fbpx
BJD SKY
BJD SKY

ଭାରତର ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜରେ ସାମିଲ ହେଲେ ଇଶାନ୍ତ: ମିଳିଲା ବଡ ଦାୟିତ୍ୱ

BJD

ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରୁ ଭାରତର ୱେଇଣ୍ଡିଜ ଗସ୍ତ ଆରମ୍ଭ ହେବାକୁ ଯାଉଛି । ତେବେ ଏଥିପାଇଁ ଟିମ ଇଣ୍ଡିଆ ଟେଷ୍ଟ, ଦିନିକିଆ ଏବଂ ଟି-୨୦ ଦଳ ଘୋଷଣା କରିସାରିଛି । କିନ୍ତୁ କୌଣସି ଦଳରେ ଭାରତର ଷ୍ୟାର ବୋଲର ଇଶାନ୍ତ ଶର୍ମାଙ୍କୁ ସ୍ଥାନ ଦିଆଯାଇନାହିଁ । ବହୁ ପୂର୍ବରୁ ସେ ଦିନିକିଆ ଏବଂ ଟି-୨୦ ଫର୍ମାଟରୁ ବାଦ୍ ପଡିଥିବା ବେଳେ ଆସନ୍ତା ଟେଷ୍ଟ ସିରିଜରେ ମଧ୍ୟ ତାଙ୍କୁ ସୁଯୋଗ ମିଳିନାହିଁ । ତେବେ ବର୍ତ୍ତମାନ ତାଙ୍କୁ ଭାରତୀୟ ଦଳ ସହିତ ୱେଷ୍ଟଇଣ୍ଡିଜ ଯିବା ପାଇଁ ସୁଯୋଗ ମିଳିଛି । ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଇଶାନ୍ତ ଶର୍ମାଙ୍କୁ ଦେଖିବାକୁ ମିଳିବ ବୋଲି ସ୍ପଷ୍ଟ ହୋଇଛି ।

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଥିବା ବେଳେ ପେସ୍ ବୋଲର ଇଶାନ୍ତ ଶର୍ମାଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା । କିନ୍ତୁ ଏବେ ଇଶାନ୍ତ ଟିମ ସହ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ ଇଶାନ୍ତ ଏହି ସିରିଜରେ ଏକ ନୂଆ ଭୂମିକାର ଦେଖିବାକୁ ମିଳିବେ । ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଇଶାନ୍ତଙ୍କୁ ଏକ ବଡ ଦାୟିତ୍ୱ ମିଳିଛି । ଜୁଲାଇ ୧୨ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ଏହି ଟେଷ୍ଟ ଶୃଙ୍ଖଳାରେ କମେଣ୍ଟ୍ରି ବକ୍ସରେ ଏଣ୍ଟ୍ରି କରିବେ ଷ୍ଟାର ବୋଲର ଇଶାନ୍ତ ଶର୍ମା । ଗତବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷ କାନପୁର ଟେଷ୍ଟରୁ ଭାରତୀୟ ଟିମରୁ ବାଦ୍ ପଡିଛନ୍ତି ଇଶାନ୍ତ । ତେଣୁ ତାଙ୍କୁ ଏବେ ଆଉ ଏକ ନୂଆ ରୂପରେ ଦେଖିବାକୁ ମିଳିବ । ତେବେ କ୍ରିକେଟରୁ ଅବସର ଘୋଷଣା କରି ନଥିଲେ ମଧ୍ୟ ତାଙ୍କୁ କମେଣ୍ଟ୍ରି କରିବାର ସୁଯୋଗ ମିଳିଛି ।

ପୂର୍ବରୁ ଦିନେଶ କାର୍ତ୍ତିକ ଏହି ଦାୟିତ୍ୱରେ ରହିସାରିଛନ୍ତି । ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେବା ପୂର୍ବରୁ ସେ କମେଣ୍ଟ୍ରେଟର ଦାୟିତ୍ୱ ଗ୍ରହଣ କରି ସାରିଛନ୍ତି । ଅନେକ ଗୁଡିଏ ମ୍ୟାଚରେ କାର୍ତ୍ତିକଙ୍କୁ କମେଣ୍ଟ୍ରି କରୁଥିବାର ଦେଖାଯାଇଛି । ବର୍ତ୍ତମାନ ଇଶାନ୍ତ ଶର୍ମା ମଧ୍ୟ ଏହି ରାସ୍ତାରେ ପାଦ ଦେବାକୁ ଯାଉଛନ୍ତି । ୧୯ ବର୍ଷ ବୟସରେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିବା ଇଶାନ୍ତ ଅଧିକ ସୁଯୋଗ ଟେଷ୍ଟରେ ପାଇଥିଲେ । ଟିମ ଇଣ୍ଡିଆ ପାଇଁ ୧୦୫ଟି ଟେଷ୍ଟ ଖେଳିଥିବା ବେଳେ ମାତ୍ର ୮୦ଟି ଦିନିକିଆ ଏବଂ ୧୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି ଇଶାନ୍ତ ।

Get real time updates directly on you device, subscribe now.