fbpx

Breaking: ବାହାନଗା ଟ୍ରାଜେଡିର ରିମାଣ୍ଡରେ ଥିବା ୩ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ

ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣା ମାମଲାର ରିମାଣ୍ଡରେ ଥିବା ୩ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ରିମାଣ୍ଡର ତୃତୀୟ ଦିନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି । ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ସିବିଆଇ ପରୀକ୍ଷା କରିଛି ।

ସୂଚନା ଅନୁଯାୟୀ, ଜୁନ ୨ରେ ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣାରେ ନିଜ କର୍ତ୍ତବ୍ୟ ଅବହେଳା କରିଥିବାରୁ ୩ ଜଣ ରେଳ କର୍ମଚାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ସିବିଆଇ ଅନେକ ପ୍ରଶ୍ନ ପଚରାଉଚରା କରିଥିବା ବେଳେ ଆଜି ସେ ସମସ୍ତଙ୍କୁ ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପରୀକ୍ଷା କରାଯାଇଛି ।

ଉଲ୍ଲେଖନୀୟ, ଗତକାଲି ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ୭ଜଣ ରେଳ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ୩ଜଣ ଗିରଫ ହେବା ସହ ୭ଜଣ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ଏହି ମାମଲାର କାର୍ଯ୍ୟାନୁଷ୍ଠାନକୁ ନେଇ ଜିଏମ୍ ଅନୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ବାହାନଗା ରେଳ ଦୁର୍ଘଟଣାକୁ ନେଇ ସିବିଆଇ ଓ ସିଆଇଏସ୍ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଏନେଇ ରେଲୱେ ପ୍ରଶାସନ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ବଡ଼ ଧରଣର ଟ୍ରେନ ଦୁର୍ଘଟଣା ଯେଉଁମାନଙ୍କ ଅବହେଳା ଲାଗି ହୋଇଛି, ସେମାନଙ୍କର ଧରପକଡ ହେଉଛି ।

Get real time updates directly on you device, subscribe now.