fbpx

୧୨ଘଣ୍ଟା କାମ କରିପାରିବେ ଶ୍ରମିକ

ଭୁବନେଶ୍ୱର, ୮ା୫(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ଉତ୍ପାଦନ ବୃଦ୍ଧି ପାଇଁ କାର୍ଯ୍ୟ ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର । ଶ୍ରମିକମାନେ ଦିନକୁ ୮ଘଣ୍ଟା ବଦଳରେ ୧୨ଘଣ୍ଟା କାର୍ଯ୍ୟ କରିପାରିବେ । ସପ୍ତାହକୁ ୭୨ଘଣ୍ଟା କାର୍ଯ୍ୟ କରିପାରିବେ କର୍ମଚାରୀ । ୬ଘଣ୍ଟାର ୨ ସିପ୍ଟ ମଧ୍ୟରେ ଅଧ ଘଣ୍ଟାର ବିରତି ମିଳିବ । ଅଧିକ ୪ଘଣ୍ଟା କାମ ପାଇଁ ଓଭର ଟାଇମ ପାରିଶ୍ରମିକ ମିଳିବ । ସପ୍ତାହକୁ ୨୪ଘଣ୍ଟାର ଓଭର ଟାଇମ ପାରିଶ୍ରମିକ ମିଳିବ । ସନ୍ଧ୍ୟା ୭ରୁ ସକାଳ ୬ଯାଏଁ ମହିଳାଙ୍କୁ କାର୍ଯ୍ୟକ୍ଷେତ୍ର ମନା ହୋଇଛି ।
ଏହାସହ ଓଡ଼ିଶା ଫେରିଲେ ଏଣିକି ୧୪ ଦିନ ନୁହେଁ ୨୮ଦିନିଆ ସଙ୍ଗରୋଧରେ ରହିବେ ପ୍ରବାସୀ । ୧୪ରୁ ୨୧ ଦିନକୁ ସରକାରୀ ସଙ୍ଗରୋଧ ସମୟ ବଢ଼ାଯାଇଛି । ପରେ ୭ଦିନ ଘରେ ସଙ୍ଗରୋଧରେ ରହିବେ । ପ୍ରବାସୀମାନଙ୍କୁ ମୋଟ୍ ୨୮ଦିନ ସଙ୍ଗରୋଧରେ ରହିବାକୁ ହେବ । ୨୮ଦିନ ଭିତରେ ଲକ୍ଷଣ ପ୍ରକାଶ ପାଇବାର ସମ୍ଭାବନା ଅଛି । ତେଣୁ ସମସ୍ତେ ୨୮ଦିନିଆ ସଙ୍ଗରୋଧ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୬ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୩ଜଣ ସୁସ୍ଥ ହୋଇଛନ୍ତି ଓ ୨ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଓଡ଼ିଶାରେ ୧୮୧ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ।

Get real time updates directly on you device, subscribe now.