fbpx

ସାମ୍ବାଦିକ ହେବାର ଅର୍ଥ ନୁହେଁ ଆଇନକୁ ନିଜ ହାତକୁ ନେବ; ଜାଣନ୍ତୁ କାହିଁକି ଏପରି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସାମ୍ବାଦିକ ହେବାର ଅର୍ଥ ନୁହେଁ ଯେ, ଆଇନକୁ ହାତକୁ ନେବା । ଜଣେ ସାମ୍ବାଦିକଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ନବଜାତ ଶିଶୁ ଚାଲାଣ ଖବରକୁ ଚପାଇ ଦେବା ପାଇଁ ଲାଞ୍ଚ ମାଗିବା ଅଭିଯୋଗରେ ଜଣେ ସାମ୍ବାଦିକଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି କରି ଏଭଳି କହିଛନ୍ତି କୋର୍ଟ । ତେବେ ମଧ୍ୟପ୍ରଦେଶ ହାଇକୋର୍ଟରେ ଜାମିନ ନାମଞ୍ଜୁର ଦେବା ପରେ ସାମ୍ବାଦିକ ହନଙ୍କ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ।

କୋର୍ଟରେ ସାମ୍ବାଦିକ ଜଣଙ୍କ ନିଜକୁ ଜଣେ ସିକୃତିପ୍ରାପ୍ତ ସମ୍ବାଦଦାତା ବୋଲି ଦାବି କରିଛନ୍ତି । ସେ ୨୦୨୨ଜୁଲାଇ ୨୬ରେ ଏକ ଜାତୀୟ ଖବରକାଗଜରେ ଏକ ରିପୋର୍ଟ ପ୍ରକାଶ କରିଥିଲେ, ଯେଉଁଥିରେ ନବଜାତ ଶିଶୁ ଚାଲାଣ ହେଉଥିବା ର‌୍ୟାକେଟର ପରଦାଫାସ କରିଥିଲେ । ଏହି କାରଣରୁ ଜଣେ ଅଭିଯୁକ୍ତ ସାମ୍ବାଦିକଙ୍କ ଉପରେ ପାଲଟା ଅଭିଯୋଗ ଆଣି ଏକ ଏଫଆଇଆର ଦାଖଲ କରିଥିଲେ । ଏଫଆଇଆରରେ ସାମ୍ବାଦିକ ଜଣଙ୍କ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା ।

ଏହା ପୂର୍ବରୁ ହାଇକୋର୍ଟ ଆବେଦନକାରୀ ଓ କିଛି ଅନ୍ୟ ସାମ୍ବାଦିକଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କରିଥିଲେ । ସୂଚନା ଅନୁସାରେ, ବୁଧବାର ଦିନ ଜଷ୍ଟିସ୍ ଏ.ଏସ ବୋପନ୍ନା ଓ ଜଷ୍ଟିସ୍ ଏମ. ଏସ ସୁନ୍ଦରେଶଙ୍କ ଏକ ଖଣ୍ଡପୀଠ କରି କହିଛନ୍ତି ଯେ ଆବେଦନକାରୀ ସାମ୍ବାଦିକଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ ମିଳିବାର ଅଧିକାର ନାହିଁ । କୋର୍ଟଙ୍କ କହିବା ଅନୁଯାୟୀ ଆବେଦନକାରୀଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଛି ।

ସୁପ୍ରିମକୋର୍ଟ ବେଞ୍ଚ କହିଛନ୍ତି ଯେ, ୨୦୨୨ନଭେମ୍ବର ୨୭ରେ ଆବେଦନକାରୀଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । କିନ୍ତୁ ଏଥର ରାଜ୍ୟ ସରକାର ଏକ ବିବୃତ୍ତି ହେଇଛନ୍ତି, ଯେଉଁଥିରେ ଆବେଦନକାରୀଙ୍କ ବିରୋଧରେ ଆହୁରି ଅନେକ ମାମଲା ରହିଛି ତେଣୁ ଏବେ ସେମାନଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ ଦିଆଯିବ ନାହିଁ । ତେବେ ସରକାରି ଓକିଲଙ୍କ କହିବା ଅନୁସାରେ ଏହି ମାମଲାର ତଦନ୍ତ ଶେଷ ହୋଇଛି । ଏହି ପରିସ୍ଥିତିରେ ସାମ୍ବାଦିକଙ୍କୁ ଗିରଫ ରକରାଯିବା ଉଚିତ କି ନୁହେଁ ତାହା କେବଳ ଯାଞ୍ଚ ଅଧିକାରୀ ସ୍ଥିର କରିବେ ।

ତେବେ ସାମ୍ବାଦିକଙ୍କ ଓକିଲ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ କି ଅଭିଯୋଗ ହେଉଛି ଯେ, ‘ଲାଞ୍ଚ ପାଇଁ ୫୦ଲକ୍ଷ ଟଙ୍କା ଦାବି କରାଯାଇଥିଲା କିନ୍ତୁ କେବଳ ୫୦ ହଜାର ଟଙ୍କା ଦିଆଯାଇଛି’ । ଏହା ଏପରି ଏକ ଅଭିଯୋଗ, ଯାହାକୁ ବିଶ୍ୱାସ କରାଯାଇପାରିବ ନାହିଁ । ତେବେ ଏହା ଉପରେ ଜଷ୍ଟିସ ବୋପନ୍ନା କହିଛନ୍ତି ଯେ, ଆଜିର ଯୁଗରେ କିଛି ବିଶ୍ୱାସେଯାଗ୍ୟ କିମ୍ବା ଅବିଶ୍ୱସନୀୟ ନୁହେଁ ।

Get real time updates directly on you device, subscribe now.