fbpx
BSKY SKY
BSKY SKY

୪୩ ବର୍ଷ ବୟସରେ ଜୀବନ ହରାଇଲେ ଚାରିଥର ମିଷ୍ଟର ଇଣ୍ଡିଆ ବିଜେତା ଆଶୀଷ ସାଖରକର

BSKY

ନୂଆଦିଲ୍ଲୀ: ଚାରିଥର ମିଷ୍ଟର ଇଣ୍ଡିଆ ଏବଂ ମିଷ୍ଟର ୟୁନିଭର୍ସ ରୌପ୍ୟ ବିଜେତା ପ୍ରମୁଖ ବଡୀ-ବିଲ୍ଡର ଆଶୀଷ ସାଖରକର ଲମ୍ବା ସମୟ ରୋଗରେ ପଡ଼ିବା ପରେ ଗତକାଲି ରାତିରେ ପ୍ରାଣ ହରାଇଛନ୍ତି । ଘଟଣା ବିଷୟରେ ସୂଚନା ଦେଇ ଭାରତୀୟ ବଡୀ ବିଲ୍ଡର୍ସ ଫେଡେରେସନ୍ ମହାସଚିବ ହୀରଲ ଶେଠ ଆଇଏଏନ୍‌ଏସ୍ କହିଥିଲେ ଯେ, ୪୩ ବର୍ଷିୟ ସାଖରକର କିଛି ସ୍ୱାସ୍ଥ୍ୟ ସମସ୍ୟାରେ ପିଡ଼ିତ ଥିଲେ । ଗୋଟିଏ ସପ୍ତାହ ପୁର୍ବରୁ ତାଙ୍କୁ ଦକ୍ଷିଣ ମୁମ୍ବାଇର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

୮୦ କିଲୋଗ୍ରାମ ବର୍ଗରେ ବଡୀ ବିଲ୍ଡର ସାଖରକର ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ପୁରସ୍କାର ଜିତିଥିଲେ ଏବଂ ମହାରାଷ୍ଟ୍ର ସରକାରଙ୍କ ଶିବ ଛତ୍ରପତି ପୁରସ୍କାରରେ ସମ୍ମାନିତ ହୋଇଥିଲେ ବୋଲି ସେ କହିଛନ୍ତି । ତାଙ୍କ ପତ୍ନୀ ଏବଂ ଗୋଟିଏ ପୁଅ ଅଛନ୍ତି । ସାଖରକରଙ୍କ ଅନ୍ତିମ ସଂସ୍କାର ବୁଧବାର ସନ୍ଧ୍ୟାରେ ସମ୍ପନ ହୋଇଛି ।

ମୁଖ୍ୟମନ୍ତ୍ରୀ ଦେଶର ପ୍ରସିଦ୍ଧ ସାଖରକରଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ତାଙ୍କର ନିଧନ ବଡୀ-ବିଲ୍ଡର ଜଗତ ପାଇଁ ଏକ ଅପୁରଣୀୟ କ୍ଷତି । ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ମଧ୍ୟ ସାଖରକରଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରି ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

ସାଖରକରଙ୍କ ମୃତ୍ୟୁ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ଶୋକ ସହିତ ଦୁଃଖର କାରଣ ହୋଇଥିଲା ଏବଂ କେତେକ ଏହାକୁ ରାଜ୍ୟ ବଡୀ-ବିଲ୍ଡଂ କ୍ରୀଡା ପାଇଁ ଏକ ଯୁଗର ସମାପ୍ତ ବୋଲି କହିଥିଲେ ।

Get real time updates directly on you device, subscribe now.