fbpx
BJD SKY
BJD SKY

ବର୍ଷାଦିନେ ପିଲାମାନଙ୍କୁ ଫଙ୍ଗାଲ ଇନ୍ଫେକ୍ସନରୁ କିପରି ରକ୍ଷା କରିବେ ? ଜାଣନ୍ତୁ

BJD

ବର୍ଷାରେ ଭିଜିବାକୁ କାହାକୁ ବା ଭଲ ଲାଗେନି! ହେଲେ ଛୋଟ ପିଲାମାନେ ଏହାର ଅଧିକ ମଜା ନିଅନ୍ତି। ଫଳରେ ପରବର୍ତ୍ତୀ ସମୟରେ ଏଥିପାଇଁ ସେମାନଙ୍କ ଚର୍ମ ବେଶି ପ୍ରଭାବିତ ହୁଏ। ତେଣୁ ଏଦିନେ ପିଲାଙ୍କ ତ୍ୱଚାର ଯତ୍ନ କିପରି ନେବେ, ଜାଣିି ରଖନ୍ତୁ ଟିପ୍ସ…

ବର୍ଷାଦିନେ ପିଲାମାନଙ୍କୁ ଫଙ୍ଗାଲ ଇନ୍ଫେକ୍ସନ ହେବାର ଆଶଙ୍କା ଅଧିକ ଥାଏ। ତେଣୁ ବର୍ଷାପାଣି ସଂସ୍ପର୍ଶରେ ଅସିଲେ ଏଭଳି ସମସ୍ୟା ନ ଉପୁଜିବା ଲାଗି ଆଣ୍ଟିସେପ୍ଟିକ କ୍ରିମ କିମ୍ବା ଲୋଶନ ଲଗାଇବାକୁ ଭୁଲନ୍ତୁ ନାହିଁ।

ଯଦି ପିଲାମାନଙ୍କ ଦେହ କୌଣସି କାରଣରୁ କୁଣ୍ଡେଇ ହୁଏ, ଫଳି ଯାଏ ବା ଲାଲ ଦାଗ ପଡ଼ିଯାଏ, ତେବେ ତୁରନ୍ତ ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କିମ୍ବା ଆପଣ ଘରୋଇ ଉପଚାର ଭାବେ ଲିମ୍ବ ପତ୍ରକୁ ବାଟି ଉକ୍ତ ସ୍ଥାନରେ ଲଗାଇପାରିବେ।

ଏଦିନେ ରାତିରେ ଶୋଇବା ପୂର୍ବରୁ ପିଲାଙ୍କ ପାଦରେ ନଖ ଉଷୁମ ସୋରିଶ ତେଲ ଘଷିବା ଦ୍ୱାରା ଆରାମ ଲାଗିବା ସହ ଫଙ୍ଗାଲ ଇନ୍ଫେକ୍ସନ ଏବଂ ଥଣ୍ଡା, କାଶ, ଜ୍ୱର ଆଦି ସମସ୍ୟାକୁ ଏଡାଇ ପାରିବେ।

ଅଧିକାଂଶଙ୍କ ମନରେ ଏକ ଭ୍ରାନ୍ତ ଧାରଣା ଥାଏ ଯେ, ବର୍ଷାଦିନେ ପିଲାମାନେ ଗାଧୋଇବା ଠିକ ନୁହେଁ। ହେଲେ ଏପରି ଆଦୌ ନ କରି ପିଲାଙ୍କୁ ସଫା, ନିରୋଗ ଓ ଜୀବାଣୁମୁକ୍ତ ରଖିବା ଲାଗି ନିୟମିତ ନଖ ଉଷୁମ ପାଣିରେ ଗାଧୋଇ ଦିଅନ୍ତୁ।

Get real time updates directly on you device, subscribe now.