକ ତ୍ରୁଟି ସାଜିଲା କାଳ । ଡ୍ରାଇଭର ବସ ଉପରୁ ନିୟନ୍ତ୍ରଣ ହରାଇବା କାରଣରୁ ବସଟି ୮୦ ଫୁଟରୁ ଅଧିକ ଗଭୀର ବିଶିଷ୍ଟ ଏକ ପର୍ବତ ଖାଇ ମଧ୍ୟକୁ ଖସି ପଡ଼ିଲା । ଫଳରେ ଘଟଣାସ୍ଥଳରେ ୨୭ ଜଣଙ୍କର ମୃତ୍ୟୁ ଘଟିବା ସହିତ ୧୭ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତ କରାଯାଇଛି ।

ସୂଚନା ମୁତାବକ, ମେକ୍ସିକୋରୁ ଆସିଛି ଏଭଳି ଏକ ବଡ଼ ଦୁର୍ଘଟଣା ଖବର । ଦାକ୍ଷିଣାତ୍ୟ ରାଜ୍ୟ ଉଆକ୍ସାକାରେ ଏକ ବସ ପାହାଡ଼ ଉପରୁ ଏକ ଖାଇ ମଧ୍ୟକୁ ଖସି ପଡ଼ିଥିଲା । ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିଲେ ହେଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିନାହିଁ । ଡ୍ରାଇଭର ବସ୍ ଉପରକୁ ନିୟନ୍ତ୍ରଣ ହରାଇବାରୁ ବସଟି ୮୦ ଫୁଟ ବିଶିଷ୍ଟ ଏକ ଖାଇ ମଧ୍ୟକୁ ଖସି ପଡ଼ିଥିବା ସରକାରୀ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ।

ଏହି ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣାର ପ୍ରକୃତ କାରଣ ବିଷୟରେ ଜାଣିବା ପାଇଁ ତଦନ୍ତ ଜାରି ରହିଛି । ଦୁର୍ଘଟଣାସ୍ଥଳରୁ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲ ନେବା ସମୟରେ ୬ ଜଣଙ୍କ ଅବସ୍ଥା ସଙ୍କଟଜନକ ରହିଥିଲା । ଗତ ୪ ତାରିଖ ରାତିରେ ଆଞ୍ଚଳିକ ପରିବହନ କମ୍ପାନୀ ଦ୍ୱାରା ପରିଚାଳିତ ବସଟି ମେକ୍ସିକୋ ସିଟିରୁ ସାଣ୍ଟିଆଗୋ ଡି ୟୋସୋଣ୍ଡୁଆ ନଗରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।

Get real time updates directly on you device, subscribe now.