fbpx

ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଜସ୍ଥାନ ଓ ତେଲେଙ୍ଗାନା ଗସ୍ତ, ବହୁ ପ୍ରକଳ୍ପର କରିବେ ଉଦଘାଟନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନ ଏବଂ ତେଲେଙ୍ଗାନା ଗସ୍ତରେ ଅଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ଦୁଇ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନରେ ୨,୫୦୦ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ । ଏଥିସହ ବୀକାନେର ଜିଲ୍ଲାର ନୌରଙ୍ଗଦେସରରେ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ । କେନ୍ଦ୍ରୀୟ ମନ୍ତ୍ରୀ ଅର୍ଜୁନ ରାମ ମେଘାବାଲ କହିଛନ୍ତି ଯେ, ରାଲିରେ ବୀକାନେର ଏବଂ ପାଖ ଅଞ୍ଚଳରେ ବଡ଼ ସଂଖ୍ୟାରେ ଲୋକ ସାମିଲ ହେବେ ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନାର ବାରଂଗଲ ଜିଲ୍ଲାରେ ପାଖାପାଖି ୬,୧୦୦ କୋଟି ଟଙ୍କାର ଭିତ୍ତିଭୂମି ବିକାଶ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । କାର୍ଯ୍ୟକ୍ରମରେ ଭାଗ ନେବା ପୂର୍ବରୁ ମୋଦୀ ଜିଲ୍ଲାର ପ୍ରସିଦ୍ଧ ଭଦ୍ରକାଳୀ ମାନ୍ଦିର ଯିବେ ଏବଂ ଏକ ଜନସଭାକୁ ସମ୍ବୋଧିତ କରିବେ । ଚଳିତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ତେଲେଙ୍ଗାନାରେ ତୃତୀୟ ଯାତ୍ରା ହେବ । ଏହା ପୂର୍ବରୁ ସେ ଜାନୁଆରୀ ଏବଂ ଏପ୍ରିଲରେ ମଧ୍ୟ ତେଲେଙ୍ଗାନା ଗସ୍ତ କରିଥିଲେ ।

ତେଲେଙ୍ଗାନାରେ ୫୦୦ କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହେବାକୁ ଥିବା ରେଳ ୱାଗନ୍ ଉତ୍ପାଦନ ୟୁନିଟ୍ କାଜିପେଟର ମୂଳଦୁଆ ପକାଇବେ ପ୍ରଧାନମନ୍ତ୍ରୀ। ଏହି ସମୟରେ ତେଲେଙ୍ଗାନା ପୋଲିସ ୱାରଙ୍ଗାଲରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଧାରଣ ସଭା ପାଇଁ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରିଛି। ୱାରଙ୍ଗାଲ ପୋଲିସ କମିଶନର ଏ.ଭି ରଙ୍ଗନାଥ କହିଛନ୍ତି, ସୁରକ୍ଷା ବ୍ୟବସ୍ଥା ପାଇଁ ୩୫୦୦ ରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Get real time updates directly on you device, subscribe now.