fbpx

ଏଣିକି ପାନ କାର୍ଡ଼ଧାରୀଙ୍କୁ ଦେବାକୁ ପଡ଼ିବ ୬ ହଜାର ଟଙ୍କା

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ପ୍ୟାନ୍ ଓ ଆଧାର କାର୍ଡ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ । ଏହି ଦୁଇଟିକୁ ଲିଙ୍କ କରାଯିବାର ସମୟସୀମା ଏବେ ଶେଷ ହୋଇଛି । ଯେଉଁମାନେ ଜୁନ୍ ୩୦ ସୁଦ୍ଧା ପାନ୍ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ୍ କରିଥିବେ କେବଳ ସେମାନଙ୍କର ପାନ୍ କାର୍ଡ ବୈଧ ହେବ । ଆଉ ଯଦି କେହି ପାନ୍କା ର୍ଡକୁ ଆଧାର କାର୍ଡ ସହିତ ଲିଙ୍କ୍ କରିନାହାନ୍ତି ତେବେ ଏହା ଅବୈଧ ଅଟେ । ପାନ୍ କାର୍ଡ ବିନା ଓଞଜ ଫାଇଲ୍ କରିବା କଷ୍ଟକର ।

ତେବେ ଯଦି ଆଇଟିଆର୍ ଦାଖଲ କରାନଯାଏ ତେବେ ଜରିମାନା ଦେବାକୁ ପଡିବ । ନିଷ୍କ୍ରିୟ ପାନ କାର୍ଡଧାରୀ ୬ ହଜାର ଜରିମାନା ଦେବାକୁ ପଡିବ । ଆଇଟିଆର୍ପେ ନାଲ୍ଟି ୫ ହଜାର ଟଙ୍କା ଓ ପାନ ଆଧାର ଲିଙ୍କ ପାଇଁ ୧୦୦୦ ଟଙ୍କା ଦେବାକୁ ପଡ଼ିବ । ଜରିମାନା ଦେବା ପରେ ପାନ୍ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ ଚାହୁଁଛନ୍ତି, ତେବେ ପାନ୍ କାର୍ଡକୁ ପୁନଃ ସକ୍ରିୟ କରିବାକୁ ପଡିବ । ଆଉ ଏଥିପାଇଁ ଲାଗିବ ପ୍ରାୟ ୩୦ ଦିନ ।

ବର୍ତ୍ତମାନ ପାନ୍ କାର୍ଡକୁ ଲିଙ୍କ୍ କରିବା ପାଇଁ ୧୦୦୦ ଜୋରିମାନା ଲାଗୁ ହେବ । ତା’ପରେ ଆପଣ ଏହାକୁ ଆଧାର କାର୍ଡ ସହିତ ଲିଙ୍କ୍ କରିପାରିବେ । ତେଣୁ ପାନ୍ କାର୍ଡକୁ ଯଥାଶୀଘ୍ର ଆଧାର ସହିତ କରିଦିଅନ୍ତୁ ଲିଙ୍କ୍ । ନଚେତ୍ ଆଗକୁ ସାମ୍ନା କରିବାକୁ ପଡିପାରେ ଅନେକ ସମସ୍ୟା ।

Get real time updates directly on you device, subscribe now.