fbpx

ଇଏ କି ଦୁର୍ବୁଦ୍ଧି… ମାଗଣାରେ ଟମାଟୋ ବାଣ୍ଟୁଛନ୍ତି ଜଣେ ଅଟୋଚାଳକ: ତାଙ୍କୁ ମିଳୁଛି କ’ଣ?

ନୂଆଦିଲ୍ଲୀ: ଦେଶରେ ଟମାଟୋ ଦର ସାଦାରଣ ଖାଉଟୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଭାରତର କୌଣସି ସହରରେ ବି ଟମାଟୋ ମୂଲ୍ୟ ୧୦୦ ତଳକୁ ନାହିଁ । ଭାରତୀୟଙ୍କ ସବୁଖାଇବାର ଟେଷ୍ଟ ବଢାଉଥିବା ଟମାଟୋ ପାଇଁ ଏବେ ରୋଷେଇ ଘର ବାରଣ ହୋଇଯାଇଛି । ତେବେ ଏହି ଟମାଟୋ ଏବଂ ଏହାର ମୂଲ୍ୟକୁ ନେଇ ଅନେକ ସ୍ଥାନରେ ଖୁବ ରଜାନୀତି ମଧ୍ୟ ହେବାରେ ଲାଗିଛି । କିନ୍ତୁ ଏହା ଭିତରେ ଜଣେ ଅଟୋ ଡ୍ରାଇଭର ଟମାଟୋ ମାଗଣାରେ ବାଣ୍ଟୁଥିବା ଦେଖିବାକୁ ମିଳିଛି ।

ଚଣ୍ଡୀଗଡ଼ର ଅଟୋଚାଳକ ଅରୁଣ ନାୟକ ସାଧାରଣ ଲୋକଙ୍କ ପାଇଁ ଏହି ସ୍କିମ ଆଣିଛନ୍ତି । ଯେକୌଣସି ବ୍ୟକ୍ତି ଅରୁଣଙ୍କ ପାଖରୁ ୧ କିଲେ ଟମାଟୋ ମାଗଣାରେ ପାଇପାରିବେ । ତେବେ ମାଗଣାରେ ଟମାଟୋ ବାଣ୍ଟିବା ପଛରେ ତାଙ୍କର ଏକ ଷ୍ଟାର୍ଟେଜୀ ମଧ୍ୟ ରହିଛି । ଟମାଟୋ ବିକି ସେ ନିଜ ବ୍ୟବସାୟରେ ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି ଅଟୋ ଚାଳକ । ପ୍ରତ୍ୟେକ ୫ଟି ରାଇଡ୍ ନେବା ଦ୍ୱାରା ୧ କେ.ଜି ଟମାଟୋ ମାଗଣା ଦେଉଛନ୍ତି ଅରୁଣ । ତେବେ ପ୍ରଥମ ଥର ପାଇଁ ଏହି ଭଳି ସୁବିଧା ଉପଲବ୍ଧ କରାଇନାହାନ୍ତି ଅରୁଣ । ପୂର୍ବରୁ ମଧ୍ୟ ଅନେକ ପ୍ରକାରର ଯୋଜନା ଆଣିଛନ୍ତି ।

ଦୀର୍ଘ ଦିନରୁ ଭାରତୀୟ ସେନାର ସୈନିକମାନଙ୍କ ପାଇଁ ମାଗଣା ଅଟୋ ରାଇଡ୍ ସେବା ଯୋଗାଇ ଦେଉଛନ୍ତି । ଏହାସହିତ ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ହସ୍ପିଟାଲ ନେବା ପାଇଁ ସେ ମାଗଣା ସୁବିଧା ଯୋଗାଇ ଦେଇଛନ୍ତି । ଏ ନେଇ ଅରୁଣ କହିଛନ୍ତି ଯେ, ଅଟା ଚଳାଇବା ମୋର ବ୍ୟବସାୟ, କିନ୍ତୁ ଏହିଭଳି ସେବା କରିବା ଦ୍ୱାରା ମୋତେ ସନ୍ତୁଷ୍ଟି ମିଳିଥାଏ । ତେବେ ଆଗାମୀ ଦିନିକିଆ ବିଶ୍ୱକପରେ ଭାରତ ପାକିସ୍ତାନକୁ ହରାଇଲେ ସେ ୫ ଦିନ ପର୍ଯ୍ୟନ୍ତ ମାଗଣା ଅଟୋ ରାଇଡ୍ ସେବା ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି ।

Get real time updates directly on you device, subscribe now.