fbpx

ପୃଥିବୀ ପୃଷ୍ଠକୁ ଜଳ କେଉଁଠାରୁ ଆସିଥିଲା: ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା, ମାଟି ତଳେ ଲୁଚି ରହିଥିବା ପ୍ରମାଣ ଖୋଲିବ ରହସ୍ୟ

ନୂଆଦିଲ୍ଲୀ: ଆମ ପୃଥିବୀକୁ ନେଇ ଅନେକ ଅସମାହିତ ପ୍ରଶ୍ନ ରହିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ‘ପୃଥିବୀ ପୃଷ୍ଠକୁ ଜଳ କେଉଁଠୁ ଆସିଲା?’ ଧରିତ୍ରୀକୁ ଜଳ କେଉଁଠୁ ଆଉ କିପରି ଆସିଲା ତା’ର ଉତ୍ତର ଆଜି ପର୍ଯ୍ୟନ୍ତ କେହି ଖୋଜି ପାଇ ପାରିନାହାନ୍ତି । ତେବେ ନିକଟରେ ବୈଜ୍ଞାନିକମାନେ ଏ ସମ୍ବନ୍ଧିତ ଏକ ରହସ୍ୟର ଖୁଲାସା କରିଛନ୍ତି । ଜଳକୁ ନେଇ କିଛି ପ୍ରଶ୍ନର ଉତ୍ତର ଏହି ଗବେଷଣାକୁ ଜଣାପଡ଼ିଛି ।

ପୃଥିବୀ ପୃଷ୍ଠରେ ୭୧ ପ୍ରତିଶତ ଜଳ ଭାଗ ରହିଥିଲେ ହେଁ ଏହାର ଉତ୍ପତ୍ତି ଏବେ ବି ରହସ୍ୟ ହୋଇ ରହିଛି । ବୈଜ୍ଞାନିକଙ୍କ ମତରେ, ପାଣି ଆଷ୍ଟରଏଡଠାରୁ ଆସିଛି ବା ପୃଥିବୀ ନିଜେ ପାଣି ସୃଷ୍ଟି କରିଛି । କାଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ରିସର୍ଚ୍ଚରମାନେ ଏହି ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଗୋଟିଏ ପାଦ ଆଗକୁ ବାଇଛନ୍ତି । ପ୍ରାରମ୍ଭିକ ସମୟରେ ପୃଥିବୀର ନିର୍ମାଣ ଶୁଖିଲା ଓ ପଥର ସାମଗ୍ରୀରେ ହୋଇଥିଲା । ତେଣୁ ଏହି ଗ୍ରହକୁ ପାଣି ପରେ ଆସିଥିଲା ବୋଲି ସେଥିରୁ ଜଣାପଡ଼ିଥିଲା ।

ପୃଥିବୀ ନିର୍ମାଣର ଅନ୍ତିମ ୧୫ ପ୍ରତିଶତ ସମୟରେ ସେଥିରେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ଓ ଜୀବନ ଧାରଣ ପାଇଁ ଆବଶ୍ୟକ ପଦାର୍ଥ ସାମିଲ ହୋଇଥିଲା । ପୃଥିବୀର ୪.୫ ଅରବ ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଛି । ତେବେ ପୃଥିବୀର ନିର୍ମାଣ କିପରି ହୋଇଥିଲା ସେନେଇ ବୈଜ୍ଞାନିକମାନେ ଜାଣିବାକୁ ପ୍ରୟାସ କରୁଛନ୍ତି । ଉପର ମେଣ୍ଟଲ ୬୮୦ କିମି ପର୍ଯ୍ୟନ୍ତ ବ୍ୟାପିଥିବା ବେଳେ ତଳ ମେଣ୍ଟଲ ୬୮୦ରୁ ୨୯୦୦ କିମି ପର୍ଯ୍ୟନ୍ତ ବ୍ୟାପିଛି । ବିଭିନ୍ନ ଭାଗର ଗଭୀରକୁ ଯାଇ ମ୍ୟାଗମାର ଅଧ୍ୟୟନ କରି ପୃଥିବୀର ସ୍ତର, ଗଠନ ଉପରେ ରିସର୍ଚ୍ଚ କରିବା ସହିତ ପ୍ରତି ସ୍ତରରେ ରହିଥିବା ରାସାୟନିକ ପଦାର୍ଥ ବିଷୟରେ ତଥ୍ୟ ମିଳିପାରେ । ବିଭିନ୍ନ ସାମଗ୍ରୀ ପରସ୍ପର ସହ ମିଶ୍ରଣ ଘଟି ପୃଥିବୀର ବିକାଶ ହୋଇଛି । ତଳ ମେଣ୍ଟଲ ଓ ଉପର ମେଣ୍ଟଲ ପୃଥିବୀ ନିର୍ମାଣ ସହ ଜଡ଼ିତ ତଥ୍ୟ ଦେଇପାରେ ।

Get real time updates directly on you device, subscribe now.