fbpx
BJD
BJD SKY
BJD SKY

ସୂର୍ଯ୍ୟାସ୍ତ ସମୟରେ ଭୁଲରେ କରନ୍ତୁ ନାହିଁ ଏହି ୫ ଟି କାର୍ଯ୍ୟ, ବଢ଼ିଯାଏ ସମସ୍ୟା!

ହିନ୍ଦୁଧର୍ମରେ ଲୋକମାନେ ନିଜ ଘରେ, ଜୀବନରେ ଖୁସି, ସୁଖ ଏବଂ ସମୃଦ୍ଧତା ବଜାୟ ରଖିବା ପାଇଁ ଅନେକ ପ୍ରକାରର କାର୍ଯ୍ୟ କରନ୍ତି, କିନ୍ତୁ କିଛି କାମ ଏପରି ଅଛି ଯାହାକୁ ଭୁଲରେ କରିବା ଉଚିତ୍ ନୁହେଁ । କୁହାଯାଏ କି କିଛି କାର୍ଯ୍ୟ ସୂର୍ଯ୍ୟାସ୍ତରେ କରାଯିବା ଉଚିତ୍ ନୁହେଁ । ଯଦି କେହି ଏହା କରନ୍ତି, ତେବେ ତାଙ୍କୁ ଅନେକ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିବ । ଏହା ବ୍ୟତୀତ ସୁଖ ଏବଂ ସମୃଦ୍ଧତା ମଧ୍ୟ ଘରୁ ଦୂରେଇ ଯାଏ ।

ସନ୍ଧ୍ୟା ସମୟରେ ଶୋଇବା ଉଚିତ ନୁହେଁ : ସୂର୍ଯ୍ୟାସ୍ତ ସମୟରେ ଏବଂ ସନ୍ଧ୍ୟା ସମୟରେ ଶୋଇବାକୁ ଅଶୁଭ ମନେ କରାଯାଏ । ବାସ୍ତୁ ଅନୁସାରେ ଯେଉଁ ଘରେ ଲୋକେ ସନ୍ଧ୍ୟା ସମୟରେ ଶୋଇଥାନ୍ତି ସେହି ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ ।

ତୁଳସୀ ଗଛରେ ପାଣି ଦିଅନ୍ତୁ ନାହିଁ : ବାସ୍ତୁ ଅନୁସାରେ ସନ୍ଧ୍ୟା ସମୟରେ ତୁଳସୀ ଗଛରେ ଆଦୌ ପାଣି ଦିଅନ୍ତୁ ନାହିଁ ଏବଂ ପତ୍ର ଛିଡାନ୍ତୁ ନାହିଁ । ଏମିତି କରିବା ଦ୍ୱାରା ମାଆ ଲକ୍ଷ୍ମୀ ଘରୁ ଚାଲି ଯାଆନ୍ତି । ସନ୍ଧ୍ୟାରେ ଏହି ଜିନିଷ କରିଲେ ଅଶୁଭ ମନେ କରାଯାଏ ।

ଟଙ୍କା ଦିଆ ନିଆ କରନ୍ତୁ ନାହିଁ : ହିନ୍ଦୁ ଧର୍ମରେ ପରମ୍ପରା ରହିଛି ଯେ ସୂର୍ଯ୍ୟାସ୍ତ ପରେ କୌଣସି ବ୍ୟକ୍ତିଙ୍କ ଠାରୁ ଟଙ୍କା ଆଣିବା ଏବଂ ଟଙ୍କା ଦେବା ଉଚିତ ନୁହେଁ । ଏମିତି କରିବା ଦ୍ୱାରା ଘରେ ଦାରିଦ୍ରତା ବୃଦ୍ଧି ପାଇଥାଏ ।

ଝାଡ଼ୁ ଲଗାନ୍ତୁ ନାହିଁ : ବାସ୍ତୁ ଅନୁସାରେ ସନ୍ଧ୍ୟା ସମୟରେ ଘରେ ଝାଡ଼ୁ କରିବା ଉଚିତ ନୁହେଁ । ଏହି ସମୟରେ ଝାଡ଼ୁ କରିବା ଦ୍ୱାରା ଧନରେ ହାନି ହୋଇଥାଏ । ସନ୍ଧ୍ୟା ସମୟରେ ଘରର ଅଳିଆ, ଆବର୍ଜନା ଫୋପାଡିବା ଉଚିତ ନୁହେଁ । ଏହି କାମ କରିଲେ ଘରକୁ ଦାରିଦ୍ରତା ଆସିଥାଏ ।

ଏହି ଜିନିଷକୁ ଭୁଲରେ ବି ଦାନ କରନ୍ତୁ ନାହିଁ : ବାସ୍ତୁ ଅନୁସାରେ ସନ୍ଧ୍ୟା ସମୟରେ ଲୁଣ, ହଳଦୀ, କ୍ଷୀର, ଦହି ଏବଂ ଖଟା ଜାତୀୟ ଜିନିଷ ଆଦୌ ଦାନ କରନ୍ତୁ ନାହିଁ । ଏହା କରିବା ଦ୍ୱାରା ଘରର ଧନ ହାନୀ ହୋଇଥାଏ ।

Get real time updates directly on you device, subscribe now.