fbpx

(Video) Momos Challenge ପାଇଁ ଚାଲିଗଲା ଜୀବନ: ଜିଦିରେ ଏକା ସାଙ୍ଗରେ ଖାଇଦେଲେ ୧୫୦ ମୋମୋ, ପରେ ମୃତ୍ୟୁ

ଆଜିକାଲି ଫାଷ୍ଟ ଫୁଡ ଭିତରେ ମୋମୋଜ ଏକ ପପୁଲାର ଆଇଟମ୍ ହୋଇଯାଇଛି । ଅଧିକାଂଶ ଲୋକଙ୍କ ଟିଫିନ ଟାଇମରେ ମୋମୋଜ ଏକ ପପୁଲାର ଖାଦ୍ୟ । ତେବେ ଏହି ମୋମୋଜ ଯେତିକି ସୁଆଦିଆ, ତା’ଠୁ ଅଧିକ ଭୟଙ୍କର ରୂପ ଦେଖାଇଛି । ମୋମୋଜ ଖାଇ ପ୍ରାଣ ହରାଇଛନ୍ତି ଜଣେ ଯୁବକ । ମୋମୋଜ ଖାଇବା ଚାଲେଞ୍ଜ ଆଜି ଏକ ମୂଲ୍ୟବାନ ଜୀବନ ନେଇଯାଇଛି । ଏକାସାଙ୍ଗରେ ଅତ୍ୟଧିକ ମୋମୋ ଖାଇବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।

ସୂଚନା ଅନୁସାରେ, ଥଟ୍ଟା ମଜାରେ ସାଙ୍ଗମାନଙ୍କ ସହ ମୋମୋ ଖାଇବାର ଚାଲେଞ୍ଜ ଲଗାଇଥିଲେ ବିହାରର ବିପିନ କୁମାର ପସୱନ । କିନ୍ତୁ ଏହି ମୋମୋ ଚାଲେଞ୍ଜ ବିପିନଙ୍କ ପାଇଁ ମୃତ୍ୟୁର ଫାଶ ବିଛାଇଥିଲା । ଆଉ ମୋମୋଜ ଖାଇବା ପରେ ଚାଲିଯାଇଥିଲା ଜୀବନ । ବିହାର ଗୋପାଳଗଞ୍ଜ ଜିଲ୍ଲାର ଏକ ମୋବାଇଲ ଦୋକାନରେ କାମ କରୁଥିଲେ ବିପିନ୍ । ଗତ ମଙ୍ଗଳବାର ଦୋକନାକୁ ଆସିବାର କିଛି ସମୟ ପରେ ତାଙ୍କ ସାଙ୍ଗମାନେ ଦୋକାନକୁ ଆସିଥିଲେ ଏବଂ ସମସ୍ତଙ୍କ ମଧ୍ୟରେ ମୋମୋ ଚାଲେଞ୍ଜ ଲାଗିଥିଲା । ସବୁ ସାଙ୍ଗମାନଙ୍କ ମଧ୍ୟରେ ଜିଦି ଲାଗିଲା ଯେ, କିଏ ସବୁଠାରୁ ଅଧିକ ମୋମୋ ଖାଇପାରିବ । ଏହି ଚାଲେଞ୍ଜକୁ ବିପିନ୍ ସ୍ୱୀକାର କରି ଗୋଟିଏ ପରେ ଗୋଟିଏ ମୋମୋଜ ଖାଇ ଚାଲିଲେ । ଶେଷରେ ସେ ମୋଟ ୧୫୦ରୁ ଅଧିକ ମୋମୋଜ ଖାଇ ଦେଇଥିଲେ । ଯାହା ତାଙ୍କ ଜୀବନ ପାଇଁ ବିପଦ ହୋଇଥିଲା । ସାଙ୍ଗମାନଙ୍କ ମଧ୍ୟରେ ଲାଗିଥିବା ଏହି ଛୋଟ ଚାଲେଞ୍ଜ ଏକ ବଡ଼ ବିପଦର କାରଣ ପାଲଟି ଯାଇଛି ।

ଜିଦି ଜିଦିରେ ବିପିନ୍ ୧୫୦ରୁ ଅଧିକ ମୋମୋଜ ଖାଇ ଦେଇଥିଲେ ବିପିନ୍ । ତେବେ ଶେଷରେ ଏହି ଘଟଣା ତାଙ୍କୁ ମୃତ୍ୟୁର ଦ୍ୱାରଦେଶରେ ପହଞ୍ଚାଇ ଦେଇଛି । ଏତେ ପରିମାଣର ମୋମୋଜ ଖାଇବା ପରେ ସେ ଭୀଷଣ ଅସୁସ୍ଥ ହୋଇ ପଡ଼ିବା ସହ ହଲିବା ପରିସ୍ଥିତିରେ ମଧ୍ୟ ନଥିଲେ । ଏହାପରେ ଅଚେତ୍ ହୋଇ ପଡ଼ିବାରୁ ସାଙ୍ଗମାନେ ମିଶି ତାଙ୍କୁ ମେଡିକାଲକୁ ନେଇ ଯାଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ତେବେ ବିପିନଙ୍କ ମୃତ୍ୟୁକୁ ହତ୍ୟାର ରୂପ ଦେଇଛନ୍ତି ତାଙ୍କ ବାପା । ମୋମୋରେ ବିଷ ମିଶାଇ ବିପିନଙ୍କୁ ଖାଇବାକୁ ଦିଆଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ତେବେ ଏହି ମାମଲାକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ବର୍ତ୍ତମାନ ବିପିନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା, ରିପୋର୍ଟ ମିଳିବା ପରେ ସମସ୍ତ ସତ୍ୟ ସାମନାକୁ ଆସିବ ବୋଲି କହିଛନ୍ତି ପୋଲିସ ଅଧିକାରୀ ।

Get real time updates directly on you device, subscribe now.