fbpx

୬୫ ଇନ୍ସପେକ୍ଟରଙ୍କ ବଦଳି, କୋରାପୁଟରୁ ନୂଆପଡ଼ା ଗଲେ ଦିବ୍ୟଲୋଚନ ଦାସ

ଭୁବନେଶ୍ୱର: ଓଡ଼ିଶା ପୋଲିସ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜର ୬୫ଜଣ ଇନ୍ସପେକ୍ଟରଙ୍କ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି । ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁଯାୟୀ ଇନ୍ସପେକ୍ଟର ଦିବ୍ୟଲୋଚନ ଦାସଙ୍କୁ କୋରାପୁଟରୁ ନୂଆପଡ଼ା ବଦଳି କରାଯାଇଛି । ସେହିପରି ଇନ୍ସପେକ୍ଟର ତିଳୋତ୍ତମା ନାୟକଙ୍କୁ କୋରାପୁଟରୁ ମାଲକାନଗିରି, ଇନ୍ସପେକ୍ଟର ସମ୍ବିତ କୁମାର ବେହେରାଙ୍କୁ କୋରାପୁଟରୁ ନବରଙ୍ଗପୁର ବଦଳି କରାଯାଇଛି ।

ଏହିପରି କୋରାପୁଟ, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା ଆଦି ଜିଲ୍ଲାମାନଙ୍କରୁ ପ୍ରାୟ ୬୫ଜଣ ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି

Get real time updates directly on you device, subscribe now.