୩ଦିନ ପରେ ପୁଣି ଆରମ୍ଭ ହେଲା ବାବା ଅମରନାଥଙ୍କ ଯାତ୍ରା, ଖରାପ ପାଣିପାଗ ପାଇଁ ଅଟକିଥିଲା

ନୂଆଦିଲ୍ଲୀ : ଜାମ୍ମୁ- କାଶ୍ମୀରର ଖରାପ ପାଣିପାଗ ପାଇଁ ୩ ଦିନ ପର୍ଯ୍ୟନ୍ତ ଅଟକିଥିଲା ଅମରନାଥ ଯାତ୍ରା । ଯାତ୍ରୀମାନେ ରହିବା ପାଇଁ ପଞ୍ଜତରଣୀ ଏବଂ ଶେଷନାଗ ଆଧାର ଶିବିରର ବ୍ୟବସ୍ଥା କରାଯାଇଥିଲା । ୩ ଦିନ ପରେ ରବିବାର ଦିନ ପୁଣି ଯାତ୍ରା ଆରମ୍ଭ ହୋଇଛି । ଚାରିଆଡେ ଆକାଶ ସଫା ଦେଖା ଯିବା ପରେ ମନ୍ଦିର ଅଧିକାରୀ ଗୁମ୍ଫାର ଦ୍ୱାର ଖୋଲିଥିଲେ ।

ସୂଚନା ଅନୁସାରେ, ଲଗାତାର ବର୍ଷା କାରଣରୁ ଜାମ୍ମୁ-ଶ୍ରୀନଗରର ରାଜପଥରେ ଯାତାୟତ ବନ୍ଦ କରାଯାଇଥିଲା । ୩ଦିନ ପରେ ପାଣିପାଗରେ ସୁଧାର ଆସିବାରୁ ମନ୍ଦିରକୁ ଯିବାର ଗୁମ୍ଫା ଦ୍ୱାରକୁ ଖୋଲା ଗଲା ଏବଂ ସେଠାରେ ଫସି ରହିଥିବା ଶ୍ରଦ୍ଧାଳଙ୍କୁ ଦକ୍ଷିଣ କାଶ୍ମୀରର ହିମାଳୟରେ ପ୍ରାକୃତିକ ରୂପରେ ନିର୍ମିତ ହୋଇଥିବା ବରଫର ଶିବ ଲିଙ୍ଗର ଦର୍ଶନ ପାଇଁ ଅନୁମତି ଦେଇଥିଲେ । ପଞ୍ଜତରଣୀ ଆଧାର ଶିବିରର ଏକ ବରିଷ୍ଠ ଅଧିକାରୀ କହିଲେ ଯେ, ଯେଉଁ ଶ୍ରଦ୍ଧାଳୁ ପ୍ରଥମରୁ ଦର୍ଶନ କରି ସାରିଥିଲେ, ସେମାନଙ୍କୁ ବାଲଟାଲ ଶିବିରକୁ ଫେରାଇବା ପାଇଁ ଅନୁମତି ଦିଆଯାଇଥିଲା । ଏହା ମଧ୍ୟରେ ଘାଟିରେ ବର୍ଷ ହେବା ଯୋଗୁଁ ଅଟକିଥିବା ୭୦୦ରୁ ଅଧିକ ଯାତ୍ରୀଙ୍କୁ ସେଠାରେ ଉପସ୍ଥିତ ଥିବା ସେନା ମାନେ ଅନନ୍ତନାଗ ଜିଲ୍ଲାର କାଜୀଗୁଡ଼ରେ ନିଜ ଶିବିରରେ ଶରଣ ଦେଇଥିଲେ ।

ବର୍ତ୍ତମାନ ଆବର୍ଜନାକୁ ହଠାଇବା ଏବଂ ରାସ୍ତାର ମରାମତି କାର୍ଯ୍ୟ ଜାରି ରହିଛି । ଏନେଇ ଅଧିକାରୀ କହିଛନ୍ତି, ରାସ୍ତାକୁ ଯାତାୟତର ଯୋଗ୍ୟ ବନାଇବା ପରେ ଫସି ଯାଇଥିବା ଯାନବାହନକୁ ପ୍ରଥମେ ଉଧାର କରାଯିବ ।ପରବର୍ତ୍ତୀ ସମୟରେ ପାଣିପାଗ ବିଭାଗରୁ ସୂଚନା ମିଳିଛି ଯେ, ସୋମବାର ଦିନ ଠାରୁ ପାଣିପାଗରେ ସୁଧାର ଆସିବାର ସମ୍ଭାବନା ରହିଛି । ତେଣୁ ଏବେ ଅମରନାଥର ଯାତ୍ରା ଆରମ୍ଭ କରି ଦିଆଯାଇଛି ।