ରାଷ୍ଟ୍ରପତି ଭବନରେ ଆସନ୍ତାକାଲିଠାରୁ ଭିଜିଟର୍ସ କନଫରେନ୍ସ୨୦୨୩

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଆସନ୍ତାକାଲିଠାରୁ ଦୁଇଦିନିଆ ‘ଭିଜିଟର୍ସ କନ୍‍ଫରେନ୍ସ-୨୦୨୩’ ଆରମ୍ଭ ହେଉଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ଉଦ୍‍ଘାଟନ କରିବେ । ଏହି ଅବସରରେ ଭିଜିଟର୍ସ ଆୱାର୍ଡ୨୦୨୧ ପ୍ରଦାନ କରାଯିବ । ଉଦ୍‍ଭାବନ, ଗବେଷଣା ଏବଂ ପ୍ରଯୁକ୍ତିବିକାଶ କ୍ଷେତ୍ରରେ ଏହି ପୁରସ୍କାର ବଣ୍ଟନ କରାଯିବ ।

କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ଯୋଗଦେବେ । ଚଳିତବର୍ଷ ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି, ‘ନିରନ୍ତର ବିକାଶ କ୍ଷେତ୍ରରେ ଶିକ୍ଷା : ଏକ ଉନ୍ନତ ବିଶ୍ୱଗଢ଼ିବା’ ।

ଏହି ସମ୍ମେଳନର ନିର୍ଯ୍ୟାସ ଅନ୍ତିମ ଦିବସରେ ରାଷ୍ଟ୍ରପତିଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ । ଉଦ୍‍ଯାପନୀ ସମାରୋହକୁ ମଧ୍ୟ ରାଷ୍ଟ୍ରପତି ସମ୍ବୋଧନ କରିବେ । ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୧୬୨ଟି ଉଚ୍ଚଶିକ୍ଷା ସଂସ୍ଥାନର ଭିଜିଟର ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ।