fbpx

ଆଜି ଦେଶର ୪୪ଟି ସ୍ଥାନରେ ଅନୁଷ୍ଠିତ ହେବ ନିଯୁକ୍ତି ମେଳା: ପ୍ରଧାନମନ୍ତ୍ରୀ ମୋଦୀ ୭୦ ହଜାରରୁ ଅଧିକ ଲୋକଙ୍କୁ ବାଣ୍ଟିବେ ନିଯୁକ୍ତି ପତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଅର୍ଥାତ ୨୨ ଜୁଲାଇରେ ପ୍ରାୟତଃ ୭୦,୦୦୦ ଯୁବକଙ୍କୁ ଭିଡିଓ କନଫରେନ୍ସିଙ୍ଗ ଜରିଆରେ ନିଯୁକ୍ତି ପତ୍ର ବଣ୍ଟନ କରିବେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଶୁକ୍ରବାର ଦିନ ଏକ ବିବୃତ୍ତିରେ କହିଛି ଯେ, ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହି ଯୁବକଙ୍କୁ ସମ୍ବୋଧିତ ମଧ୍ୟ କରିବେ ।

ଏହି ରୋଗାର ମେଳା ସାରାଦେଶରେ ୪୪ଟି ସ୍ଥାନରେ ଆୟୋଜିତ କରାଯାଇଛି । କେନ୍ଦ୍ର ସରକାରଙ୍କ ବିଭାଗ ସହିତ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ଏହି ନିଯୁକ୍ତି ପତ୍ର ବଣ୍ଟନ ହେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଯୁବକ ମାନଙ୍କୁ ବିଭିନ୍ନ ପଦରେ ନିଯୁକ୍ତି କରାଯିବ ।

ପିଏମଓ ବିବୃତ୍ତିରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ସକାଳ ୧୦.୩୦ ମିନିଟରେ ଭିଡିଓ କନଫ୍ରେସିଙ୍ଗ ଜରିଆରେ ନବ ନିଯୁକ୍ତ ଲୋକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ । ପିଏମଓ ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ଏହି ଯୁବ ରାଜସ୍ୱ ବିଭାଗ, ଆର୍ଥିକ ସେବା ବିଭାଗ, ଡାକ ବିଭାଗ, ସ୍କୁଲ ଶିକ୍ଷା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଜଳସେଚନ ବିଭାଗ, କର୍ମଚାରୀ ଏବଂ ତାଲିମ ଏବଂ ଗୃହ ବିଭାଗ ସହିତ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ସରକାର ଯୋଗଦେବେ ।

Get real time updates directly on you device, subscribe now.