ନୂଆଦିଲ୍ଲୀ: ଭାରତଠାରୁ ସମସ୍ତ କ୍ଷେତ୍ରରେ ପଛରେ ଥିବା ପଡ଼ୋଶି ପାକିସ୍ତାନ ଛଳନା କରି ଭାରତଠାରୁ ବିଭିନ୍ନ ଟେକ୍ନୋଲୋଜି ବିଷୟରେ ଜାଣିବାକୁ ଚେଷ୍ଟା କରୁଛି । ସୁନ୍ଦରୀ ମହିଳାଙ୍କ ଜରିଆରେ ଡିଆରଡିଓ ବୈଜ୍ଞାନିକମାନଙ୍କୁ ଫସାଇ ଆଗକୁ ବଢିବାକୁ ଚାହୁଁଛି । ଏହିଭଳି ଡିଆରଡିଓ ବୈଜ୍ଞାନିକ ପ୍ରଦୀପ କୂଋଲକର ‘ଜାରା ଦାସଗୁପ୍ତ’ ନାମକ ପାକିସ୍ତାନୀ ଗୁପ୍ତଚର ଏଜେଣ୍ଟଙ୍କ ପ୍ରତି ଆକର୍ଷିତ ହୋଇ ତାଙ୍କୁ ଗୁପ୍ତ ପ୍ରତିରକ୍ଷା ପ୍ରକଳ୍ପ ବ୍ୟତୀତ ଭାରତୀୟ କ୍ଷେପଣାସ୍ତ୍ର ପ୍ରଣାଳୀ ବିଷୟରେ ତାଙ୍କ ସହ ଜଣାଇଥିଲେ। ଏହି ଅଭିଯୋଗ କୁରୁଲକରଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟରେ ପୋଲିସ କହିଛି।
ମହାରାଷ୍ଟ୍ର ପୋଲିସର ଆତଙ୍କବାଦ ନିରୋଧୀ ସ୍କାଡ୍ (ଏଟିଏସ) ଗତ ସପ୍ତାହରେ କୁରୁଲକରଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । ସେ ପୁଣେର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ର ଏକ ଲାବୋରେଟୋରୀର ନିର୍ଦ୍ଦେଶକ ଥିଲେ । ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଅନୁଯାୟୀ ତାଙ୍କୁ ମେ ୨ ୩ ରେ ଗିରଫ କରାଯାଇଥିଲା ଏବଂ ବର୍ତ୍ତମାନ ସେ ନ୍ୟାୟିକ ହେପାଜତରେ ଅଛନ୍ତି ।
ପୋଲିସର ଚାଜର୍ସିଟ୍ ଅନୁଯାୟୀ କୁରୁଲକର ଏବଂ ‘ଜାରା ଦାସଗୁପ୍ତ’ ହ୍ୱାଟସ୍ ଆପ୍ ମାଧ୍ୟମରେ ଯୋଗାଯୋଗ କରିବା ସହିତ ଭଏସ୍ ଏବଂ ଭିଡିଓ କଲ୍ ମାଧ୍ୟମରେ କଥଅ ହେଉଥିଲେ । ଚାଜର୍ସିଟରେ ଏଟିଏସ୍ କହିଛି ଯେ ‘ଦାସଗୁପ୍ତା’ ଲଣ୍ଡନରେ ରହିଥିବା କୁରୁଲକରଙ୍କୁ କହିଥିଲେ ଏବଂ ଜେଣ ସଫ୍େଟୱୟାର ଇଞ୍ଜିନିୟର ଏବଂ ତାଙ୍କୁ ଅଶ୍ଳୀଳ ବାର୍ତ୍ତା ଏବଂ ଭିଡିଓ ପଠାଇ କୁରୁଲକରଙ୍କ ସହ ବନ୍ଧୁତା କରିଥିଲେ । ତେବେ ଯାଞ୍ଚ ବେଳେ ତାଙ୍କର ଆଇପି ଠିକଣା ପାକିସ୍ତାନର ବୋଲି ଜଣାପଡିଛି ।
ଚାଜର୍ସିଟ୍ ଅନୁଯାୟୀ, ପାକିସ୍ତାନୀ ଏଜେଣ୍ଟ ଅନ୍ୟମାନଙ୍କ ମଧ୍ୟରେ ବ୍ରୋହ୍ମାସ୍ ଲଞ୍ଚର୍ ଡ୍ରୋନ୍, ୟୁସିଭି, ଅଗ୍ନି କ୍ଷେପଣାସ୍ତ୍ର ଲଞ୍ଚର୍ ଏବଂ ସାମରିକ ବ୍ରିଜ୍ ସିଷ୍ଟମ ବିଷୟରେ ଗୁପ୍ତଚର ତଥାସେମ୍ବେଦନଶୀଳ ସୂଚନା ପାଇବାକୁ ଚେଷ୍ଟା କରିଥିଲେ। ଚାଜର୍ସିଟରେ କୁହାଯାଇଛି ଯେ କୁରୁଲକର ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ଡିଆରଡିଓର ଗୁପ୍ତଚର ତଥା ସେମ୍ବଦନଶୀଳ ସୂଚନାକୁ ତାଙ୍କ ବ୍ୟକ୍ତିଗତ ଫୋନରେ ନେଇଥିଲେ ଏବଂ ପରେ ଏହାକୁ ଜାରାଙ୍କ ସହ ସେୟାର କରିଥିଲେ।