fbpx
BSKY
BJD SHG SKY
BJD YOUTH SKY

ବରିଷ୍ଠ ନାଗରିକମାନେ ଏହିସବୁ ଯୋଜନାରେ କରନ୍ତୁ ବିନିଯୋଗ, ଜାଣନ୍ତୁ ସ୍କିମର ସୁବିଧା ବିଷୟରେ..

ନୂଆଦିଲ୍ଲୀ: ଯଦି ଆପଣ ଅବସର ନେବାପରେ ମଧ୍ୟ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । ଭାରତରେ ବରିଷ୍ଠ ନାଗରିକମାନେ ଟଙ୍କା ବିନିଯୋଗ କରିବା ପାଇଁ ଅନେକ ଗୁଡିଏ ଯୋଜନା ରହିଛି । ଏହି ଯୋଜନା ଗୁଡିକ ଆପଣଙ୍କ ପାଇଁ ବେସ ଲାଭଦାୟକ ହେବ । ଏହି ମାଧ୍ୟମରେ ଆପଣଙ୍କୁ ଭଲ ସୁଧହାର ମିଳିବା ସହ ଅଧିକ ରିଟର୍ଣ୍ଣ ମଧ୍ୟ ମିଳିବ । ତେବେ ଆସନ୍ତୁ ଏହି ଯୋଜନା ଗୁଡିକ ବିଷୟରେ ଜାଣିବା ।

ବରିଷ୍ଠ ନାଗରିକ ସହାୟ ଯୋଜନା – ବରିଷ୍ଠ ନାଗରିକ ସହାୟ ଯୋଜନାଟି ୬୦ବର୍ଷ ଓ ଏହାଠାରୁ ଅଧିକ ବୟଷ୍କ ବ୍ୟକ୍ତିମାନଙ୍କ ପାଇଁ କରାଯାଇଛି । ଏହା ଏକ ଆକର୍ଷଣୀୟ ସୁଧହାର, ଏଥିରେ ଆପଣ ସୁନିଶ୍ଚିନ୍ତ ରିଟର୍ଣ୍ଣ ପାଇବେ, ତ୍ରୟୋମାସିକ ଦେୟ ଓ ୫ବର୍ଷର ଅବଧି ପ୍ରଦାନ କରୁଥିବା ଏହା ଏକ ସୁରକ୍ଷିତ ବିନିଯୋଗ ବିକଳ୍ପ ଅଟେ । ଏହି ଯୋଜନାରେ ପ୍ରତ୍ୟେକ ବରିଷ୍ଠ ନାଗରିକ ୩୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ବିନିଯୋଗ କରିପାରିବେ ।

FIXED DEPOSIT-ବିଶ୍ୱାସନୀୟ, ସ୍ଥିର ରିଟର୍ଣ୍ଣ ଓ ଲିକୁଇଡିଟି ପାଇଁ ଫିକ୍ସଡ ଡିପୋଜିଟ ଏକ ଲୋକପ୍ରିୟ ବିକଳ୍ପ ଅଟେ । ବ୍ୟାଙ୍କ ଓ ଡାକଘର ଗୁଡିକ ବରିଷ୍ଠ ନାଗରୀକମାନଙ୍କ ପାଇଁ ଫିକ୍ସଡ ଡିପୋଜିଟ ମାଧ୍ୟମରେ ଅଧିକ ସୁଧହାର ପ୍ରଦାନ କରିଥାନ୍ତି ।

ପ୍ରଧାନମନ୍ତ୍ରୀ ଭାୟା ବନ୍ଧନ ଯୋଜନା –ଏହି ଯୋଜନାଟି ବରିଷ୍ଠ ନାଗରୀକମାନଙ୍କ ପାଇଁ ଏକ ସରକାରୀ ପେନସନ୍ ଯୋଜନା ଅଟେ । ଏହା LIC ଦ୍ୱାରା ପ୍ରଦାନ କରାଯାଉଛି । ଏହି ଯୋଜନା ବରିଷ୍ଠ ନାଗରିକମାନଙ୍କୁ ୧୦ବର୍ଷ ପାଇଁ ଗ୍ୟାରେଣ୍ଟି ରିଟର୍ଣ୍ଣ ଓ ନିୟମିତ ମାସିକ ଆୟ ପ୍ରଦାନ କରିଥାଏ

ପୋଷ୍ଟ ଅଫିସ ମାସିକ ସଞ୍ଚୟ ଯୋଜନା –ସାଧାରଣ ଲୋକମାନଙ୍କ ପାଇଁ ଡାକଘର ଏହି ଯୋଜନା ପ୍ରଦାନ କରିଥାଏ । ଏହା ବିନିଯୋଗକାରୀଙ୍କୁ ମାସିକ ଆୟ ପ୍ରଦାନ କରିଥାଏ । ତେବେ ଏହି ଯୋଜନାର ଅବଧି ୫ବର୍ଷ ଅଟେ ଓ ଏହାର ସୁଧହାର ପ୍ରତି ତିନି ମାସରେ ସଂଶୋଧିତ କରାଯାଏ ।

Get real time updates directly on you device, subscribe now.