fbpx
BJD
BJD SKY
BJD SKY

ଏହି ଦୁଇ ବ୍ୟାଙ୍କର କ୍ରେଡିଟ୍ କାର୍ଡରେ କାଲିଠୁ ବିଲ୍ ଭରିବା ହୋଇଯିବ ମହଙ୍ଗା, ପୂର୍ବାପେକ୍ଷା ଦେବାକୁ ପଡିବ ଅଧିକ ଚାର୍ଜ

ନୂଆଦିଲ୍ଲୀ: ଯଦି ଆପଣ ପ୍ରାଇଭେଟ୍ ସେକ୍ଟର YES ବ୍ୟାଙ୍କ ଓ ଆଇଡିଏଫସି ଫାଷ୍ଟ ବ୍ୟାଙ୍କ(IDFC)ର ଗ୍ରାହକ ଅଟନ୍ତି ଏବଂ ଏହି ବ୍ୟାଙ୍କର କ୍ରେଡିଟ୍ କାର୍ଡର ବ୍ୟବହାର ବିଭିନ୍ନ ସାମଗ୍ରୀ କ୍ରୟ ଠାରୁ ଆରମ୍ଭ କରି ବିଲ୍ ପେମେଣ୍ଟ ପର୍ଯ୍ୟନ୍ତ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ଲାଗି ବହୁତ ଜରୁରୀ । କାରଣ କାଲି ଅର୍ଥାତ୍ ମେ’ ୧ ତାରିଖ ଠାରୁ ଏହି ବ୍ୟାଙ୍କର କ୍ରେଡିଟ୍ କାର୍ଡରେ ବିଲ୍ ଭରିବା ମହଙ୍ଗା ହେବାକୁ ଯାଉଛି । ୟୁଟିଲିଟି ବିଲ୍ ପେମେଣ୍ଟ କରିବା କ୍ଷେତ୍ରରେ ଏହି ବ୍ୟାଙ୍କ କାଲି ଠାରୁ ଅଧିକ ଚାର୍ଜ ଲଗାଇବାକୁ ଯାଉଛି ।

ମିଳିଥିବା ରିପୋର୍ଟ ଅନୁସାରେ ବ୍ୟାଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରାହକଙ୍କ ଦ୍ୱାରା ପର୍ସନାଲ କାର୍ଡର ଅପବ୍ୟବହାର ଓ ଲୋୟର ଏମଡିଆର୍ କାରଣରୁ ନିଆଯାଇଛି । ଏମଡିଆର୍ ସେହି ଶୁଳ୍କ ଅଟେ ଯାହା ପେମେଣ୍ଟ ଗେଟୱେ ପ୍ରତ୍ୟେକ କ୍ରେଡିଟ୍ କାର୍ଡ ଟ୍ରାନଜାକସନ ଲାଗି କମ୍ପାନୀ ଠାରୁ ଆଦାୟ କରିଥାଏ । ଏହି ଏମଡିଆର୍ ଚାର୍ଜେସ୍ ଅଲଗା ଅଲଗା ଟ୍ରାନଜାକସନ ଲାଗି ଅଲଗା ଅଲଗା ହୋଇଥାଏ । କିନ୍ତୁ କ୍ରେଡିଟ୍ କାର୍ଡର ବ୍ୟବହାର ବୃଦ୍ଧି ସତ୍ତ୍ୱେ ୟୁଟିଲିଟି ବିଲ୍ ପେମେଣ୍ଟ ଜରିଆରେ ବ୍ୟାଙ୍କକୁ ଏମଡିଆରରୁ କମ୍ ରୋଜଗାର ହେଉଛି । ଏବେ ଏଥିରେ ୧% ବୃଦ୍ଧି କରି ବ୍ୟାଙ୍କ ଏହାର ରୋଜଗାର ବୃଦ୍ଧି କରିବାକୁ ଚାହୁଁଛି । ଏହାର ବୋଝ ଏବେ କ୍ରେଡିଟ୍ କାର୍ଡ ୟୁଜରଙ୍କ ଉପରେ ପଡିବ ।

ତେବେ ଏହା ନୁହେଁ ଯେ, YES ଓ IDFC ବ୍ୟାଙ୍କର କ୍ରେଡିଟ୍ କାର୍ଡ ୟୁଜର୍ସଙ୍କୁ ସମସ୍ତ ବିଲ୍ ପେମେଣ୍ଟ କ୍ଷେତ୍ରରେ ଅତିରିକ୍ତ ଚାର୍ଜ ଦେବାକୁ ହେବ । ଏଥିପାଇଁ ବ୍ୟାଙ୍କ ଏକ ସୀମା ଧାର୍ଯ୍ୟ କରିଛି । ଯଦି –ବ୍ୟାଙ୍କ ଗ୍ରାହକ ନିଜ କାର୍ଡରେ ୧୫,୦୦୦ଟଙ୍କାରୁ କମ୍ ବିଲ୍ ପେମେଣ୍ଟ କରୁଛନ୍ତି ତେବେ ଏହା ଉପରେ କୌଣସି ଏକ୍ସଟ୍ରା ଚାର୍ଜ ଲାଗିବ ନାହିଁ । କିନ୍ତୁ ଏହାଠାରୁ ଅଧିକ ପେମେଣ୍ଟ କରୁଥିଲେ ୧% ହାରରେ ଅତିରିକ୍ତ ଶୁଳ୍କ ଆଦାୟ କରାଯିବ । ତେବେ ଏହି ମାମଲାରେ ଆଇଡିଏଫସି ବ୍ୟାଙ୍କ ଏହାର ସୀମା ୨୦,୦୦୦ ଟଙ୍କା ଧାର୍ଯ୍ୟ କରିଛି । ଏହା ବ୍ୟତିତ ଦୁଇ ବ୍ୟାଙ୍କ ୧୮% ଜିଏସଟି ବି ଲଗାଇବେ ।

Get real time updates directly on you device, subscribe now.