fbpx
BSKY
BJD MC SKY
BJD YOUTH SKY

ବିଶ୍ୱର ପ୍ରଥମ ୬ଜି ଡିଭାଇସ୍ ପ୍ରସ୍ତୁତ କଲା ଜାପାନ: ୫ଜି ଠାରୁ ୫୦୦ ଗୁଣ ସ୍ପିଡରେ ଚାଲିବ ଇଣ୍ଟରନେଟ!

ନୂଆଦିଲ୍ଲୀ: ସାରା ବିଶ୍ୱର ଅଧିକାଂଶ ଦେଶରେ ଏବେ ଲାଟେଷ୍ଟ ୫ଜି ନେଟୱାର୍କ ପହଞ୍ଚି ପାରିନାହିଁ । ଭାରତରେ ମଧ୍ୟ ସବୁ ସ୍ଥାନରେ ସଠିକ୍ ଭାବେ ୫ଜି ସେବା ପହଞ୍ଚି ନାହିଁ । ଅପରପକ୍ଷେ ଜାପାନ ବିଶ୍ୱର ପ୍ରଥମ ୬ଜି ଡିଭାଇସ୍ ପ୍ରସ୍ତୁତ କରିଦେଇଛି । ୬ଜି ନେଟୱାର୍କରେ ବର୍ତ୍ତମାନର ୫ଜି ଠାରୁ ୫୦୦ ସ୍ପିଡରେ ଇଣ୍ଟରନେଟ ଚାଲିବ ବୋଲି ଦାବି କରାଯାଉଛି । ଜାପାନର କମ୍ପାନୀମାନେ ଲଞ୍ଚ କରିଥିବା ୬ଜି ଇଣ୍ଟରନେଟରେ ଏକସଙ୍ଗେ ୫ ଏଚଡି ଫିଲ୍ମ ଷ୍ଟ୍ରିମ କରିବା ସମ୍ଭବ ହୋଇ ପାରିବ ବୋଲି କୁହାଯାଉଛି ।

ଜାପାନର ଡୋକୋମୋ, ଏନଟିଟି କର୍ପୋରେସନ, ଏନଇସି କର୍ପୋରେସନ ଓ ଖୁଜିତ୍ସୁ ଟେଲିଫାର୍ମା କମ୍ପାନୀମାନେ ମିଶି ଏହି ୬ଜି ଡିଭାଇସକୁ ପ୍ରସ୍ତୁତ କରିଛନ୍ତି । ରିପୋର୍ଟ ମୁତାବକ, ଏହି ୬ଜି ପ୍ରୋଟୋଟାଇପ ଡିଭାଇସ ୧୦୦ ଗିଗାହର୍ଟଜ ବ୍ୟାଣ୍ଡ ଉପରେ ଘର ଭିତରେ ୧୦୦ ଜିବିପିଏସ ସ୍ପିଡ ହାସଲ କରିପାରିବ । ଏହି ଡିଭାଇସ ଘର ବାହାରେ ଏହି ସ୍ପିଡ ହାସଲ କରିବା ପାଇଁ ୩୦୦ ଗିଗାହର୍ଟଜ ବ୍ୟାଣ୍ଡର ବ୍ୟବହାର କରିଥାଏ । ତେବ ୬ଜିକୁ ସାଧାରଣ ଜନତାଙ୍କ ପାଇଁ ଉପଯୋଗ କରିବା ପାଇଁ କିଛି ସମୟ ଲାଗିବ । ନୂଆ ଟେକନିକ ବର୍ତ୍ତମାନର ୫ଜିରୁ ୬ଜିକୁ ଲମ୍ପ ପ୍ରଦାନ କରିଛି, ଯାହାକି ୨୦ ଗୁଣ ଦ୍ରୁତ ଗତି ପ୍ରଦାନ କରିଥାଏ । ଏହି ଉପକରଣ ୩୦୦ ଫୁଟ ଅଞ୍ଚଳକୁ କଭର କରିବ । ଏହି ଇଣ୍ଟରନେଟ ସଂଯୋଗ ଭବିଷ୍ୟତ ପାଇଁ ଏକ ଆଶାଜନକ ବିକାଶ ପ୍ରଦାନ କରିବାରେ ସହାୟକ ହେବ ।

Get real time updates directly on you device, subscribe now.