OSSC ପକ୍ଷରୁ କମ୍ବାଇନ୍‍ ହାୟର ସେକେଣ୍ଡାରୀ ଲେଭଲ ପରୀକ୍ଷା ପାଇଁ ବିଜ୍ଞପ୍ତି , ପୂରଣ ହେବ ୩୫୪ଟି ପଦବୀ

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍‍ ସିଲେକ୍ସନ କମିଶନ ପକ୍ଷରୁ କମ୍ବାଇନ୍‍ ହାୟର ସେକେଣ୍ଡାରୀ ଲେଭଲ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡିଥିବା ୩୫୪ଟି ସୁପରଭାଇଜର, ଜୁନିଅର ଆସିଷ୍ଟାଣ୍ଟ ଓ ଅମୀନ ପଦବୀ ପୂରଣ ହେବ । ଓଏସ୍‍ଏସ୍‍ସି ପକ୍ଷରୁ ଏହି ପରୀକ୍ଷା ପାଇଁ ଅନ୍‍ଲାଇନ୍‍ ଆବେଦନ ଜାରି ରହିଛି । ଆସନ୍ତାକାଲି ଏହାପାଇଁ ଆବେଦନ ପ୍ରକ୍ରିୟା ଶେଷ ହେବ ।

ଏହି ସବୁ ପଦବୀଗୁଡ଼ିକ ପାଇଁ ମାସିକ ୧୮ ହଜାରରୁ ଆରମ୍ଭ କରି ୭୦ ହଜାର ଟଙ୍କା ଯାଏଁ ଦରମା ମିଳିବ। ଏବେ ଓଏସଏସସି ପକ୍ଷରୁ ଏହି ପରୀକ୍ଷା ପାଇଁ ଅନଲାଇନ ଆବେଦନ ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ଜୁଲାଇ ୨୪।

ଯଦି ଆପଣମାନେ ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

ୱେଭିଂ ସୁପରଭାଇଜର (ବୟନ ନିର୍ଦେଶାଳୟ) – ୩ (ଗ୍ରୁପ୍- ବି)
ମୃତ୍ତିକା ସରଂକ୍ଷଣ କର୍ମୀ (ମୃତ୍ତିକା ସରଂକ୍ଷଣ ନିର୍ଦେଶାଳୟ) – ୨୪୫ (ଗ୍ରୁପ୍- ସି)
ଟେକ୍ନିକାଲ ଅସିଷ୍ଟାଣ୍ଟ (ବୟନ ନିର୍ଦେଶାଳୟ) – ୧୯ (ଗ୍ରୁପ୍- ସି)
ଅମିନ (ଜଳ ସମ୍ପଦ ବିଭାଗ) – ୭୫ (ଗ୍ରୁପ୍- ସି)
ଅମିନ (ନଗର ଉନ୍ନୟନ ନିର୍ଦେଶାଳୟ) – ୧୨ (ଗ୍ରୁପ୍- ସି)

ଯୋଗ୍ୟତା :-

ୱେଭିଂ ସୁପରଭାଇଜର ।
ପ୍ରାର୍ଥୀମାନଙ୍କ ବୟସ ୨୧ରୁ ୩୮ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।
ପ୍ରାର୍ଥୀମାନେ ହାଣ୍ଡଲୁମ କିମ୍ବା ଟେକ୍ସଟାଇଲ ଟେକ୍ନୋଲୋଜିରେ ଡିପ୍ଲୋମା ପାସ କରିଥିବା ଆବଶ୍ୟକ।
ମୃତ୍ତିକା ସରଂକ୍ଷଣ କର୍ମୀ ।
ପ୍ରାର୍ଥୀମାନଙ୍କ ବୟସ ୨୧ରୁ ୩୮ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।
ପ୍ରାର୍ଥୀମାନେ ଯୁକ୍ତ ୨ ବିଜ୍ଞାନ କିମ୍ବା କୃଷିରେ ଯୁକ୍ତ ୨ ଧନ୍ଦାମୂଳକ ପରୀକ୍ଷା ପାସ କରିଥିବା ଆବଶ୍ୟକ ।
ଟେକ୍ନିକାଲ ଅସିଷ୍ଟାଣ୍ଟ ।
ପ୍ରାର୍ଥୀମାନଙ୍କ ବୟସ ୨୧ରୁ ୩୮ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।
ପ୍ରାର୍ଥୀମାନେ ଅତିକମରେ ଦଶମ ପାସ କରିଥିବା ଆବଶ୍ୟକ ।
ପ୍ରାର୍ଥୀମାନେ ହାଣ୍ଡଲୁମ କିମ୍ବା ଟେକ୍ସଟାଇଲ ଟେକ୍ନୋଲୋଜିରେ ଡିପ୍ଲୋମା ପାସ କରିଥିବା ଆବଶ୍ୟକ।
ଅମିନ (ଜଳ ସମ୍ପଦ ବିଭାଗ) ।
ପ୍ରାର୍ଥୀମାନଙ୍କ ବୟସ ୨୧ରୁ ୩୮ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।
ପ୍ରାର୍ଥୀମାନେ ଯେକୌଣସି ବିଭାଗରେ ଦ୍ଵାଦଶ ବା ଯୁକ୍ତ ୨ ପାସ କରିଥିବା ଆବଶ୍ୟକ ।
ଅମିନ (ନଗର ଉନ୍ନୟନ ନିର୍ଦେଶାଳୟ) ।
ପ୍ରାର୍ଥୀମାନଙ୍କ ବୟସ ୨୧ରୁ ୩୮ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।
ପ୍ରାର୍ଥୀମାନେ ଅତି କମରେ ଦଶମ ପାସ କରିଥିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା :-

ଏହି ସବୁ ପଦବୀ ପାଇଁ ଏସଏସସି ପକ୍ଷରୁ ପ୍ରଥମେ ପ୍ରିଲିମିନାରି ପରୀକ୍ଷା କରାଯିବ। ଏଥିରେ ଭଲ କରିଥିବା ପ୍ରାର୍ଥୀଙ୍କ ନାମକୁ ୨ୟ ପର୍ଯ୍ୟାୟ ପରୀକ୍ଷା ପାଇଁ ମେରିଟ ଲିଷ୍ଟ ବାହାର କରାଯିବ। ୨ୟ ପର୍ଯ୍ୟାୟ ପରୀକ୍ଷାରେ ଚୟନ ହୋଇଥିବା ପ୍ରାର୍ଥୀଙ୍କର ସାର୍ଟିଫିକେଟ ଯାଞ୍ଚ କରାଯାଇ ପଦବୀରେ ନିଯୁକ୍ତି ଦିଆଯିବ ।

 

କେମିତି କରିବେ ଆବେଦନ

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନର ୱେବସାଇଟ୍ ossc.gov.in କୁ ଯାଆନ୍ତୁ ।
ୱେବସାଇଟ୍ ଭିତରେ ‘ସିଏଚଏସଏଲ୍’ ରେଜିଷ୍ଟ୍ରେସନ ଅପ୍ସନକୁ କ୍ଲିକ କରନ୍ତୁ ।
ରେଜିଷ୍ଟ୍ରେସନ ପରେ ସେଠାରେ ଲଗ ଇନ କରନ୍ତୁ ।
ଏହାପରେ ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ ।
ଏହାପରେ ପଦବୀଗୁଡ଼ିକ ପାଇଁ ଫର୍ମ ପୂରଣ କରନ୍ତୁ ।
ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ ।