fbpx

ମଦ୍ୟପାନ ପରେ ଖାଆନ୍ତୁ ନାହିଁ ଏହି ଜିନିଷ, ନଚେତ ଶରୀର ଉପରେ ପଡିପାରେ ଖରାପ ପ୍ରଭାବ

ସାଧାରଣତଃ ଆଜିକାଲି ବିଶେଷ କରି ଯୁବପିଢିମାନଙ୍କ ମଧ୍ୟରେ ମଦ୍ୟପାନ କରିବାର ଧାରା ବଢିବାରେ ଲାଗିଛି । ମଦ୍ୟପାନ କରିବା ଏକ ସାଧାରଣ କଥାରେ ପରିଣତ ହୋଇଗଲାଣି । ତେବେ ବଜାରରେ ଅନେକ ପ୍ରକାର ଭେରାଇଟର ମଦ ମିଳୁଛି । ଲୋକମାନେ ନିଜ ନିଜ ପସନ୍ଦ ଅନୁଯାୟୀ, ମଦ ପିଇବାକୁ ପସନ୍ଦ କରୁଛନ୍ତି । ପାର୍ଟୀ, ବାର ଓ ପର୍ବରେ ମଦ୍ୟପାନ କରିବା ଏକ ସାଧାରଣ କଥା । ଏଠାରେ ମଦ ସହ ଅନେକ ଖାଦ୍ୟ ମଧ୍ୟ ପରିବେଶଣ କରାଯାଏ । ଏହା ସହ ଲୋକମାନେ ମଦ ସହିତ ଖାଇବା ଜିନିଷ ଅର୍ଡର କରିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି କିଛି ଏମିତି ଖାଦ୍ୟ ଅଛି ଯାହାକୁ ମଦ ସହିତ କିମ୍ବା ମଦ୍ୟପାନ ପରେ ଖାଇବା ଅନୁଚିତ । ତେବେ ଜାଣିରଖନ୍ତୁ କେଉଁ ଖାଦ୍ୟ ଗୁଡିକୁ ମଦ୍ୟପାନ ପରେ ଖାଇବା ଉଚିତ ନୁହେଁ ।

– ମଦ୍ୟପାନ ପରେ କ୍ଷୀର ପିଇବା ଅନୁଚିତ ।

– ଲୋକମାନେ ମଦ୍ୟପାନ ସମୟରେ ବାଦାମ ଓ କାଜୁ ଖାଇବା ପାଇଁ ପସନ୍ଦ କରନ୍ତି । ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଖରାପ ଅଟେ । ମଦ୍ୟପାନ ପରେ କିମ୍ବା ମଦ୍ୟପାନ ସମୟରେ ଏହି ଦୁଇଟି ଜିନିଷକୁ ଖାଆନ୍ତୁ ନାହିଁ । ମଦ ସହିତ ଏହି ଦୁଇଟି ଖାଦ୍ୟ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲର ପରିମାଣ ବଢିଯାଏ ଯାହା ଶରୀର ପାଇଁ କ୍ଷତିକାରକ ।

– ଯଦି ମଦ ସହିତ ସୋଡା କିମ୍ବା କୋଲ୍ଡ ଡ୍ରିଙ୍କ୍ ମିଶାଇ ପିଉଛନ୍ତି ତେବେ ସାବଧନ ହୋଇଯାନ୍ତୁ, କାରଣ ଏହା ଶରୀର ପାଇଁ କ୍ଷତିକାରକ ଅଟେ । ଏଠାରେ ମଦ ସହିତ ପାଣି କିମ୍ବା ବରଫ ମିଶାଇ ପିଇପାରିବେ ।

– ମଦ୍ୟପାନ ସମୟରେ ଚିପ୍ସ୍ ଖାଆନ୍ତୁ ନାହିଁ । ଏହା ସହ ମୋମୋ ଓ ଚିକେନ ଠାରୁ ଦୂରେଇ ରୁହନ୍ତୁ ।

– କୁହାଯାଏ କି ମଦ ପିଇବା ପରେ ମିଠା ଖାଇଲେ ନିଶା ବଢିଥାଏ । ଏହି ପରିସ୍ଥିତିରେ ମଦ୍ୟପାନ ପରେ ମିଠା ଠାରୁ ଦୂରେଇ ରହିବା ଉଚିତ୍ । କାରଣ ମଦ୍ୟପାନ ପରେ ମିଠା ଖାଇବା ବିଷ ସଦୃଶ ହୋଇଥାଏ ।

Get real time updates directly on you device, subscribe now.