fbpx

ଘରେ ଲାଗି ରହୁଛି କି ଅଶାନ୍ତି ? ଏହି ବାସ୍ତୁଟିପ୍ସ ମାଧ୍ୟମରେ କରିପାରିବେ ଦୂର

ଏମିତି କେତୋଟି ବାସ୍ତୁଟିପ୍ସ ରହିଛି, ଯାହାକୁ ଆପଣାଇ ଘରେ ସୁଖଶାନ୍ତି ବୃଦ୍ଧି କରିହେବ। ତା’ସାଙ୍ଗକୁ ସମ୍ପର୍କରେ ମଧ୍ୟ ନିବିଡିତା ଅଣାଯାଇପାରିବ। ଯେମିତିକି:

 

– ଗ୍ଲାସ୍‌ରେ କିଛି ପାଣି ନେଇ ସେଥିରେ ଟିକେ ହଳଦୀ ପକାଇ ଆମ୍ବ ପତ୍ର ହେଉ ଅବା ପାନ ପତ୍ର ସାହାଯ୍ୟରେ ଘରେ ଏହାକୁ ଛିଞ୍ଚତ୍ଲେ ନକାରାତ୍ମକ ଶକ୍ତି ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି।

– ସପ୍ତାହରେ ଥରେ ହେଉନା କାହିଁକି ଝୁଣା ଧୂପ ଦେଲେ ଘରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

– କୁହାଯାଏ, ସୋରିଷ ତେଲରେ ଲବଙ୍ଗ ପକାଇ ସେଥିରେ ଦୀପ ଜାଳିଲେ ଘରେ କୁଆଡ଼େ ଶାନ୍ତି ବଢିଥାଏ।

– ସେହିପରି ପ୍ରତି ଗୁରୁବାର ଦିନ ତୁଳସୀ ଗଛରେ କ୍ଷୀର ଢାଳିବା ମଧ୍ୟ ଶୁଭଫଳ ଦେଇଥାଏ।

– ଅନ୍ୟପକ୍ଷେ ତାଓ୍ବାରେ ରୁଟି ସେକିବା ପୂର୍ବରେ ସେଥିରେ କିଛି କ୍ଷୀର ଛିଟିକା ମାରି ତା’ପରେ ରୁଟି ସେକିବା ମଧ୍ୟ ଏକ ଉତ୍ତମ ବାସ୍ତୁଟିପ୍ସ ଅଟେ।

– ଆଉ ପ୍ରଥମ ସେକା ଯାଇଥିବା ରୁଟିକୁ ଗୋ-ମାତାକୁ ଖାଇବାକୁ ଦେବା ବି ଶୁଭ ହୋଇଥାଏ।

– ଘରର କୌଣସି ସ୍ଥାନରେ ଶୁଖିଯାଇଥିବା ଫୁଲକୁ ରଖିବା ଆଦୌ ଠିକ୍‌ ନୁହେଁ।

– ଆର୍ଶୀବାଦ ଭଙ୍ଗିରେ ଥିବା ସନ୍ଥ ମହାତ୍ମାଙ୍କର ଫଟୋକୁ ଡ୍ରଇଁ ରୁମ୍‌ରେ ଲଗାଇବା ବି ଶୁଭ ହୋଇଥାଏ।

– ଚାରିକୋଣିଆ ଫର୍ଣ୍ଣିଚର ତୁଳନାରେ ଗୋଲାକାର ଆକୃତିର ଫର୍ଣ୍ଣିଚର ଘରେ ପକାଇଲେ ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ।

– କିନ୍ତୁ ଘରେ ପକାଯାଉଥିବା ଡାଇନିଂ ଟେବୁଲ୍‌ ଗୋଲାକାର ନ ହୋଇ ଚାରିକୋଣିଆ ହେଲେ ହିଁ ଭଲ।

 

Get real time updates directly on you device, subscribe now.