fbpx

ସାବଧାନ! ଏହି ସବୁ ଅଭ୍ୟାସ ପୁରୁଷ ବନ୍ଧ୍ୟାକରଣର ମୁଖ୍ୟ କାରଣ: ପିତା ହେବା ସୌଭାଗ୍ୟରୁ କରିପାରେ ବଞ୍ଚିତ

ନୂଆଦିଲ୍ଲୀ: ଆଜିକାଲି ପୁରୁଷମାନଙ୍କ ଠାରେ ବନ୍ଧ୍ୟାକରଣ ସମସ୍ୟା ବଢିବାରେ ଲାଗିଛି । ଏଥିପାଇଁ ଜଣେ ବ୍ୟକ୍ତି କେବଳ ପିତା ହେବାର ସୌଭାଗ୍ୟ ହରାଇ ବସନ୍ତି ନାହିଁ ବରଂ ତାଙ୍କର ମାନସିକ ସମସ୍ୟା ମଧ୍ୟ ସୃଷ୍ଟି ହୁଏ । ଆଧୁନିକ ଯୁଗରେ ଆମେ ପ୍ରାକୃତିକ ଜିନିଷ ବଦଳରେ ବୁଳ ଭାବରେ କୃତ୍ରିମ ଜିନିଷ ଖାଇବା ସହ ବ୍ୟବହାର ମଧ୍ୟ କରୁଛେ । ଆମ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଅନେକ ଜିନିଷ କୃତ୍ରିମ ଅଟେ । ଯେଉଁ ଗିନିଷ ସବୁ ବ୍ୟବହାର କରିବା କାରଣରୁ ପୁରୁଷମାନଙ୍କ ଠାରେ ବନ୍ଧ୍ୟାକରଣ ସମସ୍ୟା ଦେଖିବାକୁ ମିଳୁଛି ।

ରିପୋର୍ଟ ଅନୁଯାୟୀ, ମହିଳାଙ୍କ ଠାରେ ଦେଖାଯାଉଥିବା ଗର୍ଭଧାରଣ ସମସ୍ୟା ପାଇଁ ଅଧିକାଂଶ ସମୟରେ ପୁରୁଷମାନେ ଦାୟୀ ହୋଇଥାନ୍ତି । କେତେକ ପୁରୁଷଙ୍କ ଠାରେ ଶୁକ୍ରାଣୁ ସଂଖ୍ୟା ବହୁତ କମ ଥିବା ସହ ଏହାର କ୍ୱାଲିଟି ମଧ୍ୟ ଖରାପ ଥାଏ । ଏହାକୁ ଅଲିଗୋସ୍ପର୍ମିଆ କୁହାଯାଏ । ଯଦି ଜଣେ ପୁରୁଷର ପ୍ରତି ମିଲିଲିଟର ସିମେନରେ ୧.୫ କୋଟିରୁ କମ୍ ଶୁକ୍ରାଣୁ ସଂଖ୍ୟା ଥାଏ, ତେବେ ଏହାକୁ ଶୁକ୍ରାଣୁ ଅଭାବ ଭାବରେ ବିବେଚନା କରାଯାଏ । ଏହି ଶୁକ୍ରାଣୁ ଗର୍ଭଧାରଣରେ ସକ୍ଷମ ହୁଏ ନାହିଁ ।

ତେବେ କେଉଁ କାରଣ ପାଇଁ ପୁରୁଷର ଶୁକ୍ରାଣୁ ସଂଖ୍ୟା କମିଥାଏ ଆସନ୍ତୁ ଜାଣିବା

୧. ମଦ୍ୟପାନ ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ, ଏହା ଜାଣିବା ପରେ ମଧ୍ୟ ଲୋକମାନେ ମଦ୍ୟପାନ କରନ୍ତି । ଯଦି ଆପଣ କମ୍ ବୟସରୁ ମଦ୍ୟପାନ ଭଳି ଖରାପ ଅଭ୍ୟାସରେ ଲିପ୍ତ ରହୁଛନ୍ତି, ତେବେ ଏହା ଆପଣଙ୍କ ପ୍ରଜନନ କ୍ଷମତାକୁ ହ୍ରାସ କରିଥାଏ । ଯଦି ଆପଣ ପିତା ହେବା ପାଇଁ କୌଣସି ସମସ୍ୟାର ସମ୍ମୁଖୀନ ହେବା ପାଇଁ ଚାହୁଁ ନାହାନ୍ତି ତେବେ ମଦ୍ୟପାନଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ ।

୨. ଯଦି ଜଣେ ପୁରୁଷ ମାନସିକ ଚାପରେ ରୁହେ, ତେବେ ଏଥିରେ ତାଙ୍କର ଶୁକ୍ରାଣୁର ସଂଖ୍ୟା ଓ ଗୁଣ ପ୍ରଭାବିତ ହୁଏ । ଚାପ ହେତୁ ଟେଷ୍ଟୋଷ୍ଟେରନରେ ହରମୋନ ଉତ୍ପାଦନ କମିଯାଏ, ଯେଉଁ କାରଣରୁ ଶୁକ୍ରାଣୁ ଉତ୍ପାଦନ ହେବା ମଧ୍ୟ ହ୍ରାସ ପାଏ ।

୩. ଅତ୍ୟଧିକ ମୋଟାପଣ ମଧ୍ୟ ଶୁକ୍ରାଣୁର ଗଣକୁ ପ୍ରଭାବିତ କରେ । ଖରାପ ଖାଇବା ପିଇବା ଦ୍ୱାରା ଓଜନ ବୃଦ୍ଧି ପାଇଥାଏ । ଫାଷ୍ଟଫୁଡ ତଥା ମସଲାଯୁକ୍ତ ଖାଦ୍ୟ ଭଳି ଖରାପ ଖାଦ୍ୟାଭ୍ୟାସ ଶୁକ୍ରାଣୁ ଉତ୍ପାଦନ ପାଇଁ ଆବଶ୍ୟକ ହରମୋନକୁ ନଷ୍ଟ କରିଦିଏ, ଫଳରେ ଶୁକ୍ରାଣୁ ସଂଖ୍ୟା ଓ ଗୁଣ କମ ହୋଇଥାଏ ।

୪. ସିଗାରେଟ ବା ଧୂମ୍ରପାନ କ୍ୟାନ୍ସରର କାରଣ ହୋଇଥାଏ । ଏହାସହ ଅଧିକ ସିଗାରେଟ ଟାଣିବା ଫଳରେ ଶୁକ୍ରାଣୁ ସଂଖ୍ୟା ମଧ୍ୟ କମ୍ ହୋଇଥାଏ ।

୫. ଆଜିକାଲିର ଯୁବପିଢୀମାନେ ନିଜର ମାଂସପେଶୀ ବଢାଇବା ପାଇଁ ଅନେକ ଔଷଧର ବ୍ୟବହାର କରୁଛନ୍ତି , ଯାହା ଶୁକ୍ରାଣୁର ଗୁଣକୁ ନଷ୍ଟ କରିଥାଏ । ତେଣୁ ଏହି ଜିନିଷ ଗୁଡିକଠାରୁ ଦୂରେଇ ରହିବା ଉଚିତ ।

Get real time updates directly on you device, subscribe now.