fbpx
BJD SKY
BJD SKY

ଲିଭ୍-ଇନ ସଂପର୍କରେ କୌଣସି ପ୍ରତିବନ୍ଧକ ନାହିଁ, ଏଥିରେ ଛାଡ଼ପତ୍ର ମଧ୍ୟ ସହଜ, ଜାଣନ୍ତୁ ୟୁସିସିର ନିୟମ

BJD

ଡେରାଡୁନ: ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ କୋଡର ଡ୍ରାଫ୍ଟ ୧୫ ଜୁଲାଇ ପର୍ଯ୍ୟନ୍ତ ସରକାରଙ୍କୁ ଦିଆଯାଇପାରିବ । ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ କୋଡକୁ ନେଇ ଗଠିତ ହୋଇଥିବା କମିଟି ବର୍ତ୍ତମାନ ମଧ୍ୟ କାର୍ଯ୍ୟରେ ଲାଗି ରହିଛନ୍ତି । ଡ୍ରାଫ୍ଟ ପ୍ରସ୍ତୁତ ହୋଇସାରିଛି ହେଲେ ଏହାରି ମଧ୍ୟରେ କେନ୍ଦ୍ର ଦ୍ୱାରା ମଧ୍ୟ ୟୁସିସି ଡ୍ରାଫ୍ଟର ପ୍ରସ୍ତୁତିକରଣ ଆରମ୍ଭ ହୋଇସାରିଛି । ଏଥିଲାଗି ଷ୍ଟେଟ ନିଜ ଡ୍ରାଫ୍ଟକୁ ଆହୁରି ମଜବୁତ କରିବା ପାଇଁ ଲାଗିପଡିଛି । କମିଟି ଡ୍ରାଫ୍ଟର ଗୋଟେ-ଗୋଟେ ନିୟମର ସପୋର୍ଟିଙ୍ଗ କାଗଜପତ୍ର ମଧ୍ୟ ଯୋଗାଡ କରୁଛି ।

ୟୁସିସିର ମୂଳ ଡ୍ରାଫ୍ଟ ୧୫୦ ପେଜରେ ପ୍ରସ୍ତୁତ ହୋଇଛି । ଏଥିରେ ଲିଭ୍-ଇନ ରିଲେସନସିପ ଉପରେ ପ୍ରତିବନ୍ଧକ ନାହିଁ । ହେଲେ ଏହାକୁ ଆଇନଗତ କରିବା ପାଇଁ କଠୋର ବ୍ୟବସ୍ଥା କରାଯାଇଛି । ଲିଭ-ଇନରେ ରହିବା ଲାଗି ଡିକ୍ଲାରେସନ ଫର୍ମ ଭରିବା ନିହାତି ଜରୁରୀ । ଡିକ୍ଲାରେସନ ଫର୍ମରେ ଆଧାର ନମ୍ବର ମଧ୍ୟ ଲିଙ୍କ କରିବାକୁ ପଡିବ । ଏହି ସଂପର୍କରେ ଜନ୍ମିତ ଶିଶୁକୁ ଅବୈଧ ସନ୍ତାନ କୁହାଯିବନି । ଶିଶୁକୁ ଡିକ୍ଲାରେସନ ଫର୍ମର ଆଧାର ଉପରେ ମାଆ-ବାପାର ନାମ ମିଳିବ ଏବଂ ଅଧିକାର ମଧ୍ୟ ମିଳିବ । ନାବାଳକ ଏବଂ ବିବାହିତ ଲୋକେ ଏହି ଲିଭ-ଇନ ସଂପର୍କରେ ରହିପାରିବେ ନାହିଁ ।

ଛାଡପତ୍ର ନେବା ପ୍ରକ୍ରିୟା ବର୍ତ୍ତମାନ ଜଟିଳ ଅଛି । ଲୋକଙ୍କୁ ଛାଡପତ୍ର ନେବାକୁ ବହୁ ବର୍ଷ ଲାଗିଥାଏ । ୟୁନିଭର୍ସ ସିଭିଲ କୋଡରେ ଏହି ପ୍ରକ୍ରିୟାକୁ ସରଳ କରାଯାଇଛି । ପୋଷ୍ୟ ନେବା ପ୍ରକ୍ରିୟାରେ ମଧ୍ୟ ଧର୍ମ ଆଧାରରେ ଏକ ବ୍ୟବସ୍ଥା ହୋଇପାରେ । ଏହାସହ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ମଧ୍ୟ ୟୁସିସିରେ କୌଣସି ବ୍ୟବସ୍ଥା ନାହିଁ । ୟୁନିଫର୍ମ ସିଭିଲ କୋଡ ଡ୍ରାଫ୍ଟିଙ୍ଗ କମିଟିର ମିଟିଙ୍ଗ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ଅଛି । ୯ ଜୁଲାଇରେ ମଧ୍ୟ ଦିଲ୍ଲୀରେ ଆଉ ଏକ ମିଟିଙ୍ଗ ହେବାକୁ ଯାଉଛି । କମିଟି ନିଶ୍ଚିତ କରିବାକୁ ଚେଷ୍ଟା କରୁଛି ଯେ, ଡ୍ରାଫ୍ଟ କେନ୍ଦ୍ରୀୟ ଡ୍ରାଫ୍ଟ ସହିତ ସଂଘର୍ଷ ନହୁଏ, ଏଥିପାଇଁ ଏକ ଗମ୍ଭୀର ଅଧ୍ୟୟନ ମଧ୍ୟ କରାଯାଉଛି। ଡ୍ରାଫ୍ଟ ଗ୍ରହଣ ହେବା ମାତ୍ରେ ରାଜ୍ୟ ସରକାର ଏକ ନିୟମ ମାଧ୍ୟମରେ UCC କାର୍ଯ୍ୟକାରୀ କରିପାରିବେ ବୋଲି ଆଶା କରାଯାଉଛି। ଏହାକୁ ମୋୖସୁମୀ ଅଧିବେଶନରେ ବିଧାନସଭାରେ ପାରିତ କରିବାକୁ ପ୍ରସ୍ତୁତି ଚାଲିଛି।

Get real time updates directly on you device, subscribe now.