fbpx
BJD SKY
BJD SKY

ୟୁଟ୍ୟୁବରେ ଲିକ୍ ହେଲା କ୍ରିତି-ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’: କିଛି ଘଣ୍ଟାରେ ୨ ମିଲିୟନରୁ ଅଧିକ ଭ୍ୟୁ

BJD

ନୂଆଦିଲ୍ଲୀ: ପ୍ରଭାସ ଏବଂ କ୍ରିତିଙ୍କ ଅଭିନୀତ ଚଳଚ୍ଚିତ୍ର ‘ଆଦିପୁରୁଷ’ ବର୍ତ୍ତମାନ ସିନେମାଘରେ ଚାଲିଛି । ଅନେକ ବିବାଦ ମଧ୍ୟରେ ଫିଲ୍ମର ସ୍କ୍ରିନିଂ ଜାରି ରହିଛି, ଯଦିଓ ଫିଲ୍ମର ସମସ୍ୟା ବନ୍ଦ ହେବାର ନାମ ନେଉନାହିଁ । ତେବେ ବର୍ତ୍ତମାନ ଫିଲ୍ମର ଅନଲାଇନ୍ ଲିକ୍ ହେବା କଥା ସାମ୍ନାକୁ ଆସିଛି । ଏହା ପୂର୍ବରୁ ଫିଲ୍ମଟି ଅନଲାଇନ୍ ପାଇରେସିର ଶିକାର ହୋଇଥିଲା ଏବଂ ବର୍ତ୍ତମାନ ଫିଲ୍ମ ଅନଲାଇନରେ ଲିକ୍ ହୋଇଛି ।

ୟୁଟ୍ୟୁବ୍ ପ୍ଲାଟଫର୍ମରେ ଫିଲ୍ମ ‘ଆଦିପୁରୁଷ’ ଲିକ୍ ହେବାର ଖବର ସାମ୍ନାକୁ ଆସିଛି । ନ୍ୟୁଜ୍ ୧୮ ଅନୁଯାୟୀ, ଏହି ଚଳଚ୍ଚିତ୍ରଟି ୟୁଟ୍ୟୁବରେ ଏଚଡି କ୍ୱାଲିଟୀରେ ଦେଖିବା ପାଇଁ ଉପଲବ୍ଧ ଥିଲା ଏବଂ କିଛି ସମୟ ମଧ୍ୟରେ ଏହାକୁ ୨.୩ ମିଲିୟନରୁ ଅଧିକ ଲୋକ ଦେଖି ଥିଲେ । ତେବେ ବର୍ତ୍ତମାନ ଫିଲ୍ମ ୟୁଟ୍ୟୁବରେ ଉପଲବ୍ଧ ନାହିଁ କାରଣ ମାଲିକ ଏହାକୁ ସାଇଟରୁ ଡିଲିଟ କରିଦେଇଛନ୍ତି ।

ତେବେ ‘ଆଦିପୁରୁଷ’ ଆରମ୍ଭରୁ ହିଁ ଷ୍ଟାର୍ସ ଲୁକ୍‌ ଏବଂ VFXକୁ ନେଇ ବିବାଦରେ ଛନ୍ଦି ହୋଇଥିଲା । କ୍ରିତି ସାନନ୍‌, ସୈଫ୍‌ ଅଲି ଖାନଙ୍କ ସହ ନିର୍ଦ୍ଦେଶକ ଓମ୍‌ ରାଉତ ଏବଂ ଫିଲ୍ମର ସଂଳାପ ଲେଖକ ମନୋଜ ମୁନ୍ତଶିର୍‌ ମଧ୍ୟ ସୋସିଆଲ ମିଡିଆରେ ୟୁଜରମାନଙ୍କ ଟାର୍ଗେଟ୍‌କୁ ଆସିଥିଲେ । ରିଲିଜ ପରେ ଏବେ ଫିଲ୍ମକୁ ନେଇ ଆହୁରି ଅଧିକ ବିବାଦ ବଢ଼ିଯାଇଥିଲା । ଗୋଟେପଟେ ଅଯୋଧ୍ୟାର ସନ୍ଥମାନେ ଏଠାରେ ଆଦିପୁରୁଷ ଉପରେ ବ୍ୟାନ୍‌ ଲଗାଇବାକୁ ଦାବି କରିଥିଲେ । ଆଉ ଅନ୍ୟପଟେ ପାଲଘରରେ ଚାଲିଥିବା ଫିଲ୍ମର ସ୍କ୍ରିନିଂକୁ ବନ୍ଦ କରିଦିଆଯାଇଥିଲା । ତେବେ ଗତ କିଛି ଦିନ ତଳେ ‘ଆଦିପୁରୁଷ’କୁ ନେଇ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ ମନୋଜ ମୁନ୍ତଶିରଙ୍କୁ ସୁରକ୍ଷା ଯୋଗାଇ ଦେଇଥିଲା ।

ଏତେ ସବୁ ବାଦ ବିବାଦ ପରେ ଆଜି ଟୁଇଟ୍‌ କରି ମନୋଜ ମୁନ୍ତଶିର୍‌ କ୍ଷମା ମାଗିଛନ୍ତି । ସେ ଲେଖିଛନ୍ତି, ଆଦିପୁରୁଷ ଯୋଗୁଁ ଜନତାଙ୍କ ଭାବାବେଗ ଆହତ ହୋଇଛି । ଯେଉଁ କଥା ସେ ସ୍ୱୀକାର କରିଛନ୍ତି । ଏହା ସହ ସେ ଲେଖିଛନ୍ତି କି ତାଙ୍କର ସମସ୍ତ ଭାଇଭଉଣୀ, ବୟୋଜ୍ୟେଷ୍ଠ, ପୂଜ୍ୟ ସାଧୁସ‌ନ୍ଥ ଏବଂ ଶ୍ରୀରାମଙ୍କ ଭକ୍ତମାନଙ୍କୁ ଯୋଡ଼ହସ୍ତରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛନ୍ତି ବୋଲି ।

Get real time updates directly on you device, subscribe now.