fbpx

OMG! ଦୁଇ ବର୍ଷ ପର୍ଯ୍ୟନ୍ତ କାଶ ପାଇଁ ଚିନ୍ତିତ ଥିଲେ ବୃଦ୍ଧା, ଅପରେସନ ପରେ ବାହାରିଲା ଚିକେନ ହାଡ

ନୂଆଦିଲ୍ଲୀ: ଜଣେ ବୃଦ୍ଧା ୨ବର୍ଷ ଧରି କାଶକୁ ନେଇ ଅସୁବିଧାରେ ଥିଲେ । ରହି ରହି ତାଙ୍କୁ କାଶ ଆସୁଥିଲା ଏବଂ ଭିତରୁ ତାଙ୍କୁ କଷ୍ଟ ଅନୁଭବ ହେଉଥିଲା । ଧୂମପାନ କାରଣରୁ ଏପରି ହେଉଛି ବୋଲି ବୃଦ୍ଧାଙ୍କୁ ତାଙ୍କ ପରିବାର ଲୋକେ କହିଥିଲେ । ଦୁଇ ବର୍ଷ ପର୍ଯ୍ୟନ୍ତ ୮୫ ବର୍ଷର ବୃଦ୍ଧା କଷ୍ଟ ପାଇଆସୁଥିଲେ । କିଛିଦିନ ତଳେ ତାଙ୍କୁ ଗାଜିୟାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେତେବେଳେ ଡାକ୍ତରଙ୍କୁ ବୃଦ୍ଧାଙ୍କ ଅସୁବିଧାର ପ୍ରକୃତ କାରଣ ଜଣା ପଡିଲା ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ । ଏଥିସହ ଯେଉଁମାନେ ଏହି ମାମଲା ବିଷୟରେ ପ୍ରଥମ ଥର ଶୁଣିଲେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ।

ବୃଦ୍ଧା ଜଣଙ୍କ ନାମ ଜଗମଲ ଅଟେ । ଜଗମଲଙ୍କୁ ଗତ ଦୁଇ ବର୍ଷ ତଳେ ଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଏନବିଟୀର ଏକ ରିପୋର୍ଟ ଅନୁଯାୟୀ, ଜଗମଲଙ୍କ ପରିବାର ତାଙ୍କୁ ନେଇ ହସ୍ପିଟାଲ ପହଁଚିଥିଲେ । ଯେତେବେଳେ ରିପୋର୍ଟ ସାମ୍ନାକୁ ଆସିଥିଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଜଗମଲଙ୍କ ଫୁସଫୁସରେ ଚିକେନ ହାଡ ରହିବାର ଦେଖିବାକୁ ମିଳିଥିଲା । ଡାକ୍ତର ଅପରେସନ କରି ହାଡ ବାହାର କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ଜଗମଲଙ୍କ ଭିତରୁ ହାଡ କଢା ଯାଇଥିଲା ।

ସୂଚନା ଅନୁଯାୟୀ, ୨ବର୍ଷ ପୂର୍ବରୁ ଚିକେନ ଖାଇବା ବେଳେ ବୃଦ୍ଧାଙ୍କ ଫୁସଫୁସରେ ଚିକେନ ହାଡ ରହିଥିଲା । କିନ୍ତୁ ସେତେବେଳେ ତାଙ୍କ ପାଖରେ କୌଣସି ଅସୁବିଧା ପରିଲକ୍ଷିତ ହୋଇନଥିଲା । କିନ୍ତୁ ପରେ ତାଙ୍କୁ ଧିରେ ଧିରେ କାଶ ହେବାକୁ ଲାଗିଲା । ଶ୍ୱାସ ନେବାରେ ଅସୁବିଧା ସହ ତାଙ୍କୁ କାଶ ମଧ୍ୟ ହେଉଥିଲା । ଏହିପରି ଭାବେ ୨୪ ମାସ ବୃଦ୍ଧାଙ୍କୁ କଷ୍ଟ ହୋଇଥିଲା । ବର୍ତ୍ତମାନ ଡାକ୍ତର ଅପରେସନ କରି ତାଙ୍କ ଭିତରୁ ଅଟକି ଥିବା ହାଡକୁ ବାହାର କରିଥିଲେ । ସଫଳ ଅସ୍ତ୍ରୋପଚାର ପରେ ବୃଦ୍ଧାଙ୍କୁ ତାଙ୍କ ଘରକୁ ପଠାଯାଇଛି ।

Get real time updates directly on you device, subscribe now.