fbpx

ମୁକୁଳା ଡ୍ରେନ ପୁଣି ନେଲା ଜୀବନ : କଟକ ସହରରେ ଘଟିଲା ଅଘଟଣ

କଟକ : ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା । ଏଥିଯୋଗୁଁ ସହରର ଚାରିଆଡେ ପାଣିରେ ଭର୍ତ୍ତି ହୋଇରହିଛି । ଏନେଇ କଟକର ନିମାସାହିରେ ଘଟିଛି ଏକ ଅଘଟଣ । ସହରର ଚାରିଆଡେ ପାଣି ଥିବାରୁ ମୁକୁଳା ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ । ମୃତକ ଯୁବକଙ୍କ ନାମ ରାହୁଲ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ନଦୀ ଓ ଜଳାଶୟରେ ପାଣିର ମାତ୍ରା ବୃଦ୍ଧି ପାଇ ରାସ୍ତା ଉପରକୁ ପାଣି ମାଡି ଆସିଛି । କଟକରେ ପାଣିର ସ୍ତର ଏତେ ମାତ୍ରାରେ ବୃଦ୍ଧିପାଇଛି ଯେ, ରାସ୍ତା ଘାଟ ଏବଂ ନାଳ ନର୍ଦ୍ଦମା କିଛି ବି ଜଣା ପଡୁ ନାହିଁ । ଏଭଳି ସ୍ଥିତିରେ କଟକ ନିମାସାହିର ବର୍ଷା ପାଣି ଭର୍ତ୍ତୀ ଡ୍ରେନରେ ପଡିଯାଇଥିଲେ ଯୁବକ । ଯାହାଫଳରେ ରାହୁଲଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.