fbpx

ISROରୁ BPSC ପର୍ଯ୍ୟନ୍ତ ସରକାରୀ ଚାକିରର ମେଳା: ଜାଣି ରଖନ୍ତୁ ଏହି ସପ୍ତାହରେ କ’ଣ ରହିଛି ବେଷ୍ଟ୍ ଅପ୍ସନ

ନୂଆଦିଲ୍ଲୀ: ଏବେକାର କମ୍ପିଟିଟିଭ ମାର୍କେଟରେ ସରକାରୀ ଚାକିରି ପ୍ରତି ବେଶ୍ ଆକର୍ଷିତ ହେଉଛନ୍ତି ଯୁବପିଢୀ । ସରକାରୀ ଚାକିରିରେ ସ୍ଥିରତା ଏବଂ ଭତ୍ତା ଇତ୍ୟାଦି ସୁବିଧା ଯୋଗୁଁ ସମସ୍ତ ଯୁବବର୍ଗ ଏଥିପ୍ରତି ଆକୃଷ୍ଟ ହୋଇତାନ୍ତି । ତେବେ ସରକାରୀ ଚାକିରି ଖଣ୍ଡେ ପାଇଁ ଅପେକ୍ଷା କରିଥିବା ପ୍ରାର୍ଥିମାନଙ୍କ ପାଇଁ ବର୍ତ୍ତମାନ ବଡ଼ ସୁଯୋଗ ଆସିଛି । ଚଳିତ ସପ୍ତାହରେ ବିଭିନ୍ନ ସରକାରୀ କ୍ଷେତ୍ରରେ ବିଭିନ୍ନ ପଦ ପଦବୀ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି । ଭାରତୀୟ ମହାକାଶ ଗବେଷଣା ସଂଗଠନ ସମେତ ବିପିଏସସି କ୍ଷେତ୍ରରେ ନୂଆ ପ୍ରାର୍ଥିଙ୍କ ଆବେଦନ ଗ୍ରହଣ କରାଯାଉଛି । ଇଞ୍ଜିନିୟରିଙ୍ଗ, ସିଭିଲ ସର୍ଭିସ ତଥା ପ୍ରଶାସନିକ କ୍ଷେତ୍ରରେ ଚାକିରି କରିବାକୁ ଚାହୁଁଥିଲେ ଏହା ଆପଣଙ୍କୁ ଖୁବ ସାହାଯ୍ୟ କରିପାରିବ ।

ଇସ୍ରୋରେ VSSC ପାଇଁ ୬୧ ବୈଜ୍ଞାନିକ

ଇସ୍ରୋର ବିକ୍ରମ ସାରାଭାଇ ସ୍ପେସ ଷ୍ଟେସନରେ ବୈଜ୍ଞାନିକ/ ଇଞ୍ଜିନିୟର-SD ଏବଂ ଇଞ୍ଜିନିୟର-SC ଇତ୍ୟାଦି ପଦବୀରେ ନୂଆ ପ୍ରାର୍ଥିଙ୍କୁ ଚୟନ କରାଯାଉଛି । ତେବେ ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥି ଏହାର ଅଫିସିଆଲ ୱେବସାଇଟ website,vssc.gov.in ଦ୍ୱାରା ଆବେଦନ କରିପାରିବେ । ତେବେ ଆସନ୍ତା ଜୁଲାଇ ୨୧ ତାରିଖରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଏହି ପ୍ରକ୍ରିୟାରେ ୬୧ ଜଣ ବୈଜ୍ଞାନିକଙ୍କୁ ଚୟନ କରାଯିବ । ଇଚ୍ଛୁକ ପ୍ରାର୍ଥିମାନଙ୍କୁ ଇସ୍ରୋର ଲାଇଭ ପୋର୍ଟାଲରେ ଅନଲାଇନରେ ଆବେଦନ କରିବାକୁ ସୂଚନା ଦିଆଯାଇଛି ।

ରାଜସ୍ଥାନ ସଫେଇ କର୍ମଚାରୀ- ୧୩୧୮୪ ପଦ

ଇସ୍ରୋ ପରେ ରାଜସ୍ଥାନରେ ମଧ୍ୟ ଏକ ବଡ଼ ସରକାରୀ ଚାକିରିର ସୁଯୋଗ ସୃଷ୍ଟି ହୋଇଛି । ୧୭୬ଟି ସହରାଞ୍ଚଳରେ ରାଜସ୍ଥାନ ସଫେଇ କର୍ମଚାରୀରେେ ୧୩, ୧୮୪ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏଥିପାଇଁ ଆବେଦନର ଶେଷ ତାରିଖ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ଏହାକୁ ଅଗଷ୍ଟ ୪ ତାରିଖକୁ ବୃଦ୍ଧି କରାଯାଇଛି । ତେବେ ପ୍ରାର୍ଥିମାନଙ୍କୁ ଆବେଦନ କରିବା ପାଇଁ ୨ଟି ୱେବସାଇଟ recruitment.rajasthan.gov.in ଏବଂ  sso.rajasthan.gov.in. ଉପଲବ୍ଧ ରହିଛି । ତେବେ ଏଥିରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥିଙ୍କ ବୟସ ୧୮-୪୦ ବର୍ଷ ହୋଇଥିବା ଆବଶ୍ୟକ ।

ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର- ୪୦୦ ଅଫିସର

ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ ଅଫିସର ସ୍କେଲ-୨ ଏବଂ ୩ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥିମାନେ ଏହାର ଅଫିସିଆଲ ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ । ଏଥିପାଇଁ ୪୦୦ ନୂଆ ପଦବୀ ସୃଷ୍ଟି ହୋଇଥିବା ବେଳେ ଅପିସର ସ୍କେଲ ୨ ପାଇଁ ୩୦୦ ଏବଂ ସ୍କେଲ ୩ ପାଇଁ ୧୦୦ଟି ପଦରେ ଭର୍ତ୍ତି କରାଯିବ । ପ୍ରାର୍ଥିଙ୍କ ବୟସ ଉଭୟ ପଦବୀ ପାଇଁ ଯଥାକ୍ରମେ ୨୫-୩୫ ଏବଂ ୨୫-୩୮ ବର୍ଷ ବୟସ ହୋଇଥିବା ଆବଶ୍ୟକ । ଇଚ୍ଛୁକ ପ୍ରାର୍ଥି ସର୍ବନିମ୍ନ ୬୦% ମାର୍କ ସହିତ ସ୍ନାତକ ଶେଷ କରିଥିବା ଆବଶ୍ୟକ । ଏହାବ୍ୟତୀତ  JAIIB କିମ୍ବା CAIIB ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥି କିମ୍ବା CA, CMA ଏବଂ CFA ଆଦି ବୃତ୍ତିଗତ ଯୋଗ୍ୟତା ହାସଲ କରିଥାନ୍ତି, ତେବେ ସେମାନଙ୍କୁ ଏହି ପଦବୀ ପାଇଁ ସୁଯୋଗ ଦିଆଯାଇପାରେ ।

BPSC ଶିକ୍ଷକ- ୧,୭୦,୪୬୧ ପଦବୀ

ବିହାର ପବ୍ଲିକ ସର୍ଭିସ କମିଶନ(BPSC)ରେ ନୂଆ ଶିକ୍ଷକ ନିଯୁକ୍ତି ପଞ୍ଜୀକରଣ ସମୟସୀମା ଆସନ୍ତା ଜୁଲାଇ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥିମାନେ ବିପିଏସସିର ଅଫିସିଆଲ ୱେବସାଇଟରେ ମାଧ୍ୟମରେ ଆବେଦନ କରିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟାରେ ପ୍ରାଇମେରୀ, ମାଧ୍ୟମିକ ତଥା ସ୍ନାତକୋତ୍ତର ଶିକ୍ଷକମାନଙ୍କ ପାଇଁ ଖାଲିଥିବା ୧ ଲକ୍ଷ ୭୦ ହଜାର ୪୬୧ ଶିକ୍ଷକ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି । ତେବେ ଶିକ୍ଷା ଦାନ ଭୂମିକା ଶିକ୍ଷାଗତ ଯୋଗ୍ୟତା ଇତ୍ୟାଦି ଉପରେ ପ୍ରାର୍ଥିଙ୍କ ବୟସ ସୀମା ଏବଂ ଯୋଗ୍ୟତା ନିର୍ଭର କରେ ।

୧୪୦ ଜୁନିୟର ଲିଗାଲ ଅଫିସର- RPSC

ରାଜସ୍ଥାନ ପବ୍ଲିକ ସର୍ଭିସ ବା RPSC ମଧ୍ୟ ଜୁନିୟର ଲିଗାଲ ଅଫିସର ପଦବୀରେ ୧୪୦ ନୂଆ ନିଯୁକ୍ତି କରିବାକୁ ଯାଉଛି । ଏଥିପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଆସନ୍ତା ଅଗଷ୍ଟ ୯ ତାରିଖ ଆବେଦନ କରିବାର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ଏହାର ଅପିସିଆଲ ୱେବସାଇଟ recruitment.rajasthan.gov.in ମାଧ୍ୟମରେ ଇଚ୍ଛୁକ ପ୍ରାର୍ଥିମାନେ ଆବଦେନ କରିପାରିବେ । ତେବେ ଦକ୍ଷତା ଡିଗ୍ରୀ ପାଇଁ ପ୍ରାର୍ଥିକ ବୟସ ୨୧ରୁ ୪୦ ବର୍ଷ ମଧ୍ୟ ହୋଇଥିବା ଆବଶ୍ୟକ ।

ମଧ୍ୟ ପ୍ରଦେଶ ସରକାରଙ୍କ ୧୨୦୦ ସହାୟକ ନର୍ସ ମିଡୱାଇଫ

ମଧ୍ୟପ୍ରଦେଶରେ ସରକାର ନୂଆ ୧୨୦୦ଟି ସହାୟକ ନର୍ସ ମିଡୱାଇଫ ପଦବୀ ମଧ୍ୟ ପୂରଣ କରିବାକୁ ଯାଉଛନ୍ତି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥିମାନେ ଜୁଲାଇ ୧୬ ତାରିଖ ସୁଦ୍ଧା ଅନଲାଇନ ଆବେଦନ କରିପାରିବେ । ବାୟୋଲୋଜି, କେମିଷ୍ଟ୍ରି ଏବଂ ଫିଜିକ୍ସ ଆଦି ବିଷୟରେ ଆବେଦନକାରୀମାନେ ଦର୍ଶମ ଏବଂ +୨ ମାଧ୍ୟମିକ ପରୀକ୍ଷା ସମାପ୍ତ କରିବା ସହିତ ମହିଳା ବହୁମୁଖୀ କର୍ମୀ କିମ୍ବା ସହାୟକ ନର୍ସିଂ ମିଡୱାଇଫରେ ୨ ବର୍ଷର ତାଲିମ ନେଇଥିବା ଆବଶ୍ୟକ । ଏଥିପାଇଁ ପ୍ରାର୍ଥିଙ୍କ ବୟସ ୨୧ରୁ ୪୩ ବର୍ଷ ହୋଇଥିବା ଦରକାର ।

Get real time updates directly on you device, subscribe now.