fbpx

ଆରବିଆଇର ବଡ଼ ନିଷ୍ପତ୍ତି: ଦୁଇଟି ବ୍ୟାଙ୍କର ଲାଇସେନ୍ସ ବାତିଲ

ନୂଆଦିଲ୍ଲୀ: ନିୟମ ଉଲ୍ଲଂଘନ କାରଣରୁ ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କିଛି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ଏପରି ସ୍ଥିତିରେ କିଛି ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯିବା ସହିତ ଜରିମାନା ମଧ୍ୟ ଲାଗୁ କରାଯାଇଥାଏ । ତେବେ ଏହା ମଧ୍ୟରେ ଆରବିଆଇ ପକ୍ଷରୁ ଦୁଇଟି ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯାଇଛି ।

ନିୟମ ଅବମାନନା କାରଣରୁ ମହାରାଷ୍ଟ୍ର ଓ କର୍ଣ୍ଣାଟକର ଦୁଇଟି କୋ-ଅପରେଟିଭ୍ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରଯାଇଛି । ମଲକାପୁର ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ, ବୁଲଢଣା ଓ ଶୁଶ୍ରୁତି ସୌହାର୍ଦା ସହକାରା ବ୍ୟାଙ୍କ ନିୟମିତା, ବେଙ୍ଗାଲୁରୁ ନିଜ ନିଜର ଲାଇସେନ୍ସ ହରାଇଛନ୍ତି । ଜୁଲାଇ ମାସ ୫ ତାରିଖଠାରୁ ଏହି ଦୁଇ ବ୍ୟାଙ୍କ କୌଣସି ପ୍ରକାରର ବିଜିନେସ୍ ନେଣଦେଣ କରିପାରିବେ ନାହିଁ ବୋଲି ଆରବିଆଇ ପକ୍ଷରୁ ଜାରି ଦୁଇଟି ନୋଟିସରେ କୁହାଯାଇଛି ।

ଏହି ଦୁଇ ବ୍ୟାଙ୍କ ନିକଟରେ ଆବଶ୍ୟକ ମାତ୍ରାରେ ପୁଞ୍ଜି ଉପଲବ୍ଧ ନଥିବା ସହିତ ଇନକମର କୌଣସି ଆଶା ଦେଖାଯାଇଥିଲା । ନିକଟରେ ବ୍ୟାଙ୍କ ଜମାକାରୀଙ୍କୁ ସେମାନଙ୍କର ଅର୍ଥ ଫେରାଇବାରେ ଅସମର୍ଥ ହୋଇଥିଲା । ତେବେ ପ୍ରତ୍ୟେକ ଡିପୋଜିଟଧାରୀଙ୍କୁ ଡିପୋଜିଟ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ (ଡିଆଇସିଜିସି) ପକ୍ଷରୁ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ଡିଆଇସିଜିସି ପକ୍ଷରୁ ୪୯୬.୯୮ କୋଟି ଟଙ୍କା ଡିପୋଜିଟ୍ କରାଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ମଧ୍ୟ ଆରବିଆଇ କେରଳ ସ୍ଥିତ ଅଦୁର କୋ-ଅପରେଟିଭ୍ ଅର୍ବାନ ବ୍ୟାଙ୍କର ଲାଇସେନ୍ସ ବାତିଲ୍ କରିଦେଇଥିଲା ।

Get real time updates directly on you device, subscribe now.