fbpx

ସମାଜବାଦୀ ପାର୍ଟିକୁ ଝଟକା: ଦଳରୁ ଇସ୍ତଫା ଦେଲେ ବିଧାୟକ ଦାରା ସିଂହ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି (ସପା)ର ବିଧାୟକ ଦାରା ସିଂହ ଚୌହାନ ଦଳରୁ ଇସ୍ତଫା ଦେଇଛନ୍ତି । ଉତ୍ତରପ୍ରଦେଶ ନଗର ନିଗମ ନିର୍ବାଚନ ପରେ ଦାରା ଦଳ ଛାଡ଼ିବାକୁ ନେଇ ଚର୍ଚ୍ଚା ହେଉଥିଲା । ଏବେ ଦାରାଙ୍କ ଇସ୍ତଫାକୁ ନେଇ ରାଜ୍ୟ ରାଜନୀତି ସରଗରମ୍ ହୋଇଉଠିଛି । ଆଗକୁ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ଏହାପୂର୍ବରୁ ଦାରାଙ୍କ ଇସ୍ତଫାକୁ ପରେ ଦଳକୁ ଲାଗିଛି ଏକ ବଡ଼ ଝଟକା ।

ଗତବର୍ଷ ନିର୍ବାଚନ ପୂର୍ବରୁ ଦାରା ବିଜେପି ଛାଡ଼ି ସପାରେ ସାମିଲ ହୋଇଥିଲେ । ଏହାପରେ ସପା ପକ୍ଷରୁ ତାଙ୍କୁ ଘୋଷୀ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଥିଲା । ଦାରା ନିର୍ବାଚନରେ ବିଜୟ ଲାଭ କରିବା ପରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେବେ ଦାରା ପୁଣି ଥରେ ବିଜେପିକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଦାରାଙ୍କୁ ଲୋକସଭା ନିର୍ବାଚନ ପାଇଁ ଟିକେଟ ଦେବାକୁ ଅଫର ଦିଆଯାଇଥିବା କୁହାଯାଉଛି ।

ଆଗାମୀ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳମାନେ ନିଜର ସଂଗଠନକୁ ସଜାଡ଼ିବା ପ୍ରୟାସରେ ରହିଥିବା ବେଳେ ଏଭଳି ସ୍ଥିତିରେ ଦଳବଦଳ ଏକ ସାଧାରଣ କଥା । ତେଣୁ ଦାରାଙ୍କ ଇସ୍ତଫା ପରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କୁ ଲାଗିଛି ଏକ ବଡ଼ ଝଟକା । ଦାରା ତାଙ୍କର ଇସ୍ତଫା ପତ୍ର ରାଜ୍ୟ ବିଧାନସଭାର ବାଚସ୍ପତି ସତୀଶ ମହାଣଙ୍କୁ ପଠାଇ ଦେଇଛନ୍ତ । ଗୃହର ମୁଖ୍ୟ ସଚିବ ଏନେଇ ଏକ ବୟାନ ଜାରି କରିଛନ୍ତି ।

Get real time updates directly on you device, subscribe now.