ଟ୍ରେଣ୍ଡରେ ଚାଲିଛି ଥ୍ରେଡ୍‌ସ : ୩ ଦିନରେ ୫ କୋଟି ଲୋକ କଲେଣି ଆପ ଡାଉନଲୋଡ

ନୂଆଦିଲ୍ଲୀ : ଇନଷ୍ଟାଗ୍ରାମ ଓ ଫେସବୁକ ମାଲିକ ମାର୍କ ଜୁକରବର୍ଗ ଜୁଲାଇ ୫ରୁ ଏକ ନୂଆ ମାଇକ୍ରୋବ୍ଲଗିଂ ଆପ ତ୍ରେଡସ୍ ଆରମ୍ଭ କରିଛନ୍ତି । ଏହି ଆପକୁ ଇନଷ୍ଟାଗ୍ରାମ ଟିମ ବିକାଶ କରିଛନ୍ତି । ଆପଟି ଆରମ୍ଭ ହେବାର ଗୋଟିଏ ଦିନ ମଧ୍ୟରେ ୧କୋଟି ଲୋକ ଏହି ଆପକୁ ଡାଉନଲୋଡ କରିଥିଲେ । ଏହି ଆପର ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ସୋସିଆଲ ମିଡିଆ ୟୁଜର୍ସ ଥ୍ରେଡସକୁ ଏବେ ଟ୍ୱିଟର କିଲର ବୋଲି କହୁଛନ୍ତି ।

ସୂଚନା ଅନୁସାରେ, ଭାରତ ସମେତ ବିଶ୍ୱର ୧୦୦ରୁ ଅଧିକ ଦେଶରେ ଏହି ଆପକୁ ଉପଲବ୍ଧ କରାଯାଇଛି । ଏହି ଆପ ଆରମ୍ଭ ହେବାର ମାତ୍ର ୨ ଘଣ୍ଟା ମଧ୍ୟରେ ୫୦ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ କରିଥିବା ବେଳେ ୨୪ ଘଣ୍ଟାରେ ଏହାକୁ ୧ କୋଟିର ଲୋକ ଡାଇନଲୋଡ କରିଥିବାର ଜଣାପଡିଛି । ତେବେ ୩ ଦିନରେ ଏହା ସଂଖ୍ୟା ବୃଦ୍ଧି ପାଇ ୫ କୋଟି ହୋଇଗଲାଣି । ଥ୍ରେଡସ ଆପରେ ୫୦୦ କ୍ୟାରେକ୍ଟରର ପୋଷ୍ଟ ପବ୍ଲିସ କରା ଯାଇପାରିବ । ଏହା ସହିତ ଫଟୋ, ୫ମିନିଟର ଭିଡିଓ ଏବଂ ଲିଙ୍କ ମଧ୍ୟ ସେୟାର କରାଯାଇ ପାରିବ । ଏହି ଆପକୁ ଟ୍ୱିଟର କିଲର କହିବାର କାରଣ ଏହା ଯେ, ଏହାର ବ୍ୟବହାର ଟ୍ୱିଟର ଅପେକ୍ଷା ସହଜ ଅଟେ ।

ଗୋଟିଏ କ୍ଲିକରେ ଥ୍ରେଡସ ଆକାଉଣ୍ଟ ପ୍ରସ୍ତୁତ କରାଯାଇ ପାରିବ । କିନ୍ତୁ ଟ୍ୱିଟରରେ ମୋବାଇଲ ନମ୍ବର, ଇମେଲ ଆଇଡି ଆଦି ଅପଡେଟ କରିବା ପରେ ଆକାଉଣ୍ଡ ପ୍ରସ୍ତୁତ ହୋଇଥାଏ । ଟ୍ୱିଟରରେ କେତେକ ସୁବିଧା ପାଇଁ ୟୁଜର୍ସଙ୍କୁ ଅର୍ଥ ପଇଠ କରିବାକୁ ପଡୁଛି । କିନ୍ତୁ ଥ୍ରେଡସରେ ଏଭଳି କିଛ ଅର୍ଥ ଦେବାକୁ ପଡୁ ନାହିଁ । ଏହା ବ୍ୟତୀତ ଥ୍ରେଡସ ବର୍ତ୍ତମାନ ବିଜ୍ଞାପନ ମୁକ୍ତ ଥିବା ବେଳେ ଟ୍ୱିଟର ବିଜ୍ଞାପନମୁକ୍ତ ନୁହେଁ ।