fbpx

(Video) ବୋଲବମ ଯାତ୍ରା କାହିଁକି ଯାଆନ୍ତି ? ଯାତ୍ରା ସମୟରେ କାଉଡିଆ କାହିଁକି ପିନ୍ଧନ୍ତି ଗେରୁଆ ବସ୍ତ୍ର ? ଜାଣନ୍ତୁ କିଏ ଥିଲେ ପ୍ରଥମ କାଉଡିଆ…

ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ଏନେଇ ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳଲାଗି କରିବାକୁ କାଉଡିଆମାନେ ବିଭିନ୍ନ ନଦୀରୁ ଜଳ ଉଠାଉଛନ୍ତି । ଗେରୁଆ ବସ୍ତ୍ର ପିନ୍ଧି ଖରା ଏବଂ ବର୍ଷାକୁ ଖାତିର ନକରି ଖାଲି ପାଦରେ କାନ୍ଧରେ ବାହୁଙ୍ଗି ଧରି ଚାଲୁଛନ୍ତି ଶ୍ରଦ୍ଧାଳୁ । ହାତରେ ପାଣିଭାର ଆଉ ମୁହଁରେ ମହାଦେବଙ୍କ ନାଁ ଜପି ଜପି ଭକ୍ତିର ସହ ଆଗେଇ ଚାଲିଛନ୍ତି କାଉଡିଆ । ତେବେ ଏହି ମହାନ ଯାତ୍ରାକୁ ନେଇ ଅନେକ ପୌରାଣିକ ମତ ରହିଛି ତେବେ ଆସନ୍ତୁ ଜାଣିବା । ହଜାର ହଜାର ସଂଖ୍ୟାରେ କାଉଡିଆ ବୋଲବମ୍ ଯାତ୍ରା କରୁଥିଲେ ବି ଏହା ପଛରେ ଥିବା ପୌରାଣିକ କାରଣକୁ କେହି ଜାଣି ନଥିବେ ।

ଏହି ଯାତ୍ରାର ନାମ ବୋଲବମ କାହିଁକି ?

ବୋଲବମ କହିଲେ ଶ୍ରାବଣ ମାସରେ ଜଳାଭିଶେକ କରିବା ପାଇଁ ଶିବ ମନ୍ଦିର ଉଦ୍ଦେଶ୍ୟରେ କରାଯାଉଥିବା ଧାର୍ମିକ ପଦଯାତ୍ରାକୁ ବୁଝାଏ । ଭାରତର ବିଭିନ୍ନ ପ୍ରାନ୍ତରେ ଏହା ପାଳନ କରାଯାଏ । ଆଷାଢ ପୂର୍ଣ୍ଣମୀ ଠାରୁ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣମୀ ପର୍ଯ୍ୟନ୍ତ ସମସ୍ତ ସୋମବାରରେ ବିଭିନ୍ନ ଶୈବ ପୀଠରେ ଭକ୍ତମାନେ ଶିବଙ୍କ ମସ୍ତକରେ ପାଣି ଢାଳନ୍ତି । ବୋଲବମ ଯାତ୍ରାରେ ଭାଗ ନେଉଥିବା ଭକ୍ତମାନଙ୍କୁ କାଉଡିଆ ବୋଲି କୁହାଯାଏ । ପୁରାଣ ଅନୁସାରେ ଏହି ପବିତ୍ର ଶ୍ରାବଣ ମାସରେ ସମୁଦ୍ର ମନ୍ଥନ କରାଯାଇଥିଲା । ସମୁଦ୍ର ମନ୍ଥନ ବେଳେ ବାସୁକି ନାଗ ଦଉଡି ଏବଂ ସୁମେରୁ ପର୍ବତ ଖମ୍ବ ଆକରରେ ବ୍ୟବହାର ହୋଇଥିଲା । ଏହି ମନ୍ଥନରୁ ଅନେକ ଦ୍ରବ୍ୟ ବାହାରିଥିବା ବେଳେ ସେହି ସମୁଦ୍ର ମନ୍ଥନରୁ ହଳାହଳ ନାମକ ଏକ ବିଷ ବାହାରିଥିଲା, ଦେବତାମାନଙ୍କର ଅନୁରୋଧକ୍ରମେ ସେହି ହଳାହଳ ବିଷ ପାନ କରିଥିଲେ ଦେବଦେବ ମହାଦେବ । ବିଷର ଉତ୍ତପ୍ତ ଜ୍ୱାଳାରୁ ତାଙ୍କ କଣ୍ଠ ନୀଳ ବର୍ଣ୍ଣ ହୋଇ ଯାଇଥିଲା । ଏହାସହ ମହାଦେବଙ୍କ ଶରୀର ତାପ ବହୁତ ଅଧିକ ହୋଇଯାଇଥିଲା । ତେଣୁ ବିଷର ଯନ୍ତ୍ରଣାକୁ ଲାଘବ କରିବା ପାଇଁ ଭୋଳାନାଥ ନିଜ ମଥାରେ ଗଙ୍ଗାକୁ ଧାରଣ କରିବା ସହ ଦେବତାଗଣ ମହାଦେବଙ୍କ ମସ୍ତକରେ ସୁଭାଷିତ ଜଳ ଢାଳିଥିଲେ । ମହାଦେବଙ୍କ ତାପ କମ କରିବା ପାଇଁ ଇନ୍ଦ୍ରଦେବ ପ୍ରବଳ ବର୍ଷା ମଧ୍ୟ କରାଇଥିଲେ । ତେଣୁ ବିଶ୍ୱାସ କରାଯାଏ କି ଏହି ଦିନଠାରୁ ମହାଦେବଙ୍କୁ ଜଳଲାଗି କରାଯାଏ । ଶ୍ରାବଣ ମାସ ଭଗବାନ ଶିବଙ୍କର ଅତି ପ୍ରିୟର ମାସ ହୋଇଥିବା ବେଳେ ଏହି ମାସରେ କାଉଡିଆ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ଯାତ୍ରାର ଆରମ୍ଭ କେବେ ଆଉ କିଏ ଆରମ୍ଭ କରିଥିଲେ ?

ଏହି ଯାତ୍ରା ଶହ ଶହ ବର୍ଷ ଧରି ଚାଲି ଆସୁଛି । ସେନେଇ ପୁରାଣରେ ବର୍ଣ୍ଣନା ରହିଛି । ସର୍ବପ୍ରଥମେ କାଉଡିଆ ଭାବେ କେତେକ ଶ୍ରରାମଙ୍କୁ କହିଥାଆନ୍ତି । ବିହାରର ସୁଲତାନ ଗଞ୍ଚ କାଉଡିରେ ଗଙ୍ଗା ଜଳ ଧରି ବାବା ଧାମ ଶିବଲିଙ୍ଗରେ ଜଳାଭିଷେକ କରିଥିଲେ ବୋଲି ପୁରାଣରେ ଉଲ୍ଲେଖ ରହିଛି । ଏହାକୁ ନେଇ ଅନ୍ୟ ଏକ ପୌରାଣିକ କାହାଣୀ ମଧ୍ୟ ରହିଛି । ଲଙ୍କାପତି ରାବଣ ମହାଦେବଙ୍କୁ ବିଷ ପିଡାରୁ ମୁକ୍ତ କରିବା ପାଇଁ ଧ୍ୟାନ କରିଥିଲେ । ଏହାପରେ ଶିବଲିଙ୍ଗ ଉପରେ ସେ ଜଳାଭିଷେକ କରିଥିଲେ ।
ଏହଛଡା ଏକଥା ମଧ୍ୟ କୁହାଯାଏ କି ଭଗବାନ ଶିବଙ୍କର ପରମ ଭକ୍ତ ପର୍ଶୁରାମ ସର୍ବପ୍ରଥମେ ଏହି ଯାତ୍ରା ଆରମ୍ଭ କରିଥିଲେ ବୋଲି କୁହାଯାଏ । ପର୍ଶୁରାମ ଉତ୍ତରପ୍ରଦେଶର ବାଗପଦତ ପାଖରେ ଥିବା ମହାଦେବଙ୍କ ମନ୍ଦିରରେ କାୁଡିରେ ଜଳ ଆଣି ଜଳାଭିଷେକ କରିଥିଲେ । ସେହିପରି ଶ୍ରବଣ କୁମାର ଏହି ପ୍ରଥା ଆରମ୍ଭ କରିଥିଲେ ବୋଲି କିଛଇ ଲୋକ ମତ ଦିଅନ୍ତି । ସେ ହରିଦ୍ୱାରାରେ ନିଜ ଦୁଷ୍ଟିହୀନ ବାପା ମାଆଙ୍କୁ ଗଙ୍ଗା ସ୍ନାନ କରିବାର ଇଛା ପୂରଣ କରିବା ପାଇଁ ସେମାନଙ୍କୁ ଭାରରେ ବୋହିଥିଲେ । ହରିଦ୍ୱାରରେ ପିତାମାତାଙ୍କୁ ସ୍ନାନ କରାଇଥିଲେ । ଏହାପରେ ହିଁ କାଉଡି ଯାତ୍ରାର ଆରମ୍ଭ ହୋଇଥିଲା ବୋଲି ବିଶ୍ୱାସ କରାଯାଏ ।

କାଉଡି ଯାତ୍ରା ସମୟରେ କାହିଁକି ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରିଥାଆନ୍ତି?

ଏହାର କାରଣ ହେଉଛି ଗେରୁଆ ରଙ୍ଗ ଜୀବନରେ ଉର୍ଜା ସାହାସ , ଆସ୍ଥା ଓ ଗତିଶୀଳତା ବଢାଇଥାଏ । କଲର ଥେରାପି ଅନୁସାରେ ମଧ୍ୟ ଏହି ରୋଗ ପେଟ ରୋଗରୁ ମୁକ୍ତି ଦେଇଥାଏ ।

Get real time updates directly on you device, subscribe now.