fbpx

କିଡନୀ ଷ୍ଟୋନ କାହିଁକି ହୁଏ: ଏହାର ଲକ୍ଷଣ କ’ଣ, ଘରୋଇ ଉପାୟରେ ପଥରକୁ ନଷ୍ଟ କରିହେବ କି, କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଆଜିକାଲି କିଡନୀ ଷ୍ଟୋନ ଅଧିକାଂଶ ଲୋକଙ୍କଠାରେ ଦେଖାଯାଉଛି । ସାଧାରଣ ଭାବେ ଖରାପ ଖାଦ୍ୟାଭ୍ୟାସ ଓ ପିଉଥିବା ପାଣିର ଗୁଣବତ୍ତା କାରଣରୁ ବିଭିନ୍ନ ବର୍ଗର ଲୋକଙ୍କଠାର କିଡନୀ ଷ୍ଟୋନ ବିକଶିତ ହୋଇଥାଏ । କିଡନୀ ଷ୍ଟୋନକୁ ଚିକିତ୍ସା ଦ୍ୱାରା ରୋକିହେବ, ମାତ୍ର ସଠିକ୍ ସମୟରେ ଏହାର ଲକ୍ଷଣକୁ ଜାଣିବାର ଆବଶ୍ୟକତା ରହିଛି । ଏହି ଷ୍ଟୋନର ଆକାର ଛୋଟ, ବଡ଼ ହେବା ସହିତ ଏକାଧିକ ମଧ୍ୟ ହୋଇପାରେ ।

ତେବେ ଛୋଟ ପଥର ପରିସ୍ରା ସମୟରେ ବାହାରକୁ ବାହାରି ଯାଇଥାଏ, ମାତ୍ର ବଡ଼ ପଥର ବାହାରିବା ନେଇ ସମସ୍ୟା ସୃଷ୍ଟି ହୋଇଥାଏ । ଏଭଳି କ୍ଷେତ୍ରରେ ରୋଗୀଙ୍କୁ ଗମ୍ଭୀର ତଥା ଅସହନୀୟ ଯନ୍ତ୍ରଣା ଭୋଗିବାର ସମ୍ଭାବନା ରହିଥାଏ । କମ୍ ପାଣି ପିଇବା, ୟୁଟିଆଇ, ପରିସ୍ରାରେ ଅଧିକ ଏସିଡିକ ହେବା କାରଣରୁ କିଡନୀରେ ପଥର ସୃଷ୍ଟି ହୋଇଥାଏ । କିଡନୀ ଷ୍ଟୋନ ହେଲେ ପିଠିର ତଳ ଭାଗ, ପେଟ, ମୁତ୍ରପଥରେ ଗମ୍ଭୀର ଯନ୍ତ୍ରଣା ହୋଇଥାଏ । କିଛି ଲୋକ ବାରମ୍ବାର ପରିସ୍ରା ଲାଗିବା, ଥଣ୍ଡା ଲାଗିବା, ଅତ୍ୟଧିକ ଝାଳ ବୋହିବା ଆଦି ଅନୁଭବ କରିଥାନ୍ତି ।

କିଡନୀ ଷ୍ଟୋନର ଚିକିତ୍ସା ପାଇଁ ମେଡିସିନ ଓ ସର୍ଜରୀ କରିହେବ । ମାତ୍ର କିଛି ଘରୋଇ ଉପାୟରେ ଆପଣ ପଥରକୁ ନଷ୍ଟ କରି ପରିସ୍ରାରେ ବାହାର କରିପାରିବେ । ଡେଣ୍ଡିଲିୟନ ପରି ଏକ ଆୟୁର୍ବେଦିକ ଜଡ଼ିବୁଟିର ଉପଯୋଗ କରିବା ଫଳରେ ମୂତ୍ର ପଥରେ ପଥର ଜମିବା କମ୍ ହେବାରେ ଲାଗିଥାଏ । ଏହା କିଡନୀକୁ ସୁସ୍ଥ ରଖିବା ସହିତ ବିପଦ ଆଶଙ୍କାକୁ ଏଡ଼ାଇଥାଏ । ଦୈନିକ ୬-୮ ଗ୍ଲାସ ପାଣି ପିଇବା ଫଳରେ ପଥରର ପ୍ରାକୃତିକ ରୂପ ନଷ୍ଟ ହେବା ସହ ତାହା ବାହାରକୁ ବାହାରିଯାଇଥାଏ ।

ଡାଳିମ୍ବ ଜୁସ, ଲେମ୍ବୁ ପାଣି ପିଇବା ଫଳରେ ଛୋଟ ପଥର ବାହାରି ଯାଇଥାଏ । ତୁଳସୀ ଚା’ ପିଇବା ଦ୍ୱାରା ପଥର ଜନିତ ଯନ୍ତ୍ରଣା କମ୍ ହେବା ସହିତ ପଥରକୁ ନଷ୍ଟ କରିବାରେ ଲାଭ ମିଳିଥାଏ । ସେଓ କିଡନୀର ଅକ୍ସିଡେଟିଭ ଷ୍ଟ୍ରେସକୁ ରୋକିବାରେ ପ୍ରଭାବୀ ହୋଇଥାଏ । ଏହା ଶରୀରରେ ଆଣ୍ଟି ଅକ୍ସିଡେଣ୍ଟ ସ୍ତରକୁ ବଢ଼ାଇବା ସହିତ ବ୍ଲଡ ଶୁଗର ସ୍ତରକୁ ନିୟନ୍ତ୍ରଣ କରିଥାଏ । ସେଓରେ ରହିଥିବା ସାଇଟ୍ରିକ ଏସିଡ କିଡନୀ ପଥରକୁ ମିଳେଇବାରେ ସହାୟକ ହୁଏ ବୋଲି ରିସର୍ଚ୍ଚରେ କୁହାଯାଇଛି । ଭୋଜନରେ ଦୁଧ, ଦହି, ପନୀର ଆଦି ସେବନ ଫଳରେ କିଡନୀ ଷ୍ଟୋନର ସମ୍ଭାବନା କମ୍ ରହିଥାଏ ।

Get real time updates directly on you device, subscribe now.