fbpx

ହ୍ରାସ ପାଇଲା ଏଲନ୍ ମସ୍କଙ୍କ ସମ୍ପତ୍ତି: ନ୍ୟୁୟର୍କ ସେୟାର ବଜାରରେ ଆସିଲା ଝଡ଼, ଟେସ୍‌ଲା ସେୟାର ମୂଲ୍ୟରେ ୯.୭% ହ୍ରାସ

ନୂଆଦିଲ୍ଲୀ: ଟେସ୍‌ଲା ଇଙ୍କ ସେୟାର ମ୍ୟଲ୍ୟ ହ୍ରାସ ପରେ କମ୍ପାନୀ ମାଲିକ ଏଲନ ମସ୍କଙ୍କ ସମ୍ପତ୍ତିରେ ବଡ଼ ହ୍ରାସ ଘଟିଛି । ବ୍ଲୁମବର୍ଗ ବିଲିୟନର୍ସ ପକ୍ଷରୁ ଏହାକୁ ସପ୍ତମ ସର୍ବାଧିକ ସମ୍ପତ୍ତି ହ୍ରାସ ବୋଲି କୁହାଯାଇଛି । ମାତ୍ର ଗୋଟିଏ ଦିନରେ ।ଲନ ମସ୍କଙ୍କ ସମ୍ପତ୍ତିରେ ବିଲିୟନ ଡଲାର ହ୍ରାସ ପାଇଛି । ଏହା ପଛର କାରଣ ହେଉଛି କମ୍ପାନୀର ଗାଡ଼ି ମୂଲ୍ୟ ଲମାଇବା । ଏହା ମଧ୍ୟ କୁହାଯାଉଛି ଯେ, ଗାଡ଼ି ମୂଲ୍ୟରେ ହ୍ରାସ ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ । ଯାହାର ପ୍ରଭାବ କମ୍ପାନୀର ସେୟାର ଉପରେ ପ୍ରଭାବ ପକାଇବ ।

ଏଲନ ମସ୍କଙ୍କ ସମ୍ପତ୍ତି ହ୍ରାସ ପଇବା ପରେ ଏବେ ଦୁନିଆରେ ସବୁଠୁ ଧନୀ ଏବଂ ଦ୍ୱିତୀୟ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ମଧ୍ୟରେ ହ୍ରାସ ପାଇଛି । ଏହି ହ୍ରାସ ପ୍ରକ୍ରିକାୟାରେ ଏଲନ ମସ୍କଙ୍କ ସମ୍ପତ୍ତିରେ ପ୍ରାୟ ୨୦.୩ ବିଲିୟନ ଡଲାର କମ୍ ହୋଇଯାଇଛି । ବର୍ତ୍ତମାନ ଦୁନିଆର ସବୁଠୁ ଦ୍ୱିତୀୟ ଧନୀ ବ୍ୟକ୍ତି ବର୍ନାର୍ଡ ଆର୍ନାଲ୍ଟ୍ ଅଟନ୍ତି ।

ଯିଏ ବିଳାସପୂର୍ଣ୍ଣ ଆଇଟମ୍ ନିର୍ମାତା ଏଲ୍‌ଭିଏମ୍‌ଏଚ୍ ର ଚେୟାରମ୍ୟାନ୍ ଅଟନ୍ତି । ଆର୍ନାଲ୍ଟଙ୍କ ସମ୍ପତ୍ତି ମସ୍କର ସମ୍ପତ୍ତିଠାରୁ ୩୩ ବିଲିୟନ ଡଲାର କମ୍ ଅଟେ । କେବଳ ଏଲନ୍ ମସ୍କର ସମ୍ପତ୍ତି ହ୍ରାସ ହୋଇନାହିଁ । ବରଂ, ଜେଫ୍ ବେଜୋସ୍‌, ଲ୍ୟାରି ଏଲିସନ୍‌, ମାର୍କ ଜୁକରବର୍ଗ ଏବଂ ଷ୍ଟିଭ୍ ବଲମଙ୍ର୍କ ପରି ବଡ ଜଏଣ୍ଟମାନଙ୍କ ସମ୍ପତ୍ତିରେ ଏକ ହ୍ରାସ ପାଇଛି ।

ନ୍ୟୁୟର୍କ ସେୟାର ବଜାରରେ ଗୁରୁବାର ଟେସ୍‌ଲା ସେୟାରେ ବଡ଼ ହ୍ରାସ ଦେଖିବାକୁ ମିଳିଥିଲା । ଏହି ସେୟାରରେ ୯.୭% ହ୍ରାସ ପାଇଥିଲା । ଯାହା ପରେ ସେୟାର ମୂଲ୍ୟ ୨୬୨.୯୦ ଡଲାରରେ ପହଞ୍ଚିଯାଇଥିଲା । ଟେସ୍‌ଲା ସେୟାରରେ ସର୍ବାଧିକ ହ୍ରାସ ୨୦ ଏପ୍ରିଲ ପରେ ରେକର୍ଡ କରାଯାଇଛି । ତେବେ କମ୍ପାନୀ ପୁର୍ବରୁ ହିଁ କ୍ଷତି ହେବା ନେଇ ଚେତାବନୀ ଦେଇଥିଲା । ଚାରିବର୍ଷରେ କମ୍ପାନୀର ସେୟାରରେ ଦ୍ୱିତୀୟ ତ୍ରୈମାସରେ ମାର୍ଜିନ କମ୍ ରହିଛି ।

ଟେସ୍‌ଲା ସେୟାର ହ୍ରାସ ପଇବାର କାରଣ କ’ଣ ?

ଟେସଲାର ସେୟାର ମୂଲ୍ୟ କ୍ରମାଗତ ହ୍ରାସ ସମ୍ପର୍କରେ କମ୍ପାନୀ ମାଲିକ ଏଲନ୍ ମସ୍କ କହିଥିଲେ ଯେ ସୁଧ ହାର ବୃଦ୍ଧି ହେତୁ ଟେସଲାକୁ ଏହାର ଗାଡିର ମୂଲ୍ୟ ହ୍ରାସ କରିବାକୁ ପଡିବ । ଯଦି ଏହା କ୍ରମାଗତ ଭାବରେ ଜାରି ରହେ, ତେବେ ଯାନର ମୂଲ୍ୟ ଉପରେ ଅଧିକ ପ୍ରଭାବ ପଡିବ । ସ୍ୱୟଂଚାଳିତ ମୋଟ ମାର୍ଜିନ ଉପରେ ଏହାର ପ୍ରଭାବ ପୂର୍ବରୁ ଦେଖାଯାଇଛି ।

ଟେସଲା ସହିତ ମସ୍କ ସ୍ପେସ୍ ଏକ୍ସପ୍ଲୋରେସନ୍ ଟେକ୍ନୋଲୋଜି ଏବଂ ଟ୍ୱିଟରରେ ମଧ୍ୟ ଅଂଶୀଦାର ଅଟେ । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ୧୧ ନମ୍ବରରେ ଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସର ଚେୟାରମ୍ୟାନ୍ ଗୌତମ ଆଦାନୀ ୨୨ ନମ୍ବରରେ ଅଛନ୍ତି ।

Get real time updates directly on you device, subscribe now.