fbpx

ଓଡ଼ିଶାରେ ଖୋଲିବ ୧୧ଟି କ୍ୟାନ୍ସର ୟୁନିଟ, ୧୦୦୧,୧୪ କୋଟି ଟଙ୍କାର ବିଲ୍ ପାରିତ କରିଛନ୍ତି ସରକାର

ଭୁବନେଶ୍ୱର: ରାଜ୍ୟରେ କ୍ୟାନ୍ସର ସେବାର ପ୍ରସର କରିବା ଲାଗି ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ତେଣୁ ଓଡ଼ିଶା ସରାକର ଏନେଇ ୧୦୦୧.୧୪ କୋଟି ଟଙ୍କାର ବଜେଟକୁ ପାରିତ କରିଛନ୍ତି । ଏହି ପ୍ରକଳ୍ପ ଅଧୀନରେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ୧୧ଟି ନୂତନ କର୍କଟ ଚିକିତ୍ସା ୟୁନିଟ ପ୍ରତିଷ୍ଠା କରାଯିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା କ୍ୟାବିନେଟ ଶୁକ୍ରବାର ଦିନ ଏହି ପ୍ରକଳ୍ପକୁ ଅନୁମୋଦନ କରଛନ୍ତିି । ଏଥିସହ ବଜେଟକୁ ମଞ୍ଜୁର କରିଛି । ଏହାର ଉଦ୍ଦେଶ୍ୟ ହେଉଛି କର୍କଟ ରୋଗୀମାନଙ୍କୁ ନିକଟରେ ସମସ୍ତ ସୁବିଧା ସୁଯୋଗ ଯୋଗାଇଦିଆଯିବ ।

ଏହି ସେବା ଗୁଡିକ ଏହି ୧୧ଟି ସ୍ଥାନରେ ସ୍ଥାପିତ ହେବ, ଯଥା- ଡିଏଚଏଚ ବରଗଡ଼, ଭିଆଇଏମଏସଏଆଇ, ବିରଲା, ଏସଏନଏନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ କୋରାପୁଟ, ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ବ୍ରହ୍ମପୁର, ରେଣ୍ଡୋ ମାଝି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ବହାବାନିପାଟଣା, କଳାହାଣ୍ଡି, ବିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ବଲାଙ୍ଗିର, ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ବାରିପଦା, ଏଫଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ବାଲେଶ୍ୱର, ଧରଣୀଧର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ କେନ୍ଦୁଝର, ସରକାରୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ତାଳଚେର ଏବଂ କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱର ।

Get real time updates directly on you device, subscribe now.