fbpx
BJD SKY
BJD SKY

ଫଶାଇ ଦେଲା ଅନଲାଇନ୍ ଲୋନ୍ ଆପ୍ , ଋଣ ସୁୁୁୁଝି ନପାରି ପୁରା ପରିବାର ସହ କଲେ ଆତ୍ମହତ୍ୟା

BJD

ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରୁ ଏକ ଅତ୍ୟନ୍ତ ଦୁଃଖଦାୟକ ଖବର ସାମ୍ନାକୁ ଆସିଛି । ଏଠାରେ ଗୋଟିଏ ପରିବାରର ୪ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ଛୋଟ ଶିଶୁ ବି ସାମିଲ ଅଛନ୍ତି । କୁହାଯାଉଛି ପତି ପତ୍ନୀ ପ୍ରଥମେ ନିଜର ଦୁଇ ପିଲାଙ୍କୁ ବିଷ ଦେବା ପରେ ନିଜେ ଫାଶୀରେ ଝୁଲି ପଡିଛନ୍ତି । ତେବେ ଏହି ପରିବାର ଋଣ ବୋଝରୁ ମୁକ୍ତି ପାଇବା ଲାଗି ଏପରି ଉପାୟ ଆପଣାଇଛନ୍ତି ବୋଲି କୁହାଯାଉଛି ।

ମାମଲା ଭୋପାଳର ରତିବଡ ଥାନା ଅଞ୍ଚଳର । ୩୫ ବର୍ଷୀୟ ଭୂପେନ୍ଦ୍ର ବିଶ୍ୱକର୍ମା ଓ ତାଙ୍କ ପତ୍ନୀ ୨୯ ବର୍ଷୀୟା ଋତୁ ବିଶ୍ୱକର୍ମା ନିଜର ଦୁଇ ସନ୍ତାନ ଋତୁରାଜ(୮) ଓ ଋଷିରାଜ (୩)ଙ୍କ ସହ ଶିବ ବିହାର କଲୋନୀରେ ରହୁଥିଲେ । ପୋଲିସ ସୂଚନା ଅନୁସାରେ ମୃତକ ଏକ ଘରୋଇ ବୀମା କମ୍ପାନୀରେ କାମ କରୁଥିଲେ । କିନ୍ତୁ କିଛି ଆର୍ଥିକ ସମସ୍ୟା ଉପୁଜିବାରୁ ସେ ଏକ ଅପଲାଇନ୍ ଲୋନ୍ ଆପ୍ ରୁ ଋଣ କରିଥିଲେ । ଏହି ଋଣକୁ ସେ ସଠିକ୍ ସମୟରେ ସୁଝି ପାରି ନ ଥିଲେ ଓ ଏହା ଉପରେ ଆହୁରି ଋଣ କରିଥିଲେ । ଋଣ ପଇଠ ନ କରିପାରିବାରୁ କମ୍ପାନୀ ତାଙ୍କୁ ବିଭିନ୍ନ ଉପାୟରେ ବ୍ଲାକମେଲ୍ କରିବାକୁ ଲାଗିଲା । ଏହିସବୁ ସମସ୍ୟାକୁ ସାମ୍ନା କରି ନ ପାରି ଓ ଅନ୍ୟ କିଛି ଉପାୟ ନ ପାଇ ସେ ପରିବାର ସହ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ପୋଲିସ ଘଟଣାସ୍ଥଳରୁ ସୁଇସାଇଡ୍ ନୋଟ୍ ଓ ସଲଫାସ୍ ବଟିକା ପ୍ୟାକେଟ୍ ଜବତ କରିଛି । ପୋଲିସ କହିବା ଅନୁଯାୟୀ ପ୍ରଥମେ ଏହି ଦମ୍ପତି ନିଜର ୮ ବର୍ଷ ଓ ୩ ବର୍ଷର ଶିଶୁକୁ ଥଣ୍ଡା ପାନୀୟରେ ସଲଫାସ୍ ବଟିକା ଖାଇବାକୁ ଦେଇ ପରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।

ମିଳିଥିବା ସୂଚନାରୁ ଜଣାପଡିଛି ମୃତକ ଏକ ଅନଲାଇନ୍ ଜବ୍ ର ଶିକାର ହୋଇଯାଇଥିଲେ । ଅଧିକ ପଇସା ରୋଜଗାର କରିବା ଆଶାରେ ସେ ନିଜର ମୂଳ ପଇସା ହରାଇବା ସହ ଋଣ କରି ତାହାକୁ ବି ଶୁଝି ପାରି ନ ଥିଲେ । ଶେଷରେ ସେ ନିଜ ପରିବାର ସହ ସମୂହ ଆତ୍ମହତ୍ୟା କରିଦେବା ଭଳି ଏକ ଭୟାନକ ନିଷ୍ପତ୍ତି ନେଇଥିଲେ । ଆତ୍ମହତ୍ୟା କରିବା ପୂର୍ବରୁ ମୃତକ ଭୂପେନ୍ଦ୍ର ପରିବାର ସହ ଏକ ଗ୍ରୁପ୍ ଫଟୋ ନେଇଥିଲେ ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Get real time updates directly on you device, subscribe now.