fbpx

ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଗଲା ନିଆଁ: ୧୪ ନମ୍ବର କୋଚରୁ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ସାଧାରଣ ପାସେଞ୍ଜର ତଥା ମାଲବାହୀ ଟ୍ରେନ ବିଭିନ୍ନ ସ୍ତାନରେ ଦୁର୍ଘଟଣା ହେବା ସହ ଟ୍ରେନରେ ଅଗ୍ନିକାଣ୍ଡ ଭଳି ଘଟଣା ମଧ୍ୟ ଦେଖିବାକୁ ମିଳୁଛି । ତେଣୁ ବନ୍ଦେ ଭାରତ ଏକ୍ସପ୍ରେସକୁ ଲୋକମାନେ ସୁରକ୍ଷିତ ବୋଲି ମନେ କରୀୁଛନ୍ତି । କିନ୍ତୁ ବର୍ତ୍ତମାନ ବନ୍ଦେ ଭାରତ ଏକ୍ସପ୍ରେସରେ ମଧ୍ୟ ବଡ଼ ଅଘଟଣ ଘଟିଯାଇଛି । ଭୋପାଲରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ହଠାତ୍ ନିଆଁ ଲାଗି ଯାଇଥିବା ଘଟଣା ଦେଖିବାକୁ ମିଳିଛି । ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଛି ।

ସୂଚନା ଅନୁସାରେ, ଭୋପାଳରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବନ୍ଦେ ଭାରତ ଟ୍ରେନରେ ଅଗ୍ନିକାଣ୍ଡ ଭଳି ଏକ ଅଘଟଣ ଘଟିଯାଇଛି । ରାନୀ କମଲାପତି ଷ୍ଟେସନରୁ ଯିବା ବେଳେ ଟ୍ରେନର ୧୪ତମ କୋଚରୁ ପ୍ରଥମେ ନିଆଁ ବାହାରିତିବା ଦେଖାଯାଇଛି । ଯାହାକୁ ଦେଖି ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଅଗ୍ନିକାଣ୍ଡ ଦେଖିବା ମାତ୍ରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇ ଘଟଣାସ୍ଥଳକୁ ଡକାଯାଇଥିଲା । ବର୍ତ୍ତମାନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପରେ ଗାଡ ଷ୍ଟେସନ ଛାଡ଼ି ଏବେ ଆଗକୁ ବଢିଛି ।

ତେବେ ଗାଡିରେ ବ୍ୟାଟେରୀ ସ୍ପାର୍କ କରିବାରୁ ଅଗ୍ନିକାଣ୍ଡ ଘଟିଥିବା ଜାଣିବାକୁ ମିଳିଛି । କିନ୍ତୁ ଏହି ଅଘଟଣା କୌଣସି ଯାତ୍ରୀଙ୍କର କିଛି କ୍ଷୟକ୍ଷତି ହୋଇନାହିଁ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଭାରତୀୟ ରେଳ ବିଭାଗ ସୂଚନା ଦେଇଛି । ତେବେ ବାରମ୍ବାର ଏପରି ଟ୍ରେନଜନିତ ଦୁର୍ଘଟଣା ଏବଂ ଅଘଟଣା ଯାତ୍ରୀଙ୍କ ମନରେ ଭୟ ସୃଷ୍ଟି କରୁଛି ।

Get real time updates directly on you device, subscribe now.