fbpx

କ୍ୱାରେଣ୍ଟିନ ସେଣ୍ଟରରେ ପ୍ରବାସୀଙ୍କ ମୃତ୍ୟୁ

ଗଞ୍ଜାମ, ୮ା୫(ଓଡ଼ିଶା ଭାସ୍କର): ଗଞ୍ଜାମ ସ୍ଥିତ ପୋଲସରାରେ ଢ଼ୁଙ୍କାପଡ଼ା କ୍ୱାରେଣ୍ଟିନ ସେଣ୍ଟରରେ ଅଘଟଣ ଘଟିଛି । କ୍ୱାରେଣ୍ଟିନ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । । କିନ୍ତୁ ମୃତ୍ୟୁ କଣ ପାଇଁ ହୋଇଛି ଏପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଛି । ମୃତକ ମଧୁପଲ୍ଲୀ ପଞ୍ଚାୟତ ମାଟିଆ ସାହି ଗ୍ରାମର ବୋଲି ଜଣାପଡ଼ିଛି । ଦୁଇ ଦିନ ତଳେ ସୁରତରୁ ଟ୍ରେନରେ ପ୍ରବାସୀ ଜଣକ ଫେରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.