fbpx
BJD
BJD SKY
BJD SKY

ICAR ପକ୍ଷରୁ ନିଯୁକ୍ତି: କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି କରନ୍ତୁ, ମେ ୧୨ ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ଆସିଛି ଏକ ଭଲ ସୁଯୋଗ । ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ତରଫରୁ ଏନେଇ ଏକ ବିଜ୍ଞାପନ ପ୍ରକାଶ ପାଇଛି । ମୋଟ ୮ଟି ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀଙ୍କୁ ରିସର୍ଚ୍ଚ ଆସୋସିଏଟ (ଆରଏ), ସିନିୟର ରିସର୍ଚ୍ଚ ଫେଲୋ (ଏସଆରଏଫ) ଓ ୟଙ୍ଗ ପ୍ରଫେସନାଲ-୨ ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ବିଜ୍ଞପ୍ତିକୁ ଭଲ ଭାବେ ପଢ଼ି ମେ ମାସ ୧୨ ତାରିଖ ସୁଦ୍ଧା ଆବେଦନ କରିବାକୁ ପଡ଼ିବ ।

ପ୍ରାର୍ଥୀଙ୍କୁ ପ୍ରଥମେ ଗୁଗଲ ଫର୍ମ ପୂରଣ କରିବା ସହିତ ମାଟ୍ରିକ, ଯୁକ୍ତଦୁଇ, ୟୁଜି ଓ ପିଜି ପ୍ରମାଣପତ୍ରକୁ ସ୍କାନ କରି ସେଗୁଡ଼ିକୁ ଅପଲୋଡ୍ କରିବେ । ଏଥିସହିତ ସେହି ଡକ୍ୟୁମେଣ୍ଟଗୁଡ଼ିକୁ ପ୍ରଦତ୍ତ ଇ-ମେଲ ଆଇଡିରେ ପଠାଇବେ । ରିସର୍ଚ୍ଚ ଆସୋସିଏଟ୍ ପଦ ପାଇଁ ପ୍ରାର୍ଥୀ ବାୟୋଟେକ୍ନୋଲୋଜି / ପ୍ଲାଣ୍ଟ ଫିଜିଓଲୋଜି / ପ୍ଲାଣ୍ଟ ବାୟୋକେମିଷ୍ଟ୍ରି ଆଦି ବିଷୟରେ ପିଏଚ.ଡି କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ମାସିକ ଦରମା ୪୯ ହଜାର ଟଙ୍କା ସହିତ ଏଚଆରଏ ପ୍ରଦାନ କରାଯିବ ।

ସେହିପରି ସିନିୟର ରିସର୍ଚ୍ଚ ଫେଲୋ ପଦ ପାଇଁ ପ୍ରାର୍ଥୀ ବାୟୋଟେକ୍ନୋଲୋଜି / ପ୍ଲାଣ୍ଟ ଫିଜିଓଲୋଜି / ପ୍ଲାଣ୍ଟ ବାୟୋକେମିଷ୍ଟ ଆଦି ବିଷୟରେ ମାଷ୍ଟର ଡିଗ୍ରୀ ହାସଲ କରିଥିବେ । ପ୍ରାର୍ଥୀଙ୍କୁ ମାସିକ ୩୧ ହଜାର ଟଙ୍କା ଦରମା ସହିତ ଏଚଆରଏ ପ୍ରଦାନ କରାଯିବ । ୟଙ୍ଗ ପ୍ରଫେସନାଲ-୨ ପଦ ପାଇଁ ପ୍ରାର୍ଥୀ ବାୟୋଟେକ୍ନୋଲୋଜି / ପ୍ଲାଣ୍ଟ ଫିଜିଓଲୋଜି / ପ୍ଲାଣ୍ଟ ବାୟୋକେମିଷ୍ଟରେ ପୋଷ୍ଟଗ୍ରାଜୁଏଟ ଡିଗ୍ରୀ କରିଥିବେ । ପ୍ରାର୍ଥୀଙ୍କ ମାସିକ ୪୨ ହଜାର ଟଙ୍କା ନେଇ ସ୍ଥିର ହୋଇଛି ।

ବିଜ୍ଞପ୍ତି ଲିଙ୍କ: https://iari.res.in/files/jobs/SR_AW_Advt_RA_SRF_YPII_26042024.pdf

Get real time updates directly on you device, subscribe now.