ନୂଆଦିଲ୍ଲୀ: ଆଜିକାଲି ସହରୀ ଅଞ୍ଚଳରେ ଇଲେକ୍ଟ୍ରିକ ସ୍ମାର୍ଟ ମିଟର ଲାଗିସାରିଲାଣି । ତେବେ ଏହି ମିଟରରେ ଗୋଟିଏ ଛୋଟ ଲାଲ ରଙ୍ଗର ଲାଇଟ ଜଳୁଥିବାର ଦେଖିବାକୁ ମିଳିଥାଏ । ଅନେକ ଲୋକ ଏହା ଜାଣି ନଥିବେ େଯେ, ଏହି ଛୋଟିଆ ଇଲେକ୍ଟ୍ରିକ ଲାଇଟ ପାଇଁ ବି ମିଟରରେ ବଡ଼ ଆମାଉଣ୍ଟର ୟୁନିଟ ଖର୍ଚ୍ଚ ହୋଇଥାଏ । ଯାହା ଫଳରେ ଗ୍ରାହକମାନେ ମିଛରେ ଏହି ଲାଇଟ୍ ପାଇଁ ବିଲ୍ ଦେବାକୁ ପଡୁଛି । ଆସନ୍ତୁ ଜାଣିବା ଏହାର ବ୍ୟବହାର ଏବଂ ମିଟରର ଏହି ଲାଇଟ ପାଇଁ କେତେ ୟୁନିଟ ଖର୍ଚ୍ଚ ହେଉଛି ।
ପୂର୍ବରୁ ବିଜୁଳି ବିଭାଗ ତରଫରୁ ଏକ ଗ୍ରାହକମାନଙ୍କୁ ନମ୍ବର ଥିବା ମିଟର ପ୍ରଦାନ କରାଯାଉଥିଲା । ତେବେ ଏହି ମିଟରରେ କୌଣସି ରେଡ ଲାଇଟ ରହୁ ନଥିଲା । କିନ୍ତୁ ଏହି ମିଟରରୁ ଅନେକ ତ୍ରୁଟି ରହିଥିବା ବେଳେ ଖୁବ ସହଜରେ ଏଥିରୁ ବିଦ୍ୟୁତ ଚୋରି କରାଯାଇ ପାରୁଥିଲା । ଯାହା ଫଳରେ ବିଦ୍ୟୁତ ବିଭାଗକୁ ବଡ଼ କ୍ଷତି ସହିବାକୁ ପଡୁଥିଲା । ତେଣୁ ରାଜ୍ୟର ବିଦ୍ୟୁତ ବିଭାଗ ତରଫରୁ ବର୍ତ୍ତମାନ ସମସ୍ତଙ୍କୁ ସ୍ମାର୍ଟ ମିଟର ପ୍ରଦାନ କରାଯାଉଛି । ଏହି ସ୍ମାର୍ଟ ମିଟର ଭିତରେ ଏକ ଛୋଟ ରେଡ ଲାଇଟ ରହିଥାଏ, ଯାହା ମିଟର ଚାଲୁ ରହିଥିବାର ପ୍ରମାଣ ଦେଉଥାଏ । ତେବେ ବିଦ୍ୟୁତ ବିଭାଗ ତରଫରୁ ଲଗା ଯାଇଥିବା ସ୍ମାର୍ଟ ମିଟର ଚାଲୁ ରହିଛି କି ନାହିଁ ଏବଂ ବିଜୁଳି ଖର୍ଚ୍ଚ କରୁଛି କି ନାହିଁ, ସେ ସମ୍ପର୍କରେ ସୂଚନା ଦେଇଥାଏ ଏହି ରେଡ ଲାଇଟ । ତେବେ ବିଜୁଳିର ବ୍ୟବହାର ଯେତେ ଅଧିକ ହେବ ଏହି ଲାଇଟ୍ ସେତେ ଦ୍ରୁତ ବେଗରେ ଝଲସିଥାଏ ।
ସ୍ମାର୍ଟ ମିଟରରେ ଥିବା ଏହି ଲାଲ ଲାଇଟ୍ ୧ ୱାଟରୁ ବି କମ୍ ହୋଇଥାଏ । ତେବେ ଏହା ଅନୁସାରେ ଲାଇଟ୍ ଅତ୍ୟଧିକ ପରିମାଣରେ ବିଦ୍ୟୁତ ଖର୍ଚ୍ଚ କରି ନଥାଏ । ତେବେ ଗୋଟିଏ ମାସରେ ଏହି ରେଡ୍ ଲାଇଟ୍ ଯୋଗୁଁ ସର୍ବାଧିକ ୧ ୟୁନିଟ ଖର୍ଚ୍ଚ ହୋଇଥାଏ । ଯାହା ଫଳରେ ପ୍ରତ୍ୟେକ ଉପଭୋକ୍ତା ମାସକୁ ଅତିରିକ୍ତ ୧ ୟୁନିଟର ବିଦ୍ୟୁତ ବିଲ ପୈଠ କରିଥାନ୍ତି । ତେବେ ଏହି ଘଟଣାକୁ ନେଇ ଏକ ହିନ୍ଦୀ ସିନେମା ମଧ୍ୟ ପ୍ରସ୍ତୁତ ହୋଇଛି । ମେଗାଷ୍ଟାର ଶାହିଦ କପୁରଙ୍କ ଅଭିନୀତ ‘ବତୀ ଗୁଲ୍ ମିଟର ଚାଲୁ’ରେ ଏହି ଘଟଣାକୁ ଦର୍ଶାଯାଇଛି । ତେବେ ସମ୍ପୂର୍ଣ୍ଣ ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ଖର୍ଚ୍ଚକୁ ମିଶାଇଲେ କୋଟି କୋଟି ଟଙ୍କାର ଲାଭ ପାଇଥାଏ ବିଦ୍ୟୁତ ବିଭାଗ ।