ଥାଲାପତି ବିଜୟଙ୍କର ‘ଲିଓ’ ହେବ ଶେଷ ଫିଲ୍ମ! ଜାଣନ୍ତୁ କାହିଁକି ଏପରି ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ : ତାମିଲ ସୁପରଷ୍ଟାର ଥାଲାପତି ବିଜୟ ନିଜର ଦୁଇଟି ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବିଜୟଙ୍କ ପ୍ରଥମ ଫିଲ୍ମଟି ହେଉଛି ‘ଜୱାନ୍’, ଯେଉଁଥିରେ ସେ ଶାହାରୁଖ ଖାନଙ୍କ ସହ ଫିଲ୍ମରେ କ୍ୟାମୋ ଭୂମିକାରେ ଅଭିନୟ କରିଥିବା ବେଳେ ଦ୍ୱିତୀୟଟି ହେଉଛି ‘ଲିଓ’ । ଏହି ଚଳଚ୍ଚିତ୍ରଟି ଲୋକେଶ କାନାଗରାଜଙ୍କ ଦ୍ୱାରା ନିର୍ଦ୍ଦେଶିତ, ଯାହା ବିଷୟରେ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସହ ଅଛିନ୍ତି ଜ୍ଝ ଅକ୍ଟୋବର ୧୯ ରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି, କିନ୍ତୁ ଖବର ପ୍ରକାଶ ପାଇଛି ଯେ ଫିଲ୍ମ ରିଲିଜ ହେବା ପୂର୍ବରୁ ଥାଲାପତି ତାମିଲନାଡୁରେ ଏକ ପଦଯାତ୍ରା କରିବେ ।

ବିଜୟ ସାଉଥ ସିନେମାର ଏକ ଲୋକପ୍ରିୟ ଅଭିନେତା ଅଟନ୍ତି ଏବଂ ଏହାର ତାଙ୍କର ବହୁତ ପ୍ରଶଂସକ ଅଛନ୍ତି । ଅନ୍ୟପଟେ ବିଜୟ VMI (ବିଜୟ ମକ୍କାଲ ଇୟାକକମ୍) ର ସଦସ୍ୟମାନଙ୍କୁ ଭେଟିଛନ୍ତି। ଏହାର ପରେ, ଏହି ଆଲୋଚନା ଆରମ୍ଭ ହେଲା ଯେ ଅଭିନେତା ବର୍ତ୍ତମାନ ତାଙ୍କର ରାଜନୈତିକ ଡେବ୍ୟୁ କରିବାକୁ ଯାଉଛନ୍ତି । ଖବର ମିଳିଛି ଯେ, ସେ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ତାମିଲନାଡୁରେ ଏକ ପଦଯାତ୍ରା କରିବେ। କେବଳ ଏତିକି ନୁହେଁ, ତାଙ୍କର ରାଜନୈତିକ ପ୍ରବେଶ ପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ମଧ୍ୟ ବିରତି ନେଇପାରନ୍ତି । ସେଥିପାଇଁ କୁହାଯାଉଛି ଯେ, ବିରତି ଯିବା ପୂର୍ବରୁ ‘ଲିଓ’ ତାଙ୍କର ଶେଷ ଫିଲ୍ମ ହେବ । ତାଙ୍କର ରାଜନୈତିକ ଡେବ୍ୟୁ ବିଷୟରେ ଅନୁମାନ ସେତେବେଳେ ବଢି ଚାଲିଥିଲା, ​​ଯେତେବେଳେ ଜୁନ୍ ମାସରେ ତାମିଲନାଡୁର ୨୩୪ ନିର୍ବାଚନମଣ୍ଡଳୀରୁ ଦଶମ ଏବଂ ଦ୍ୱାଦଶ ଟପ୍ପରଙ୍କୁ ସୁବିଧା ପ୍ରଦାନ କରାଯାଇଥିଲା ।

ତେଣୁ କୁହାଯାଇଛି ଯେ ବିଜୟ ତାଙ୍କ ରାଜନୀତିକ କ୍ୟାରିୟର ପାଇଁ ଚଳଚ୍ଚିତ୍ରରୁ ୩ ବର୍ଷର ବିରତି ନେବେ ଏବଂ ୨୦୨୪ ରେ ନିଜର ରାଜନୈତିକ ଦଳ ଗଠନ କରି, ୨୦୨୬ ନିର୍ବାଚନରେ ​​ଅଂଶଗ୍ରହଣ କରିବେ। କିନ୍ତୁ ଥାଲାପତି ବିଜୟ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରିନାହାନ୍ତି । ଫିଲ୍ମ ‘ଲିଓ’ରେ ବିଜୟଙ୍କ ବ୍ୟତୀତ ସଞ୍ଜୟ ଦତ୍ତ ଏବଂ ତ୍ରିଶା ମଧ୍ୟ ରହିବେ। ଏହା ପରେ ସେ ନଭେମ୍ବରରେ ନିର୍ଦ୍ଦେଶକ ଭେଙ୍କଟ ପ୍ରଭାସଙ୍କ ଆଖ୍ୟାବିହୀନ ଚଳଚ୍ଚିତ୍ରରେ କାମ ଆରମ୍ଭ କରିବେ। ଏହି ପ୍ରକଳ୍ପ ପରେ ସେ ତାଙ୍କର ପୁରା ସମୟ ରାଜନୀତିକୁ ଦେଇପାରନ୍ତି ବୋଲି ସୂଚନା ମିଳିଛି ।