ଗୋଡ଼ଭଙ୍ଗା ଘାଟିରେ ଭୟଙ୍କର ଦୁର୍ଘଟଣା : ବସକୁ ପଛପଟୁ ଧକ୍କା ଦେଲା ଟ୍ରକ

ଆନନ୍ଦପୁର : ଓଡିଶାରେ ଲଗାତାର ଭାବେ ଘଟିଯାଲିଛି ଦୁର୍ଘଟଣା । ବିଳମ୍ବିତ ରାତିରେ ଆନନ୍ଦପୁର ସାତକୋଶିଆ ଘାଟିରେ ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଲା ଚାଉଳ ବୋଝେଇ ଟ୍ରକ । ଏହି ଘାଟି ଦେଇ ଶହ ଶହ ବସ ପ୍ରତ୍ୟେକ ଦିନ ଯାତାୟତ କରୁଛନ୍ତି । ଏହି ଘାଟିର ନାଁ ଶୁଣିଲେ ଅଧିକାଂଶ ଲୋକଙ୍କ ମନରେ ଭୟ ଆସିଥାଏ । କହିବାର କାରଣ, ଏହି ଘାଟିରେ ପ୍ରାୟ ସମୟରେ ଦୁର୍ଘଟଣା ହୋଇଥାଏ । ଆନୁମାନିକ କରାଯାଉଛି ଯେ ଘାଟିରେ ଅଧିକାଂଶ ବାଙ୍କ ଥିବାରୁ ଏଭଳି ଦୁର୍ଘଟଣା ଘଟୁଛି ।

ସୂଚନା ଅନୁଯାୟୀ : ବିଳମ୍ବିତ ରାତିରେ ବସ ସାଇଶଙ୍କର(ଓଡି୧୧ ଇ୩୭୯୨) ନିଜର ଗନ୍ତବ୍ୟସ୍ତଳକୁ ଫାରୁଥିଲା । ସେହି ସମୟରେ ଗୋଡ଼ଭଙ୍ଗା ଘାଟି ଠାରେ ଏକ ଚାଉଳ ବୋଝେଇ ଟ୍ରକ(ଏପି ୦୭ଟିଏଫ୪୯୭୯) ବସକୁ ପଛପଟୁ ଧକ୍କା ଦେଇଥିଲା । ଏହି ଧକ୍କାରେ ବସଟି ୩୦ ଫୁଟ ତଳକୁ ଖସିଗଲା । ବସରେ ପ୍ରାୟ ୫୦ଜଣ ଯାତ୍ରୀ ଥିଲେ । ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ଚିକିତ୍ସା କରିବା ପାଇଁ ପଠାଇ ଦିଆଯାଇଥିଲା । ଏହି ଦୁର୍ଘଟଣାରେ ବସଟି ସଂପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଛି । ଏନେଇ ଟ୍ରକ ଡ୍ରାଇଭର କହିଛି, ଗାଡ଼ିର ବ୍ରେକ ଫେଲ ହୋଇଥିବାରୁ ଏଭଳି ଦୁର୍ଘଟଣା ଘଟିଛି ।

ପରବର୍ତ୍ତୀ ସମୟରେ ଏହି ଦୁର୍ଘଟଣାର ଖବର ପାଇ ମହୁଲଡିହ ପୋଲିସ ଘଟଣାସ୍ଥଳକୁ ତୁରନ୍ତ ପହଞ୍ଚଥିଲା । ଉଦ୍ଧାର କାର୍ଯ୍ୟ ସମାପନ ପରେ ପୋଲିସ ଏହି ଦୁର୍ଘଟଣାର ତଦନ୍ତ କରୁଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ କହିଛନ୍ତି, ବାରମ୍ବାର ପ୍ରଶାସନକୁ ଏହି ଘାଟି ବିଷୟରେ ଜଣାଇଥିଲେ ମଧ୍ୟ ଏହାର କୌଣସି ପ୍ରତିକାରକ ବ୍ୟବସ୍ଥା କରାଯାଉ ନାହିଁ । ଏହି ଘାଟିରେ ଘଟୁଥିବା ଦୁର୍ଘଟଣାକୁ କମ କରିବା ପାଇଁ କିଛି ବ୍ୟବସ୍ଥା କରନ୍ତୁ, ଯଦି ଏହାର କିଛି ବ୍ୟବସ୍ଥା ନକରାଯାଏ, ତେବେ ଏଠାରେ ଘଟୁଥିବା ଦୁର୍ଘଟଣା ପାଇଁ ସରକାର ସଂପୂର୍ଣ୍ଣ ଦାୟୀ ରହିବେ ।