fbpx

ସେଣ୍ଟ୍ରାଲ ବ୍ୟାଙ୍କରେ ୧୦୦୦ ପଦବୀ ପାଇଁ ଏବେ କରନ୍ତୁ ଆବେଦନ , ଜାଣନ୍ତୁ କେତେ ପଡ଼ିବ ଶୁଳ୍କ

ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି କରିବାକୁ ପ୍ରସ୍ତୁତ ହେଉଥିବା ଯୁବ ପ୍ରାର୍ଥୀଙ୍କ ପାଇଁ ଏକ ଖୁସି ଖବର । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୧୦୦୦ ପଦବୀ ପାଇଁ ନିଯୁକ୍ତି ବାହାରିଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ଚାଲିଛି ।

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୧୫ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ଅଫିସିଆଲ୍ ୱେବସାଇଟ୍ Centralbankofindia.co.in ଯିବାକୁ ପଡିବ । ଏହି ନିଯୁକ୍ତି ମେନଷ୍ଟ୍ର୍ରିମରେ ମିଡିଲ୍ ମ୍ୟାନେଜମେଣ୍ଟ ଗ୍ରେଡ୍ ସ୍କେଲ୍ ଆଇଆଇର ପୋଷ୍ଟରେ କରାଯିବ ।

ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ଶେଷ ତାରିଖକୁ ଅପେକ୍ଷା ନକରିବାକୁ ପରାମର୍ଶ ଦିଆଯାଇଛି । ବରଂ ଅଫିସିଆଲ୍ ୱେବସାଇଟ୍ Centralbankofindia.co.in ମାଧ୍ୟମରେ ଯଥାଶୀଘ୍ର ଆବେଦନ କରିବାକୁ କୁହାଯାଇଛି । ସଫଳ ଆବେଦନ କରିଥିବା ପ୍ରାର୍ଥୀଙ୍କ ଅନଲାଇନ୍ ପରୀକ୍ଷା ଅଗଷ୍ଟ ୨୦୨୩ ର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ହେବ ବୋଲି ଆଶା କରାଯାଉଛି ।

ଯୋଗ୍ୟତା :-

ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ସୀମା ୩୧ ମେ ୨୦୨୩ ରେ ୩୨ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ । ତଥାପି ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ଉଚ୍ଚ ବୟସରେ ଆରାମ ପାଇଁ ଏକ ବ୍ୟବସ୍ଥା ରହିଛି ।

ଶିକ୍ଷାଗତ ଯୋଗ୍ୟତା :-

ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଭାରତର ଯେକୌଣସି ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ଡିଗ୍ରୀ (ସ୍ନାତକ) କରିଥିବା ଦରକାର । ତେବେ ଅନ୍ୟ କୌଣସି ଉଚ୍ଚ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ।

ଆବେଦନ ଶୁଳ୍କ :-

ଏସସି/ଏସଟି/ପିଡବ୍ଲୁବିଡି / ମହିଳା ପ୍ରାର୍ଥୀଙ୍କୁ ୧ ୭୫+ ଜିଏସ୍ଟି ଦେୟ ଦେବାକୁ ପଡିବ । ଅନ୍ୟ ସମସ୍ତ ପ୍ରାର୍ଥୀଙ୍କୁ ୮୫୦ + ଜିଏସ୍ଟି ଦେୟ ଦେବାକୁ ପଡିବ ।

ଆବେଦନ କରିବେ କିପରି ?
-ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍ Centralbankofindia.co.inକୁ ଯାଆନ୍ତୁ ।
-ଏଠାରେ ହୋମ ପେଜରେ ମିଡିଲ୍ ମ୍ୟାନେଜମେଣ୍ଟ ଗ୍ରେଡ୍ ସ୍କେଲ୍ ଆଇଆଇରେ ମ୍ୟାନେଜର ନିଯୁକ୍ତି ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ ।
-ନିଜକୁ ପଞ୍ଜୀକୃତ କର ଏବଂ ଆବେଦନ ପ୍ରକ୍ରିୟା ସହିତ ଆଗକୁ ବଢ଼ ।
-ଫର୍ମ ପୁରଣ କର, ଦେୟ ଦିଅ ଏବଂ ସବମିଟ୍ କର ।
-ଭବିଷ୍ୟତରେ ପ୍ରମାଣ ପାଇଁ ଏହାର ଏକ ପ୍ରିଣ୍ଟଆଉଟ୍ ନିଅ ।

Get real time updates directly on you device, subscribe now.